ଆଜିର ରାଶିଫଳ

0 186

୨୦୨୨ ମସିହା ଅଗଷ୍ଟ ମାସ ୧ ତାରିଖ (ସୋମବାର)ଶ୍ରାବଣମାସ -ଶୁକ୍ଳପକ୍ଷ ,ତିଥି-ଚତୁର୍ଥୀ ରା ଘ୫/୧୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୨୫/୫୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୫୮,ମିଥୁନ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଚର୍ତୁଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଭକ୍ଷଣ ନିଷେଧ।
🐏ମେଷ👉ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଦାତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା ମିଳିବ।
🐮ବୃଷ👉ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସ˚ମ୍ଭବ୍ୟ ସ˚କଟ ଦୂର ହେବ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ। ଭାବିଥିବା ସବୁ କାମ ଠିକ୍‌ ଭାବରେ ହେବ।
👩‍❤️‍👨ମିଥୁନ👉ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
🦀କର୍କଟ👉 ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ।
🦁ସିଂହ👉ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ।
🙎‍♀️କନ୍ୟା👉ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ।
⚖️ତୁଳା👉 ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
🦂ବିଛା👉 ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
🏹ଧନୁ👉 ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ମିଳିବ।
🐊ମକର👉ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ।
🏺କୁମ୍ଭ👉ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ହେବ। ବୈବାହିକ ଜୀବନରେ ମଧୁରତା ଆସିବ।
🐟ମୀନ👉ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ। ପାରିବାରିକ ଜୀବନ ସୁଖମୟ ହେବ।
ନୀତିବାଣୀ-ଗାଡିରେ ଯଦି Break ନାହିଁ ତେବେ Accident ନିଶ୍ଚିତ ”ଆଉ” ଜୀବନରେ ଯଦି ସଂସ୍କାର ଓ ମର୍ଯ୍ଯାଦା ନାହିଁ ତାହା ହେଲେ ପତନ ନିଶ୍ଚିତ ଅଟେ ….
ବାସ୍ତୁ ଟିପ୍ପଣୀ-ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହର ଦିଗ ଦକ୍ଷିଣ ବୋଲି ବିବେଚନା କରାଯାଏ l ଏହା ସହିତ ଜଡିତ ଶୁଭ ପ୍ରଭାବ ପାଇବାକୁ ହେଲେ ଦକ୍ଷିଣ ଦିଗରେ ଏକ ବଡ଼ ନିମ୍ବ ଗଛ ରହିବା ଆବଶ୍ୟକ l
କବାଟ ଉପରେ ପଞ୍ଚମୁଚି ହନୁମାନଜୀଙ୍କ ଚିତ୍ର ରଖନ୍ତୁ l କୁହାଯାଏ ଯେ ଦ୍ୱାର ସମ୍ମୁଖରେ ଆଶୀର୍ବାଦ ସ୍ଥିତିରେ ହନୁମାନ ଜୀଙ୍କର ଏକ ପ୍ରତିମା କିମ୍ବା ଚିତ୍ର ରଖିବା ଦକ୍ଷିଣ ଦ୍ୱାରର ମୁଖ୍ୟ ଦ୍ୱାରର ସ୍ଥାପତ୍ୟ ତ୍ରୁଟିକୁ ନଷ୍ଟ କରିଦିଏ l
ଯଦି ଘରର କବାଟ ଦକ୍ଷିଣ ଆଡ଼କୁ ଥାଏ ତେବେ ଏକ ବଡ଼ ଆକାରର ଦର୍ପଣକୁ ଠିକ୍ ସେହିପରି କବାଟ ସମ୍ମୁଖରେ ରଖାଯିବା ଉଚିତ୍ ଯେ ଦର୍ପଣରେ ଘରେ ପ୍ରବେଶ କରୁଥିବା ବ୍ୟକ୍ତିର ସମ୍ପୂର୍ଣ୍ଣ ପ୍ରତିଛବି ସୃଷ୍ଟି ହେଉଥିବ l
ଏହା ବ୍ୟତୀତ ଯଦି ଦକ୍ଷିଣ ଦିଗରେ ଏକ ମୁଖ୍ୟ ଦ୍ୱାର କିମ୍ବା ୱିଣ୍ଡୋ ଅଛି ତେବେ ଏହାକୁ ପଶ୍ଚିମ ଉତ୍ତର, ପଶ୍ଚିମ, ଉତ୍ତର କିମ୍ବା ପୂର୍ବ ଦିଗକୁ ପରିବର୍ତ୍ତନ କରାଯିବା ଉଚିତ, ଏହା ଦ୍ୱାରା ଦକ୍ଷିଣର ଖରାପ ପ୍ରଭାବ ବନ୍ଦ ହୋଇଯିବ ।🙏ଜୟଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା 🙏

Leave A Reply

Your email address will not be published.