ପଶୁପକ୍ଷୀଙ୍କ ସେବା ନା ଅତିଥି ସେବା !

0 309

ବାରଙ୍ଗ,୨୬/୭(ଏସଏସନିଉଜ)ମଙ୍ଗଳବାରଦିନଅପରାହ୍ନରେ ବନ୍ୟପ୍ରାଣୀଚିକିସ୍‌ାଳୟକୁ ପ୍ରଦାନ କରାଯାଇଥିବା ବେଟାରୀଚାଳିତ ଗାଡିରେ କେତେଜଣ ବସି ବୁଲୁଥିଲେ ।ଯେହେତୁ ଡାକ୍ତରଙ୍କ ଗାଡି କେହି ସନ୍ଦେହ କରିବାର ଆବଶ୍ୟକତା ନଥିଲା ।କେଉଁ ଜୀବଜନ୍ତୁଙ୍କର ଦେହଖରାପ ରହିଛି ତେଣୁ ଡାକ୍ତରମାନେ ଆସିଥିବେ,ଏହି ଭାବନା ସମସ୍ତଙ୍କ ମନରେ ଉଙ୍କି ମାରିଥିଲା ।କିନ୍ତୁ ଗାଡିରେ ବସିଥିବା ମହିଳାଙ୍କ ସମେତ ଅନ୍ୟମାନେ କେବଳ ପଶୁପକ୍ଷୀ ଦେଖି ଦେଖି ମଜାଉଠାଇ ଚାଲିଥିଲେ ।ଏହାପରେ ଗାଡିରେ ବସିଥିବା ବାବୁମାନେ ଡାକ୍ତର ନୁହଁନ୍ତି ବୋଲି ଜଣାପଡିଥିଲା ।କିଏ କହୁଥିଲା ବେଟାରୀଗାଡି ଚାଳକ ପର୍ଯ୍ୟଟକଉଠାଇ ତା ପକେଟ ଗରମ ପାଇଁ ପଶୁପକ୍ଷୀ ଦେଖାଉଛି ତ କିଏ କହୁଥିଲା ଡାକ୍ତରବାବୁଙ୍କ ଗେଷ୍ଟ ।ଏହିଭଳି କଥାକୁ ନେଇ କର୍ମଚାରୀମାନେ ଚର୍ଚ୍ଚା ମଧ୍ୟ ଆରମ୍ଭ କରିଦେଇଥିଲେ ।
ଏଠାରେ ପ୍ରଶ୍ନଉଠୁଛି ନନ୍ଦନକାନନରେ ଥିବା ପଶୁପକ୍ଷୀମାନଙ୍କର ଶାରରୀକ ଅସୁସ୍ଥତା ସମୟରେ ଶିଘ୍ର ସେମାନଙ୍କ ପାଖରେ ପହଁଚିବାପାଇଁ ଉଦ୍ଦେଶ୍ୟରେ ଏହି ବେଟାରୀଚାଳିତ ଗାଡି ବନ୍ୟପ୍ରାଣୀଚିକିସ୍‌ାଳୟକୁ କର୍ତୁପକ୍ଷ ପ୍ରଦାନ କରିଛନ୍ତି ।ଏହି ଗାଡିନେଇ ଚିକିସ୍‌କ ଓ ବନ୍ୟପ୍ରାଣୀଚିକିସ୍‌ାଳୟର କର୍ମଚାରୀମାନେ ଅସୁସ୍ଥତାଥିବା ପଶୁପକ୍ଷୀମାନଙ୍କ ପାଖରେ ଶିଘ୍ର ପହଁଚି ସ୍ୱାସ୍ଥ୍ୟ ସେବା ଯୋଗଇବାସହ ଆବଶ୍ୟକତାଥିବା ଚିକିସ୍‌ାଜନିତ ଜନ୍ତ୍ରପାତି ଓ ଔଷଧ ନେବାର ମୁଳ ଲକ୍ଷ ରଖି ଗାଡିଟିକୁ ପ୍ରଦାନ କରିଛନ୍ତି ନନ୍ଦନକାନନ ମୁଖିଆ ।ଏହି ସମୟରେ ଯଦି କୈାଣସି ପଶୁପକ୍ଷୀଙ୍କର ଜରୁରୀ ସେବା ଆବଶ୍ୟକତା ପଡିଥାନ୍ତା ତେବେ ଡାକ୍ତରବାବୁମାନେ କିପରି ଶିଘ୍ର ଯାଇ ପହଁଚିଥାନ୍ତେ ।ଯଦି ଅଘଟଣ ଘଟିଥିଲେ ପାଟିିଟୁନଥିବା ନିରୀହ ଜୀବଜନ୍ତୁମାନଙ୍କ ସ୍ୱାସ୍ଥ୍ୟଗତ ଦୋଷ ଦେଇ ବାବୁମାନେ ଖସି ଯାଇଥାନ୍ତେ ।ଏହି ଗାଡିିର ଦାୟିତ୍ୱରେ ବରିଷ୍ଠ ଚିକିସ୍‌କ ରହିଥିଲେ ମଧ୍ୟ ପଶୁପକ୍ଷୀଙ୍କ ସେବା ବଦଳରେ ଅତିଥିସେବାରେ ଗାଡିକିପରି ନିୟୋଜିତ ହେଲା ଜାଣିପାରିନଥିଲେ ତାହା ସନ୍ଦେହ ମଧ୍ୟରେ ରଖୁଛି ।ପର୍ଯ୍ୟଟକମାନଙ୍କ ସୁବିଧାପାଇଁ ବେଟାରୀଗାଡିରେ ପରିଭ୍ରମଣ ନିମନ୍ତେ ନନ୍ଦନକାନନ କର୍ତୁପକ୍ଷ ଏହାକୁ ବେଟାରୀଗାଡିକୁ ଘରୋଇକରଣରେ ଦେଇଛନ୍ତି ।ଏହାସତ୍ୱେ ନିଜ ଅତିଥିମାନଙ୍କୁ ଘରୋଇକରଣରେ ଥିବା ଗାଡିକୁ ବ୍ୟବହାର ନକରି ନିଜର ବଡପଣ ଦେଖାଇବାପାଇଁ ନା ହାତରୁ ଟଙ୍କା ଖର୍ଚ୍ଚ ହୋଇଯିବା ଭୟରେ ଘରୋଇକରଣରେ ଦିଆଯାଇଥିବା ଗାଡିକୁ ବ୍ୟବହାର ନକରି ଡାକ୍ତରଖାନାକୁ ପ୍ରଦାନ କରାଯାଇଥିବା ଗାଡିକୁ ବ୍ୟବହାର କଲେ ତାହା ବୁଝାପଡୁନାହିଁ ।ଏବିଷୟରେ ବରିଷ୍ଠ ବନ୍ୟପ୍ରାଣୀଚିକିସ୍‌କ ଶରତମିଶ୍ରଙ୍କୁ ପଚାରିବାରୁ ଏମିତି ହେବାକଥା ନୁହେଁ ବୋଲି କହିଥିଲେ ।ଏହି ଘଟଣା ବିଷୟରେ କର୍ମଚାରୀଙ୍କଠାରୁ ବୁଝିବାପରେ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଥିଲେ ।(ଦୀପକନାୟକଙ୍କ ରିପୋର୍ଟ)

Leave A Reply

Your email address will not be published.