ଡାକ୍ତରଖାନରୁ ବିଚାରାଧୀନ ବନ୍ଦୀ ଫେରାର୍

0 144

ଝାରସୁଗୁଡ଼ା,୩୧/୭(ଏସଏସନିଉଜ) ବିଳମ୍ବିତ ରାତିରେ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରାଧୀନ ବନ୍ଦୀ ଇନ୍ଦ୍ରଜିତ ସାହାଣୀ ଫେରାର୍ ହୋଇଯାଇଥିବା ଜଣାଯାଇଛି। ।ଏହିଘଟଣାରେ ଡ୍ୟୁଟିରେ ଥିବା ଜେଲ୍ ୱାର୍ଡର କିରଣ କୁମାର ଯୋଶୀଙ୍କୁ ଜେଲ୍ ଅଧୀକ୍ଷକ ଏଲ. କେ. ଧାଙ୍ଗଡ଼ା ନିଲମ୍ବିତ କରିଛନ୍ତି । ଫେରାର୍ ମାରିଥିବା ଇନ୍ଦ୍ରଜିତଙ୍କ ଘର ବିହାରର ମାଧୋପୁର ଥାନା ବୋଥନା ଗାଁରେ ହୋଇଥିବାବେଳେ ଗତ ୨୬ ତାରିଖ ଏକ ଟ୍ରକ୍ ଚୋରି ମାମଲାରେ ଗିରଫ ହୋଇ ଓରିଏଣ୍ଟ୍ ଥାନାପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା । ଝାରସୁଗୁଡ଼ା ଉପ କାରାଗାରରେ ୨୭ ତାରିଖରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିସ୍‌।ପାଇଁ ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଥିଲା ।

Leave A Reply

Your email address will not be published.