ଆଜିର ରାଶିଫଳ

0 411

ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ଓ ମନସା ପଞ୍ଚମୀ,୨୦୨୨ ମସିହା ଜୁଲାଇ ମାସ ୧୭ ତାରିଖ (ରବିବାର)ଶ୍ରାବଣ ମାସ -କୃଷ୍ଣପକ୍ଷ, ତିଥି-ଚର୍ତୁଥୀ ଦିବା ଘ୧୦/୪୪ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ, ସୁର୍ୟୋଦୟ ପ୍ରାତଃ ଘ୦୫/ ୨୦/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୪ ,ମେଷ ରାଶିର ଘାତବାର,ମିଥୁନ ଓ ମୀନ ରାଶିରଘାତଚନ୍ଦ୍ର,ଚର୍ତୁଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଦିବା ଘ୧୦/୪୪ ଗତେ ବେଲ ଭକ୍ଷଣ ନିଷେଧ।
🐏ମେଷ👉ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି ଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ।
🐮ବୃଷ👉ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିବେ। ଧନସମ୍ପଦରେ ଅଭି ବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ର ରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବ ମୂର୍ତ୍ତି-ସୁରକ୍ଷା ହେବ ।
👩‍❤️‍👨ମିଥୁନ👉ବ୍ୟବସାୟୀ ମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। କର୍ମ କ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ।
🦀କର୍କଟ👉ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟ ତାରେ ହ୍ରାସ ହେବ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକ ମାନେ ବେସୀ ଉପକୃତ ହେବେ।
🦁ସିଂହ👉ବ୍ୟବସାୟୀ ମାନେ କଠିନ ପରିଶ୍ରମ ଫଳରେ ନୈରା ଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। କର୍ମ କ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିବେ।ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ।
⚖️ତୁଳା👉ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ର ରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଅନେକ ପ୍ରକା ର ଉଲ୍ଲେଖନୀୟ ପରିବ ର୍ତ୍ତନ ଆସିବ। ଉଚ୍ଚ ସମ୍ଭବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସି କ ଶାନ୍ତି ଅନୁଭବ କରିବେ।
🦂ବିଛା👉ସୁଖ ସମ୍ପଦ ପ୍ରାପ୍ତି ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନ ଚର୍ଯ୍ୟା ମଧ୍ୟେ ସମୟ ବିତିବ ।
🏹ଧନୁ👉ଅଧ୍ୟୟନକ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀ କ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ। ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ଦେଖାଦେଇ ପରେ।
🐊ମକର👉ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗି ତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।
🏺କୁମ୍ଭ👉ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣ ରେ ଅଧିକ ବ୍ୟୟ ଘଟିବ। ଆୟ କୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରୀ ନେଇସମ୍ମାନ ଓ ପ୍ରଶଂ ସା ପାଇବେ। ପରୀକ୍ଷା ଓ ପ୍ରତି ଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ। ନୂତନ ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ।
🐟ମୀନ👉ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ। ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍।
ନୀତିବାଣୀଜଣେ ସାଧୁଙ୍କୁ ପଚରାଗଲା ..ରାଗ କ’ଣ? ସେ ବହୁତ ସୁନ୍ଦର ଭାବରେ ଉତ୍ତର ଦେଲେ , ଏହା ହେଉଛି ଏକ ଦଣ୍ଡ ଯାହା ଅନ୍ୟର ଭୁଲ୍ ପାଇଁ ଆମେ ନିଜକୁ ଦେଇ ଥାଉ!
ବାସ୍ତୁ ଟିପ୍ପଣୀ-ଘରେ ଝଗଡା ହେବାର କାରଣ କେଉଁ ବାସ୍ତୁ ଦୋଷ – ଆସନ୍ତୁ ଜାଣିବା?
ବାସ୍ତୁ ଶାସ୍ତ୍ରରେ ଐଶାନ୍ୟ କୋଣର ବିଶେଷ ମହତ୍ତ୍ବ ରହିଥାଏ। ଏହି ଦିଶାକୁ ବହୁତ ଶୁଭ ବୋଲି ଧରାଯାଏ। ଘରର ଐଶାନ୍ୟ ଭାଗ ଉଠିଲା ଭଳି ରହିବା କଥା ନୁହେଁ। ଘରର ଏହି ଜାଗାରେ ଦୋଷ ହେବା କାରଣ ରୁ ପିତା-ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।
ଘରର ଉତ୍ତର ପୂର୍ବ କୋଣରେ ଷ୍ଟୋର ରୁମ୍ ତିଆରି କରିବା ଉଚିତ ନୁହେଁ। ଏହିଭଳି କରିବା ଦ୍ବାରା ଘରର ସଦସ୍ୟଙ୍କ ଭିତରେ ମଧ୍ୟ ଝଗଡା ହୋଇଥାଏ।
ବାସ୍ତୁ ଅନୁସାରେ ଉତ୍ତର ପୂର୍ବ ଦିଶାରେ ରୋଷେଇ ଘର କିମ୍ବା ଶୌଚାଳୟ ହେବା ଦ୍ବାରା ଘରର ସଦସ୍ୟ ମାନଙ୍କ ଭିତରେ ମନାନ୍ତର-ମତାନ୍ତର ଲାଗି ରହିଥାଏ। ଏହି ଚିନ୍ତାରେ ମୁକ୍ତି ପାଇବା ପାଇଁ ଉତ୍ତର ପୂର୍ବ ଦିଶାରେ ଶୌଚାଳୟ କିମ୍ବା ରୋଷେଇ ଘର କରିବା ଆବଶ୍ୟକ ନୁହେଁ।
ଐଶାନ୍ୟ କୋଣରେ ବିଦ୍ୟୁତ୍ ଉପକରଣକୁ ରଖିବା ଦ୍ବାରା ପିତା-ପୁତ୍ରଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥାଏ। ଘରର ଉତ୍ତର ପୂର୍ବ ଦିଶାରେ ଏହି ସବୁ ଜିନିଷ ରଖିବା ଉଚିତ ନୁହେଁ।
ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ସ୍ତାନରେ ଡଷ୍ଟବିନ୍ ରଖିବା ଉଚିତ ନୁହେଁ। ଏଥିରୁ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ!! ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.