ଚର୍ଚ୍ଚାରେ ଗୋଲ୍ଡମ୍ୟାନ

0 325

ଭୁବନେଶ୍ୱର,୨୮/୭(ଏସଏସନିଉଜ)ଚର୍ଚ୍ଚାରେ ରହିଛନ୍ତି ଗୋଲ୍ଡମ୍ୟାନ ।ନାଁ ତାଙ୍କର ପ୍ରେମ ସିଂ ।ଘର ବିହାରର ଭୋଜପୁର ଜିଲ୍ଲା ବିହିୟାନ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ବାସୋପୁରର ବାସିନ୍ଦା ।ବୟସ ୩୮ ।ପେଶାରେ ସେ ଜଣେ ଠିକାଦାର ।କିନ୍ତୁ ନିଶା ସୁନାଅଂଳଙ୍କାର ପିନ୍ଧିବା ।ତାଙ୍କ ଶରୀରରେ ପ୍ରାୟ୪କେଜି ଓଜନର ସୁନାଅଂଳଙ୍କାର ପିନ୍ଧି ବଜାରରେ ଯିବାଆସିବା କରିଥାନ୍ତି ।ସେଥିପାଇଁ ତାଙ୍କୁ ଗୋଲ୍ଡମ୍ୟାନ୍ ବୋଲି ଲୋକେ କହିଥାନ୍ତି ।ବଜାରରେ ଯାଉଥିବାବେଳେ ସେଲଫି ନେବାକୁ ମଧ୍ୟ ଯୁବପିଢି ଭୁଲିନଥାନ୍ତି

।ସେ ୨୦ବର୍ଷ ବୟସରୁ ସୁନାପିନ୍ଧିବା ଆରମ୍ଭ କରିଛନ୍ତି ।ଉପାର୍ଜିତ ଅର୍ଥ ରେ ସୁନାକିଣି ପିନ୍ଧିଥାନ୍ତି ବୋଲି ସେ କହିଛନ୍ତି ।୧୦୦ଗ୍ରାମସୁନା ଅଂଳଙ୍କାର ପିନ୍ଧି ସାଧାରଣ ଲୋକ ଚୋରଭୟରେ ବାହାରକୁ ଆସିବାକୁ ନିାରପଦ ମଣୁନଥିବାବେଳେ ସେ ସୁନାରେ ସଜେଇ ହୋଇ ନିର୍ଭୟରେ ବାହାରେ ବୁଲିଥାନ୍ତି ।ବର୍ଷେ ତଳେ ଡକାୟତମାନଙ୍କ ହାବୁଡରେ ପଡି କିଛି ସୁନାଅଂଳଙ୍କାର ନେଇଯାଇଥିଲେ ମଧ୍ୟ ତାଙ୍କ ନିଶା ଯୋଗୁ ସୁନା ପିନ୍ଧିବା କମାଇନାହାନ୍ତିା ତାଙ୍କୁ ସମସ୍ତେ ଗୋଲ୍ଡମ୍ୟାନ୍ ବୋଲି ଜାଣନ୍ତୁ ତାଙ୍କର ଇଛା ରହିଛି ।ତାଙ୍କ ଶରୀରରେ୧୬ ଟି ମୋଟା ସୁନା ଚେନ୍ , ପ୍ରତ୍ୟେକ ହାତରେ ଦୁଇଟି ବ୍ରେସଲେଟ୍, ହାତର ଦଶ ଆଙ୍ଗୁଠିରେ ମୁଦି ରହିଛି ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାହେଲା ତାଙ୍କ ମୋବାଇଲ ଓ ମୋବାଇଲ କଭର ମଧ୍ୟ ସୁନାରେ ତିଆରି ହୋଇଛି ।

 

Leave A Reply

Your email address will not be published.