ଆଜିର ରାଶିଫଳ

0 418

୨୦୨୨ ମସିହା ଜୁଲାଇ ମାସ ୧୫ ତାରିଖ (ଶୁକ୍ରବାର)ଆଷାଢ଼ ମାସ -ଶୁକ୍ଳପକ୍ଷତିଥି-ଦ୍ୱିତୀଆ ଦିବା ଘ୪/୩୫ ପର‌୍ୟ୍ୟନ୍ତ ତଦନ୍ତେ ତୃତୀୟା ,ନକ୍ଷତ୍ର-ଶ୍ରବଣା ଦିବା ଘ୬/୩ ପର‌୍ୟ୍ୟନ୍ତ ତଦନ୍ତେ ଧନିଷ୍ଠାଚନ୍ଦ୍ର-ମକର ,ସୁର‌୍ୟୋଦୟ ପ୍ରାତଃ ଘ୦୫/୧୯/୫୪ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୩ ,ବିଛା, ଧନୁ ଓ ମୀନ ରାଶି ର ଘାତବାର ,ସିଂହ ରାଶି ର ଘାତଚନ୍ଦ୍ର ,ଦ୍ୱିତୀଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୋଇତି କଖାରୁ ଦିବା ଘ୪/୩୫ ଗତେ ପୋଟଳ ଭକ୍ଷଣ ନିଷେଧ ।
ମେଷ-ସ୍ଥିର ସ୍ଵଭାବ ଏବଂ ଉତ୍ତମ କଥା ପାଇଁ କାଯ୍ୟରେ ଆଗକୁ ବଢିବେ। ଅତିରିକ୍ତ ଆୟର ସମ୍ଭାବନା ସହିତ ନିଜ ଆତ୍ମବଳ ପାଇଁ ଦ୍ଵିଗୁଣା ଲାଭବାନ ହେବେ। କିଛି ଖବର ପାଇ ମାନସିକ ଶାନ୍ତି ମିଳିବ।
ବୃଷ-କର୍ମ ବା ବ୍ୟବସାୟ ପାଇଁ ଦୂର ଯାତ୍ରା ଯୋଗ ରହିଛି। ସନ୍ତାନଙ୍କ ପାଇଁ ଥିବା ଚିନ୍ତାରୁ ମୁକ୍ତି ମିଳିବ। ନୂତନ ବନ୍ଧୁ ମିଳିନ। ପରିଶ୍ରମ କଲେ କାର‌୍ୟ୍ୟ ସିଦ୍ଧି ହେବ ଓ ବ୍ୟବସାୟ ବଢିବ।
ମିଥୁନ-ନୂଆ ଲକ୍ଷ ନିର୍ଦ୍ଧାରଣ କରି ତାହାକୁ ପାଇବା ପାଇଁ ଚେଷ୍ଟା କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଭିବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଯୋଜନା କରିବେ।
କର୍କଟ-ଜମିବାଡ଼ି, ଯାନବାହାନ କିଣା ବିକା କରି ପାରନ୍ତି। କ୍ରମ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟ ହାତକୁ ନେବେ। ପୈତୃକ ସମ୍ପତ୍ତି ପାଇଁ ଚାଲିଥିବା ସମସ୍ୟାର ସମାଧାନ ହେବ। ବିବାହ କିମ୍ବା କିଛି ମାଙ୍ଗଳିକ କାର‌୍ୟ୍ୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।
ସିଂହ-ପରୋପକାର କିମ୍ବା ସମାଜସେବା କାର‌୍ୟ୍ୟରେ ମନ ବଳିବ। ଗୃହ ଏବଂ ଜମିବାଡ଼ି ସମସ୍ୟାର ସମାଧାନ ପାଇ ମାନସିକ ଶାନ୍ତି ମିଳିବ। ନିଜ କାମ ଓ ପ୍ରଶଂସା ପାଇଁ ଉଚ୍ଚପଦ ମିଳିବାର ସମ୍ଭାବନା ଅଛି।
କନ୍ୟା-କ୍ରମ କ୍ଷେତ୍ରରେ ଯାତ୍ରା କିମ୍ବା ସ୍ଥାନାନ୍ତର ଯୋଗ ରହିଛି। ପାରିବାରିକ ସମ୍ପର୍କ ସୁଦୃଢ ହେବ। କ୍ରୋଧିତ ହେଲେ କାର‌୍ୟ୍ୟରେ ବିଫଳତା ମିଳିବ। ନୂଆ ଚାକିର କିମ୍ବା ବ୍ୟବସାୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।
ତୁଳା-ପ୍ରେମ ଓ ବୈବାହିକ ଜୀବନରେ ସମ୍ପର୍କ ନିବିଡ ହେବ। ଆଧ୍ୟାତ୍ମିକ କାର‌୍ୟ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟରେ ନୂଆ ଅର୍ଡର ମିଳିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ।
ବିଛା-ଶତୃମାନେ ପରାସ୍ତ ହେବେ। ଅଚାନକ ଧନ ପ୍ରାପ୍ତିର ସୂଚନା ମିଳିବ। ଜୀବନଶୈଳୀ ଏବଂ କାର‌୍ୟ୍ୟଶୈଳୀରେ ପରିବର୍ତ୍ତନ ଆଣି ଅଧିକ ଲାଭବାନ ହେବେ।
ଧନୁ-ଗୁରୁଜନଙ୍କ ଆଶୀର୍ବାଦ ପାଇଁ ସମସ୍ତ କାର‌୍ୟ୍ୟରେ ସୁଫଳ ମିଳିବ। ଅଧିକ ପରିଶ୍ରମ ପାଇଁ ଅଧିକ ରୋଜଗାର କରିବେ। ଆଜି ଦିନରେ ଭଲ ଚାକିର, ଯଶ, ମାନ-ସମ୍ମାନ ଆଦି ମିଳିବାର ସମ୍ଭାବନା ଅଛି।
ମକର-ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ଖବର ମିଳିବ। ଚାକିରୀ କ୍ଷେତ୍ରରେ ପରିଶ୍ରମ ଓ ଉତ୍ତମ କଥାବାର୍ତ୍ତା ପାଇଁ ସ୍ଥିତି ବଦଳିବ। ଲାଗିରହିଥିବା ପାରିବାରିକ କଳହ ଦୂର ହେବ। ଦୂରଯାତ୍ରା କଲେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ।
କୁମ୍ଭ-ପଡୋଶୀଙ୍କ ସହ କଳହ ଦୂର ହୋଇ ସୁସମ୍ପର୍କ ସ୍ଥାପନ ହେବ। ଧାର୍ମିକ କାର‌୍ୟ୍ୟରେ ଅର୍ଥ ବ୍ୟୟ କରିପାରନ୍ତି। ବ୍ୟବସାୟରେ ନୂଆ କାମ କିମ୍ବା ଅର୍ଡର ମିଳିବାର ସମ୍ଭାବନା ଅଛି। ସମସ୍ତ କାର‌୍ୟ୍ୟ ଶାନ୍ତିପୂର୍ବକ ସମ୍ପର୍ଣ୍ଣ ହେବ।
ମୀନ-ଶୁଭ ଖବର ପାଇ ମାନସିକ ଶାନ୍ତି ମିଳିବ। ସାହାଯ୍ୟ ପାଇ ଆର୍ଥିକସ୍ଥିତିରେ ସୁଧାର ଆସିବ। ଶତୃମାନଙ୍କ ପରାଜୟ ହେବ। ଘରକୁ ନୂଆ ବନ୍ଧୁ ବାନ୍ଧବ ଆସି ପାରନ୍ତି। ମାତା-ପିତାଙ୍କ ଆଶୀର୍ବାଦରେ ଉର୍ନତି କରିବେ ।
ନିତୀବାଣୀବେଳେବେଳେ ଏମିତି କିଛି କଥା ମନକୁ ଆସେ ଯେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ପ୍ରକୃତ କଥା ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

୧୪ ଜୁଲାଇ ଗୁରୁବାର ଶ୍ରାବଣ ମାସ ପଡୁଥିବାରୁ ବହୁତ ଶୁଭ ସଂଯୋଗ ବନୁଅଛି। ଏହି ଦିନ ବହୁତ ମଙ୍ଗଳକାରୀ ହୋଇଥାଏ। ଏହିଦିନ ଭଗବାନ ଶିବଙ୍କର ପୂଜା କରନ୍ତୁ। ଶ୍ରାବଣ ମାସର ପ୍ରଥମ ସୋମବାର ୧୮ ଜୁଲାଇ ଦିନ ପଡିବ। ଏହି ଦିନ ବ୍ରତ ନିଶ୍ଚୟ ରଖନ୍ତୁ। ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ କରିବେ। ଶ୍ରାବଣ ମାସ ଶେଷ ହେବ ୧୨ ଅଗଷ୍ଟରେ। ରାଖୀ ବନ୍ଧନ ପାଳନ କରାଯିବ ୧୧ ଅଗଷ୍ଟ ଗୁରୁବାର ଦିନରେ। ଶ୍ରାବଣ ମାସରେ ୫ ଟି ଭୁଲ କରିବେ ନାହିଁ। ଭଗବାନ ଶିବଙ୍କୁ ୩ ଟି ଜିନିଷ ସୋମବାର ଦିନ ବ୍ରତରେ ଅର୍ପଣ କରିବା ଉଚିତ ନୁହେଁ। ଏହା ସହିତ ୩ ଜଣ ମହିଳାଙ୍କୁ ଶ୍ରାବଣ ମାସର ବ୍ରତ ରଖିବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ। ଘର ବର୍ବାଦ ହୋଇଯାଏ। ତେବେ ଆସନ୍ତୁ ଜାଣିବା।

ଶ୍ରାବଣ ମାସରେ କଳା ଏବଂ ଧଳା ରଙ୍ଗର ବସ୍ତ୍ର କାହାକୁ ଦାନ କରିବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ। ଧ୍ୟାନ ଦିଅନ୍ତୁ ଯେ କୌଣସି ବିବାହିତ ମହିଳାଙ୍କୁ ଧଳା ବସ୍ତ୍ର ଦାନ ଆକାରରେ କିମ୍ବା ଗିଫ୍ଟ ଆକାରରେ ମଧ୍ୟ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତେବେ ଏହା ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ। ସେହିପରି କଳା ବସ୍ତ୍ର କାହାକୁ ଦାନ କଲେ କିମ୍ବା କାହାଠାରୁ ନେଲେ ଦାରିଦ୍ର‌୍ୟତା ଆସିଥାଏ। ଦାନ ଦେଉଥିବା ବ୍ୟକ୍ତି ଉପରେ ରାହୁ ଦୋଷ ଲାଗିଯାଏ। ଏହାଦ୍ବାରା ସାକ୍ଷାତ ମହାଦେବ ଦାନ ଦେଉଥିବା ବ୍ୟକ୍ତି ଉପରେ କ୍ରୋଧିତ ହୁଅନ୍ତି।ବିବାହିତା ମହିଳା ମାନେ ଶ୍ରାବଣ ମାସରେ ରୋଷେଇ ଘରର କୌଣସି ଜିନିଷ ଯଦି କାହାକୁ ଦିଅନ୍ତି ତେବେ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ। ସାଧରଣତଃ ତେଲ ଘିଅ ହଳଦୀ ଏହି ତିନୋଟି ଜିନିଷ ଘରର ସମୃଦ୍ଧ କରୁଥିବା ଜିନିଷ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଘରକୁ ଦୁଃଖ ଗ୍ରାସ କରିଥାଏ।


!!ଯଦି ଆପଣ ନିଜ ଘରେ ଏକ ସୁଖମୟ ପରିବେଶ ଚାହୁଁଛନ୍ତି ତେବେ ସବୁଦିନ ଭଗବାନ ଶିବ ଓ ପାର୍ବତୀଙ୍କର ପୂଜା କରିବା ଉଚିତ। ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ବନିରହିଥାଏ।ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଯେମିତିକି ଭଗବାନ ଶିବଙ୍କର ପସନ୍ଦର ଫୁଲ ଫଳ ବସ୍ତ୍ର ଆଦି କାହାରିକୁ ଉଧାରରେ ଦିଅନ୍ତୁ ନାହିଁ।ଏହି ମାସକୁ ଧନ ପ୍ରାପ୍ତିର ମାସ ମାନାଯାଏ। ଏହି ମାସରେ କାହାରିକୁ ଧନ ଉଧାରରେ ଦିଅନ୍ତୁ ନାହିଁ କି ଏହି ମାସରେ କାହା ଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଏହି ମାସରେ ଧନ ଉଧାରରେ ଦେଲେ କିମ୍ବା ନେଲେ ସେହି ଧନ ଫେରସ୍ତ ମିଳିନଥାଏ କି ଯେଉଁ କରଜ ନେଇ ନେଇଥିବେ ସେହି କରଜ ପରିଶୋଧ କରିହେବ ନାହିଁ। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।ଏହି ମାସରେ କେବେବି କାହାରିକୁ କ୍ଷୀର ଦହି ଉଧାରରେ ଦିଅନ୍ତୁ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।ଏହି ମାସରେ କେବେବି କାହାରିକୁ ବି ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ। ଅନ୍ୟକୁ ଘଡିକୁ ଦେବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ। ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ କେବେବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ କି ଉପହାରରେ ନିଅନ୍ତୁ ନାହିଁ!!

କେଉଁ ଭୁଲ କଲେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ଆସନ୍ତୁ ଜାଣିବା-ଏହି ମାସରେ ଜଲଦି ଉଠିବା ଉଚିତ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯାନ୍ତି।ଯେଉଁ ମହିଳାମାନେ ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କର ବ୍ରତ ରଖିଥାନ୍ତି ସେମାନଙ୍କୁ ପନିପରିବା ଠାରୁ ଦୂରରେ ରହିବା ଉଚିତ।ଶ୍ରାବଣ ମାସରେ ବାଇଗଣର ବି ସେବନ କରିବା ଉଚିତ ନୁହେଁ।ଏହି ମାସରେ ସ୍ୱାମୀ ସ୍ତ୍ରୀଙ୍କୁ ଦୂରତା ବନେଇ ରଖିବା ଉଚିତ।ଏହି ମାସରେ ଘରେ କାନ୍ଦିବା ଉଚିତ ନୁହେଁ। ସର୍ବଦା ଖୁସି ରହିବା ଦରକାର।ଶ୍ରାବଣ ମାସରେ ଆପଣ କୌଣସି ବି ପ୍ରକାରର ମାଂସାହାରୀ ଭୋଜନ ମାନେ ମାଛ ମାଂସ ଓ ମଦ୍ୟପାନର ସେବନ କରିବେ ନାହିଁ। ରସୁଣ ପିଆଜ ଖାଇବେ ନାହିଁ।

!!ଶ୍ରାବଣ ମାସ ସୋମବାରରେ ଜଲଦି ଉଠି ସ୍ନାନ କରିବା ଉଚିତ। ଏହା ପରେ ଭଗବାନ ଶିବଙ୍କର ଜଳ ଅଭିଷେକ କରନ୍ତୁ। ଏହା ସହିତ ମା ପାର୍ବତୀ ଏବଂ ନନ୍ଦିଙ୍କୁ ବି ଗଙ୍ଗା ଜଳ କିମ୍ବା କ୍ଷୀର ଅର୍ପଣ କରନ୍ତୁ। କେବେବି ତୁଳସୀ ପତ୍ର ଶିବ ଲିଙ୍ଗରେ ଅର୍ପଣ କରିବେ ନାହିଁ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ।ପଞ୍ଚାମୃତରେ ହିଁ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରନ୍ତୁ ଏବଂ ବେଲ ପତ୍ର ଅର୍ପଣ କରନ୍ତୁ। ପ୍ରସାଦ ଭାବରେ ଭଗବାନ ଶିବଙ୍କୁ ଘିଅ ଚିନିର ଭୋଗ ଅର୍ପଣ କରିବା ଉଚିତ।ଧୂପ ଦୀପରେ ଭଗବାନ ଗଣେଶଙ୍କର ଆଳତୀ କରନ୍ତୁ। ଏହାପରେ ଭଗବାନ ଶିବଙ୍କର ଆଳତୀ କରନ୍ତୁ ଏବଂ ଭଗବାନ ଶିବଙ୍କୁ ଭୋଗ ଅର୍ପଣ କରନ୍ତୁ!! ଜୟପ୍ରଭୂ ସୋମନାଥ!!

Leave A Reply

Your email address will not be published.