ଆଜିର ରାଶିଫଳ

0 216

୨୦୨୨ ମସିହା ଜୁଲାଇ ମାସ ୨୮ ତାରିଖ (ଗୁରୁବାର)ଚିତାଲାଗି ଅମାବାସ୍ୟା ଓ ଶ୍ରୀମନ୍ଦିରେ ଚିତ୍ରକ ପର୍ବ ,ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଅମାବାସ୍ୟା ରା ଘ୧୧/୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୪/୨8,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୨୧ /୧୯ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଅମାବାସ୍ୟାର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ତୈଳ ବର୍ଜନ, ମାଂସ , ମାଛ ଭକ୍ଷଣ ନିଷେଧ । 
ମେଷ- ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ-ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
ମିଥୁନ-ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
କର୍କଟ-କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
ସିଂହ-କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
କନ୍ୟା-ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି।
ତୁଳା-ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
ବିଛା-ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର‌୍ୟ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ-ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
ମକର-ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
କୁମ୍ଭ-ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ-ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।
ନିତୀବାଣୀ-ଯଦି ସଫଳ ହେବା ଆମର ଲକ୍ଷ୍ୟ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଆମେ ନିରାଶ ହେବା ନାହିଁ ।କିନ୍ତୁ ଆମେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସଫଳ ହେବାକୁ ଚାହୁଁଛେ,ସେଥିପାଇଁ ଆମେ ଅସଫଳ ଏବଂ ନିରାଶ ହେଉଛେ।
ବାସ୍ତୁ ଟିପ୍ପଣୀ-ରାତିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ ଏବଂ ନଖ ଭାଙ୍ଗନ୍ତୁ ନାହିଁ,ଏପରି କରିଲେ ଅମଙ୍ଗଳ ହେବ।
ଯଦି ଆପଣ ପୂର୍ଣ୍ଣ୍ୟକାମ କରୁଛନ୍ତି କିନ୍ତୁ ସବୁବେଳେ ଦୁଃଖ ଭୋଗ କରୁଛନ୍ତି ତାହେଲେ ଜାଣନ୍ତୁ ତାହା ଆପଣଙ୍କର ପୂର୍ବଜନ୍ମର କର୍ମର ଫଳ । ଏହାକୁ ଲିଭାଇବା ପାଇଁ ଆପଣ ଗୁରୁବାରଦିନ ବେଦ ଜାଣିଥିବା ବ୍ରାହ୍ମଣଙ୍କୁ ଡାକି ସୁନାଦାନ କରନ୍ତୁ।
ପୂଜା କରିବା ସମୟରେ କୌଣସି ପିଲା କାନ୍ଦିଲେ ଜାଣନ୍ତୁ ଏହା ଅଶୁଭ ସଂଙ୍କେତ ତେଣୁ ଏହାର ପ୍ରତିକାର ପାଇଁ ଟିକେ ହଳଦିଗୁଣ୍ଡ ଆଙ୍ଗୁଳିରେ ଆଣି ଠାକୁରଘର କାନ୍ଥରେ ଲଗେଇ ଦିଅନ୍ତୁ।ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ!!ଜୟ ଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.