ଆଜିର ରାଶିଫଳ

0 237

ଉଭାଯାତ୍ରା ଓ ନବଯୌବନ ଦର୍ଶନ,୨୦୨୨ ମସିହା ଜୁନ ମାସ ୩୦ ତାରିଖ (ଗୁରୁବାର) ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ପ୍ରତିପଦା ଦ ଘ୧୦/୩୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ, ସୁର୍ୟୋଦୟ ପ୍ରାତଃ ଘ୦୫/ ୧୩/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୬,ତୁଳା ଓ କୁମ୍ଭ ରାଶି ର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ରଦ୍ୱିତୀଆର ପ୍ରାବଣ ଶ୍ରାଦ୍ଧ,ପାଣି କଖାରୁ ଦିବା ଘ୧୦/୩୨ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ
🐏ମେଷ👉 ଦେବ ଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ।
🐮ବୃଷ👉ଯେଉଁ କାମ କରିବାକୁ ଭାବିବେ ତାହା ମନପ୍ରାଣ ଢାଳି ପୂରା କରି ଦେବେ। କୋର୍ଟ ମାମଲାରେ ଆପଣଙ୍କର ଜୟ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।
👩‍❤️‍👨ମିଥୁନ👉ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।
🦀କର୍କଟ👉ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।
🦁ସିଂହ👉ଆପଣ ଅଧିକ ସମୟ ପରିବାର ସହ ଅତି ବାହିତ କରିବେ। ଆପଣଙ୍କର ବାକି କାମ ପୂରା ହେବ। ଖେଳାଳିମାନେ ନିଜର ହୃତ ଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
🙎‍♀️କନ୍ୟା👉 କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର କରିବା ପାଇଁ ଦିନଟି ଭଲ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
⚖️ତୁଳା👉ଭାବିଥିବା ସବୁ କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
🦂ବିଛା👉ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ।
🏹ଧନୁ👉ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭର ଯୋଗ ରହିଛି। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ। ଛାତ୍ରଙ୍କ ମନ ନୂଆ କଥା ଶିଖିବାରେ ଆଗ୍ରହୀ ରହିବ।
🐊ମକର👉ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
🏺କୁମ୍ଭ👉 ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁ ସହ ସମୟ କାଟିବେ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
🐟ମୀନ👉ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ।
【ନୀତି ବାଣୀ】
ଜଳୁଥିବା ଦୀପ ତା’ର ପରିଚୟ କୁହେ ନାହିଁ,ଠିକ୍ ସେହପରି,
ନିଜ ପରିଚୟ କାହାକୁ ପ୍ରକାଶ କରିବା ଆବଶ୍ୟକ ନାହିଁ,ସଠିକ୍ କର୍ମ କରିଚାଲ ତାହାହିଁ ନିଜର ପରିଚୟ ହେବ…..!!
🔮ବାସ୍ତୁ ଟିପ୍ପଣୀ🔮
କାହାରି ଘର ବା ଚଉରା ପ୍ରତିଷ୍ଠା ରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗାରେ ରଖନ୍ତୁ – ଏହା ଆପଣଙ୍କୁ ଆହୁରି ଧନୀ କରିଥାଏ !!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.