ଆଜିର ରାଶିଫଳ

0 282

୨୦୨୨ ମସିହା ଜୁଲାଇ ମାସ ୩୧ ତାରିଖ (ରବିବାର)ଶ୍ରାବଣମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ରା ଘ୪/୧୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୫/୩୭ .ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୫ ,ମେଷ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଭକ୍ଷଣ ନିଷେଧ । 
ମେଷ-କନ୍ୟା, ପୁତ୍ରାଦି ଲାଭ କରି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ଧାର୍ମିକ ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ କରିପାରନ୍ତି।
ବୃଷ-ଉଦାର ସ୍ୱଭାବର ହେବେ। ଦାତାପଣେ ପତାକା ଉଡ଼ାଇବାରେ ସକ୍ଷମ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ।
ମିଥୁନ-ରୋଜଗାର ମଧ୍ୟମ ଧରଣର ହେବ। ପ୍ରଶଂସିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମିଷ୍ଟଭାଷୀ ହେବେ। ମେଳାପୀ ପ୍ରକୃତିର ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହେବେ। ପ୍ରେମୀ ଓ ସାହସୀ ହେବେ।
କର୍କଟ-ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ସୁହାଗ ରହିବ। ମିତ୍ର ସୁଖ ମିଳିପାରେ।
ସିଂହ-ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁ ରୂପ ହେବ। ରୁଚିକର ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଶରୀର ସୁସ୍ଥ ରହିବ। ବ୍ୟବସାୟ ସୁଖୀ ହେବେ। ମାଲିମୋକଦମାରେ ଜିଣି ଧନଲାଭ କରିପାରନ୍ତି।
କନ୍ୟା-ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତ ପ୍ରିୟ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ତୁଳା-ମନ ପ୍ରସନ୍ନ ରହିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହୋଇପାରେ। ଲୋକପ୍ରିୟତା ଅର୍ଜନ କରିବେ। ଗୃହକାର୍ଯ୍ୟରେ ପତ୍ନୀର ସହାୟତା ପାଇବେ।
ବିଛା-ଅନ୍ୟକୁ ସାହାଯ୍ୟ କରିପାରନ୍ତି; ମାତ୍ର ନିଜେ ଉପକୃତ ହେବା କଷ୍ଟ ସାଧ୍ୟ। ବଂଶ-ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବିଭାଗୀୟ ସମର୍ଥନ ମିଳିବ। ବ୍ୟବସାୟ ଲାଭ ଜନକ ହେବ। ପରିବାର ସୁଖ ମିଳିବ।
ଧନୁ-ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ସେବା ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ସୁଖ-ଶାନ୍ତିରେ ଅତିବାହିତ ହେବ। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ବିଦ୍ୱାନ ଓ ସାହସୀ ହୋଇପାରନ୍ତି।
ମକର-ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସଫଳତା ପାଇବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ନକରିବା ଭଲ।
କୁମ୍ଭ-ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀ ପରାମର୍ଶ ଦାତା ହେବେ।
ମୀନ-ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳଶାଳୀ ହେବେ। ଶତ୍ରୁ ଦମନ କରିବେ; ମାତ୍ର ବହୁ କଷ୍ଟରେ।
ନିତୀବାଣୀ-କେବେବି କାହା ସହିତ ଖରାପ ବ୍ୟବହାର କରିବା ନାହିଁ କାହିଁକି ନା ମୃତ୍ୟୁ ପୂର୍ବରୁ କ୍ଷମା ମାଗିବା ପାଇଁ ତାଙ୍କୁ ଆଉଥରେ ଖୋଜି ପାଇବା ବୋଲି କହିହେବ ନାହି ।
ବାସ୍ତୁ ଟିପ୍ପଣୀ-କେଉଁ ସବୁ ସଂକେତ ଦେଇ ଥାଏ ଶୁଭ ଅଶୁଭ ର ବାର୍ତା…
ଘର ଭିତରେ ଛୁଚୁନ୍ଦ୍ରା ଦେଖାଗଲେ କିମ୍ବା ଘର ପାଖରେ କୋଇଲି ରାବିଲେ ଶୁଭ ସମୟ ଆଗମନର ସୂଚନା ଦେଇଥାଏ।
କୁକୁର କାନ୍ଦିବା,ଗାଈ ଲାଞ୍ଜ ଟେକି ବୋବାଇବା,ବିଲେଇ କଳହ କରିବା ଇତ୍ୟାଦି ଅଶୁଭ ସଙ୍କେତ ଅଟେ।
କୌଣସି ପକ୍ଷୀ ରାତିରେ ଫଳଟିଏ ଅଧା ଖାଇ ଘରର ଛାତ କିମ୍ବା ଦୁଆର ମୁହଁରେ ପକାଇ ଯିବାରୁ ସକାଳେ ଦେଖିଲେ ସେହି ଦିନ ଶୁଭ ସୂଚନାର ସଙ୍କେତ ମିଳିଥାଏ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.