ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୮ ତାରିଖ (ସୋମବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୮/୫୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୦/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୨ ,ମିଥୁନ ରାଶିର ଘାତବାର ,ଧନୁ ରାଶି ର ଘାତଚନ୍ଦ୍ର , ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ଦିବା ଘ୮/୫୫ ଗତେ ନିମ୍ବ ଭକ୍ଷଣ ନିଷେଧ । 
ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଳମ୍ବ ହେଉ ପଛେ; କାର‌୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ। ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନ ପ୍ରସନ୍ନ ରହିବ।
ବୃଷ-ଆଶା ଫଳବତୀ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ-ଉନ୍ନତି ପଥରେ ଆଗେଇ ଯାଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଲୋକପ୍ରିୟତା ଅର୍ଜନ କରିବେ। ସନ୍‌ମାର୍ଗୀ ହୋଇପାରନ୍ତି। ସୁ କର୍ମରେ ଲିପ୍ତ ରହି ଖ୍ୟାତି ଅର୍ଜନ କରିବେ।
କର୍କଟ-ମାନସିକ ସ୍ତରରେ ଦୃଢ଼ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
ସିଂହ- ସାମାନ୍ୟ କାରଣରୁ ଉପୁଜି ଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କ ଦ୍ୱାରା ସମାଧାନ ହେବ। ପ୍ରିୟତା ଅର୍ଜନ କରିପାରନ୍ତି। କଳ-କୌଶଳ ପ୍ରୟୋଗ କରି କାର‌୍ୟ୍ୟ ହାସଲ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା-ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟ ରେ ଲଗାଇ ଅପୂର୍ବ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରାବାହିତ ହୋଇପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
ତୁଳା-ସ୍ୱାଧୀନ ଚିନ୍ତାଧାରା ନେଇ କିିଛି କରିବା ସମ୍ଭବପର ନୁହେଁ। ଏଥିପାଇଁ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି। ସମୟଟି ସଂଘର୍ଷ ପୂର୍ଣ୍ଣ। ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶତ୍ରୁ ବିନାଶ କରିବେ।
ବିଛା-ମନବାଞ୍ଛା ପୂରଣ ହେବ। ଧନଲାଭର ସୂଚନା ମିଳୁଛି। ପ୍ରଭୂତ ବିଦ୍ୟା, ବୁଦ୍ଧିର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସ ବ୍ୟସନ ଦ୍ୱାରା ଦିନ ବିତାଇବେ। ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି। ସାମାଜିକ ସ୍ୱୀକୃତି ଲାଭ କରିବେ।
ଧନୁ-ଧୀରେ ସୁସ୍ଥେ କାର‌୍ୟ୍ୟ ସାଧନ ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ସ୍ନେହ ଶ୍ରଦ୍ଧାଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। କନ୍ୟା, ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
ମକର-ବିଳାସ ବ୍ୟସନ ପାଇଁ ନାନା ଦ୍ରବ୍ୟ ସଂଗ୍ରହ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। କଟୁବାକ୍ୟ ପ୍ରୟୋଗ କଲେ ମାର୍ଗ କ୍ଳେଶକର ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ-ସୁସମ୍ବାଦ ପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନ ସୁଖ ମିଳିବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ସତ୍ୟ ରତ ହେବେ।
ମୀନ-ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରସିକ ଓ ବାଚାଳ ହୋଇପାରନ୍ତି। ସ୍ୱାସ୍ଥୃ ହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ।
ନିତୀବାଣୀ-
ସତ୍ କର୍ମ ପାଇଁ ମିଳିଛି ଏ ଶରୀର ଦୟା କ୍ଷମା ଆଚରିବାପାଇଁ,
ସେଇ ଗୁଣ ରହିଲେ ମନରେ ସଦା ତାକୁ ଆଶିଷ ମିଳିଥାଇ ।
ବାସ୍ତୁ ଟିପ୍ପଣୀ-ରାତିରେ ପିତା,ଦହି,ଶାଗ ଖାଇବେ ନାହିଁ। ଏବଂ ପଇଡ଼ ପାଣି ପିଇବେ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ!! ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା !!

- Advertisement -

Leave A Reply

Your email address will not be published.