ଆଜିର ରାଶିଫଳ

0 234

୨୦୨୨ ମସିହା ଜୁଲାଇ ମାସ ୨୯ ତାରିଖ (ଶୁକ୍ରବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ରା ଘ୧୨/୪୯ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୨୪/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୦୦ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ପାଣି କଖାରୁ ଭକ୍ଷଣ ନିଷେଧ ।
ମେଷ-କାରବାରରେ ଆସୁଥିବା ସମସ୍ୟା ଲାଗି ଅଶାନ୍ତି ବଢ଼ିବ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ। କୌଣସି ସମାରୋହରେ ନିକଟ ସଂପର୍କୀୟଙ୍କ ସହ ସାକ୍ଷାତ ହେବ।
ବୃଷ-ନିଜର ଲକ୍ଷ୍ୟ ପ୍ରାପ୍ତି ଲାଗି ଆପ୍ରାଣ ଚେଷ୍ଟା କରିବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।
ମିଥୁନ-ବହୁ ଦିନର ସ୍ବପ୍ନ ସାକାର ହେବ। ବେପାରରେ ଅନ୍ୟମାନଙ୍କ ସହ ମିଳାମିଶା ବଢ଼ିବ। ଚାକିରିଆଙ୍କୁ ସାଥୀଙ୍କ ଠାରୁ କମ୍ ସହଯୋଗ ମିଳିପାରେ।
କର୍କଟ-କ୍ୟାରିୟରରେ ଉନ୍ନତି ଲାଗି ଭଲ ପରାମର୍ଶ ପାଇବେ। ଯାହା ବି ନିଷ୍ପତ୍ତି ନେବେ ସେଥିରୁ ନିଶ୍ଚୟ ଲାଭ ମିଳିବ। ରାଜନେତା ସାମାଜିକ କାର‌୍ୟ୍ୟରେ ସାମିଲ ହେବେ।
ସିଂହ-ଅଫିସରେ ଆପଣଙ୍କୁ ଭଲ ଖବର ମିଳିପାରେ। ଆପଣଙ୍କ କାମରେ ସ୍ଥିରତା ବଜାୟ ରହିବ। ଘରୋଇ ଖର୍ଚ୍ଚ ବଢ଼ିବା ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ।
କନ୍ୟା-ତଟକା ଫୁଲ ଭଳି ନିଜ ବ୍ୟବହାରକୁ ତାଜା ରଖନ୍ତୁ। ବନ୍ଧୁମାନଙ୍କ ସହ ସମୟ ବିତିବ। ମହିଳାମାନେ ଜିନିଷ କିଣିବାରେ ଅଧିକ ସମୟ ବ୍ୟୟ କରିବେ।
ତୁଳା-ଧୈର‌୍ୟ୍ୟ ବଜାୟ ରଖନ୍ତୁ, ଆପଣ ଯାହା ଆଶା କରିଛନ୍ତି ତାହା ମିଳିବ। ଜରୁରୀ କାମ ଶୀଘ୍ର ସଂପୂର୍ଣ୍ଣ କରି ନିଅନ୍ତୁ। ଅଫିସରେ ଆପଣଙ୍କ ସ୍ଥାନ ପରିବର୍ତ୍ତନ ହୋଇପାରେ।
ବିଛା-ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। କୌଣସି ଆହ୍ବାନମୂଳକ କାମ ଆପଣଙ୍କୁ ମିଳିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ଧନୁ-ମହତ୍ତ୍ବପୂର୍ଣ୍ଣ କାର‌୍ୟ୍ୟ ସଂପୂର୍ଣ୍ଣ ହେବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ।
ମକର-କୌଣସି କଥା ନେଇ ମନ ଅସ୍ଥିର ରହିବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ଛାତ୍ରଙ୍କୁ ବରିଷ୍ଠଙ୍କ ଠାରୁ ଭଲ ପରାମର୍ଶ ମିଳିବ।
କୁମ୍ଭ-ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ବେପାରରେ ଅଚାନକ ଧନଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।
ମୀନ-ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ପାଇବେ
ନିତୀବାଣୀ-ଗୋଟିଏ ନାରୀ ନିଜର ସ୍ୱପ୍ନକୁ ବଳି ପକେଇ ଦିଏ । କେତେବେଳେ ଝିଅ ହୋଇ ତ କେତେବେଳେ ସ୍ତ୍ରୀ ହୋଇ, କେତେବେଳେ ମା ହୋଇ ତ କେତେବେଳେ ଭଉଣୀ ହୋଇ, ତଥାପି ସେ କିଛି ଅଭିଯୋଗ କରେନାହିଁ ହସି ହସି ନିଜର ଦାୟିତ୍ୱ ନିଭାଇ ଥାଏ । ନାରୀଙ୍କୁ ଉପହାର ଦେବା ପାଇଁ ତ ବହୁତ କିଛି ଅଛି କିନ୍ତୁ ସେମାନଙ୍କୁ ସମ୍ମାନ ଦେବାଠୁ ବଡ଼ ଉପହାର କିଛି ନାହିଁ ।
ବାସ୍ତୁ ଟିପ୍ପଣୀ-ଏହି ୬ଟି ସ୍ବପ୍ନ ଭଲ ସମୟ ଆସିବାର ସଂକେତ ଦେଇଥାଏ ।
ଆମେମାନେ ଶୋଇବା ପୂର୍ବରୁ ଯେଉଁ ସବୁ ଜିନିଷକୁ ଦେଖିଥାନ୍ତି । ସେହି ସବୁକୁ ବି ସ୍ୱପ୍ନରେ କେବେ କେବେ ଦେଖିବା ପାଇଁ ମିଳିଥାଏ । ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନ ଦ୍ୱାରା ଭଗବାନ ମଣିଷର ନିକଟବର୍ତ୍ତି ହୁଅନ୍ତି ବୋଲି କୁହାଯାଇଛି । ଏମିତିବି କୁହାଯାଇଛି କି ସିଧା ସଳଖ ଭଗବାନ ଲୋକଙ୍କୁ ସଙ୍କେତ ନ ଦେଇ ସେ ଏହି ସ୍ୱପ୍ନ ଦ୍ୱାରା ସଙ୍କେତ ଦେଇଥାନ୍ତି । ଏଥିରେ ସେହି ମନୁଷ୍ୟର ଭଲ ବା ଖରାପ୍ ସମୟ ଆସୁଥିବା ବିଷୟରେ କହିଥାନ୍ତି । ଭଲ ସମୟ ଆସିବା ପୂର୍ବ ଯେଉଁ ସବୁ ସଙ୍କେତ ମିଳିଥାଏ ସେହି ବିଷୟରେ ଜାଣନ୍ତୁ। ସ୍ୱପ୍ନରେ ଯଦି ଆପଣମାନେ ନାଚୁ ଥିବା ବା ବସିଥିବା ମୟୁରକୁ ଦେଖନ୍ତି ତେବେ ଭାବି ନିଅନ୍ତୁ କି ଆପଣମାନଙ୍କ ଭଲ ସମୟ କିଛି ଦିନ ମଧ୍ୟରେ ଆସିବା ପାଇଁ ଯାଉଛି ।
ବହୁତ ସମୟରେ ଧଳା ସାପକୁ ସ୍ୱପ୍ନରେ ଦେଖିଲେ ବହୁତ ଲୋକମାନେ ଡରି ଯାଇଥାନ୍ତି । ଯଦି ଆପଣମାନେ କେବେ ଏହି ଧଳାସାପ କୁ ଦେଖନ୍ତି ତେବେ ଏହା ଆପଣ ମାନଙ୍କ ଭଲ ସମୟ ଆସିବାର ସଙ୍କେତ ବୋଲି ଭାବନ୍ତୁ । ସେହି ପରି ଯଦି ଆପଣମାନେ ଶଙ୍ଖକୁ ସ୍ୱପ୍ନରେ ଦେଖନ୍ତି ତେବେ ସେମିତି କ୍ଷେତ୍ରରେ ଆପଣ ମାନଙ୍କ ପାଇଁ ତଥା ପରିବାର ଶୁଖଶାନ୍ତି ଆସିବାର ସଂଙ୍କେତ ହୋଇଥାଏ । ଯଦି ଆପଣ ମାନଙ୍କୁ ଧଳାପେଚା ଦେଖିବା ପାଇଁ ମିଳେ ତେବେ ସେମିତି କ୍ଷେତ୍ରରେ ଏହା ଆପଣ ମାନଙ୍କ ଧନପ୍ରାପ୍ତି ର ସଂଙ୍କେତ ହୋଇ ଥାଏ । ଆପଣ ମାନେ କେବେ ବି କ୍ଷେତ ମଧ୍ୟ ରେ ଛତା ଧରି ଯାଉଥିବାର ଦେଖନ୍ତି ।ତେବେ ସେମିତି ବେଳେ ଆପଣ ମାନ ସମୃଦ୍ଦି ଏବଂ ଲୋକ ପ୍ରିୟତା ବହୁତ ପରିମାଣ ରେ ବଢିବା ପାଇଁ ଯାଉଛି ବୋଲି ଆପଣମାନେ ଭାବି ନିଅନ୍ତୁ ।ଆପଣମାନେ କୋଇଲାକୁ ସ୍ୱପ୍ନରେ ଦେଖନ୍ତି ତେବେ ଏହା ଆପଣମାନଙ୍କ ପାଇଁ ବି ବହୁତ ପରିମାଣରେ ଶୁଭ ହୋଇଥାଏ ଆପଣ ମାନେ ସୁଖଶାନ୍ତି ପ୍ରାପ୍ତି କରିବାପାଇଁ ଯାଉଛନ୍ତି ବୋଲି ଭାବି ନିଅନ୍ତୁ !ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

Leave A Reply

Your email address will not be published.