ଆଜିର ରାଶିଫଳ

0 206

୨୦୨୨ ମସିହା ଅଗଷ୍ଟ ମାସ ୩ ତାରିଖ (ବୁଧବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ପ୍ରାତଃ ଘ୫/୪୨ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୬/୩୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୨୫ ,କର୍କଟ ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ । 
ମେଷ-ଆଜି ଶୁଭ ଫଳ ପାଇବେ । ସକାରାତ୍ମକ ମାନସିକତା ରହିବ ଇ ଲୋକ ସମ୍ପର୍କ ବଢିବ । ନିଜର ବ୍ୟବସାୟ ସମ୍ପ୍ରସାରଣ ଯୋଜନା କରିବା ପାଇଁ ଏହା ଏକ ଭଲ ସମୟ ।
ବୃଷ- ଯେଉଁମାନେ ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ଖୋଜୁଛନ୍ତି କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ଉଦ୍ୟମ ସଫଳ ହେବ । ଆଗାମୀ ସମୟରେ ସଫଳତା ଆପଣଙ୍କ ସହିତ ରହିବ ।
ମିଥୁନ-ଆଜି ଦିନଟି ଶୁଭ ଦିନ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଭ ପାଇବେ । ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଏକ ନୂତନ ସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ । କୋର୍ଟ ମାମଲାରେ ସଫଳତା ପାଇପାରିବେ । ବୃତ୍ତିଗତ ଭାବରେ ଆପଣ ଲୋକପ୍ରିୟତା ଏବଂ ପ୍ରଶଂସା ଲାଭ କରିବେ । ଏହା ସହିତ ବ୍ୟକ୍ତିଗତ ସମ୍ପର୍କରେ ସୁଖ ଏବଂ ଆନନ୍ଦ ରହିବ ।
କର୍କଟ-କିଛି ସମସ୍ୟା ର ସମ୍ମୁଖୀନ ହେବେ କିନ୍ତୁ ଦିନଟି ଆପଣଙ୍କ ସପକ୍ଷରେ ରହିବ । ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ରଖନ୍ତୁ ଇ ପରିବାର ଏବଂ ବନ୍ଧୁ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ ।
ସିଂହ-ଦିନଟି ଆପଣଙ୍କ ସପକ୍ଷରେ ରହିବ । କାର୍ଯ୍ୟ ରେ କିଛି ଉତ୍ଥାନ-ପତନ ହୋଇପାରେ । ଗୁପ୍ତ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ , କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ନିକଟ ସମ୍ପର୍କୀୟଙ୍କ ଠାରୁ ମାନସିକ ଆଘାତ ପାଇବେ । କିନ୍ତୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ହେବ ।
କନ୍ୟା-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ଜଟିଳ ସମସ୍ୟାର ସମାଧାନ କରି ପାରିବେ । କୌଣସି ନୂତନ ଉଦ୍ୟମରେ ଆପଣ ପ୍ରବେଶ କରିବେ ବୋଲି ସଂକେତ ଅଛି ଓ ବିଦେଶୀ ସଂସ୍ଥାରୁ ଶେଷଜଣଙ୍କ ଲାଭ ପାଇବେ ।
ତୁଳା-ଆର୍ଥିକ ଲାଭ ପାଇଁ ସୁଯୋଗ ମିଳିବ । ନିଜ ଲୋକଙ୍କ ଠାରୁ ଠକାମିରେ ପଡି ପାରନ୍ତି ,ଦୁରେଇ ରୁହନ୍ତୁ ।ପାରିବାରିକ ଜୀବନ କିଛି ଟେନସନରେ ଆସି ପାରେ କିନ୍ତୁ ମନ ସ୍ଥିର କରି ପରିସ୍ଥିତିର ସାମ୍ନା କରନ୍ତୁ ।
ବିଛା-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଉଛି । ସମସ୍ତ ଅସୁବିଧା ସମାପ୍ତ ହେବ ଏବଂ ସ୍ଥଗିତ କାର୍ଯ୍ୟ ଚାଲିବ । ଆର୍ଥିକ ପ୍ରସଙ୍ଗରେ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆନ୍ତରିକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ-ଆପଣଙ୍କର ଧନ ବୃଦ୍ଧି ଏବଂ ବ୍ୟବସାୟ ସ୍ଥିତିରେ ଉନ୍ନତି ହେବ । ଆପଣ ସମସ୍ତ ପ୍ରକାରର ବସ୍ତୁ ଉପଭୋଗ କରିବେ ଏବଂ ନୂତନ କାର୍ଯ୍ୟ ଭାର ଅଧିଗ୍ରହଣ ହୋଇପାରେ । ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିପାରନ୍ତି ।
ମକର-ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପଯୁକ୍ତ ବିଚାରବିମର୍ଶ କରି ନିଅନ୍ତୁ । ଆପଣ ସାମାଜିକ ଭାବରେ ସକ୍ରିୟ ରହିବେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ସ୍ଥାପିତ କରିପାରନ୍ତି ।
କୁମ୍ଭ- ଆଜି ଆପଣଙ୍କୁ କିଛି ଉତ୍ଥାନର ପତନ ର ସମ୍ମୁଖୀନ ହେବାକୁ ପଡିବ । ତରବରିଆ ଭାବରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ,ଫଳ ଓଲଟା ହୋଇପାରେ । ଏକ ଆନନ୍ଦଦାୟକ ଭ୍ରମଣ ଯୋଗ ରହିଛି ଓ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ
ମୀନ-ଧାର୍ମିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କର ହେବ । ଧାର୍ମିକ କାର୍ଯ୍ୟ ରେ ସାମାଜିକ ଲୋକପ୍ରିୟତା ବଢିବ । ପାରିବାରିକ ଜୀବନ ସୁଖୀ ହେବ ଏବଂ ମାନସିକ ସ୍ତରରେ ଶାନ୍ତ ରହିବେ । ଆତ୍ମବିଶ୍ଵାସ ବଢିବ ଏବଂକାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ପାଇବ ।
ନିତୀବାଣୀ-ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !!
ବାସ୍ତୁ ଟିପ୍ପଣୀ-ଘରର ମୁଖ୍ୟଦ୍ଵାରରେ ଏହି ସବୁ ଲକ୍ଷଣ ଥିଲେ ମାଡି ଆସେ ଦାରିଦ୍ର୍ୟତା ?
ଯଦି ଘରର ବାସ୍ତୁ ଠିକ ନଥାଏ ତେବେ ଘରେ ବହୁତ କ୍ଷତି ହୋଇଥାଏ । ଯେମିତିକି- ଅଯଥାରେ ରୋଗ, ଶାରୀରିକ ଅସୁସ୍ଥତା, କଳହ, ଅଶାନ୍ତି, ଧନ ହାନି, ରୁଣ, କରଯ, ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଏହିସବୁ ଘଟିଥାଏ । ଏଥିପାଇଁ ଦୁଆର ମୁହଁର ବାସ୍ତୁ ଠିକ ରହିବା ଦରକାର । ଯଦି ଆପଣଙ୍କ ଘରର ପ୍ରବେଶ ଦ୍ଵାର ଏକାଥରେ ୩ଟି ଘରକୁ ଯୋଡି ହୋଇଅଛି ତେବେ ତାହା କ୍ଷତିକାରକ ହେଇଥାଏ । ଯଦି ଆପଣଙ୍କ ପ୍ରବେଶ ଦ୍ଵାର ନିକଟରେ ଗୋଟିଏ ବଡ ଖମ୍ବ କିମ୍ବା ଗୋଟିଏ ଖୁଣ୍ଟ ଆପଣ ରଖିଛନ୍ତି ତେବେ ତାହା ଅନେକ କ୍ଷତି କରିଥାଏ ।
ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଏବଂ ବିଶେଷ କରି ଆପଣଙ୍କ ଧନ ପ୍ରାପ୍ତିରେ ଏହାର ପ୍ରଭାବ ପଡିଥାଏ । ଯଦି ଆପଣ ଘର ତିଆରି କରୁଛନ୍ତି ତେବେ କୌଣସି କୋଣ ଆଡକୁ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ବନେଇବେ ନାହିଁ । ଘରର ମଧ୍ୟସ୍ଥ ଭାଗରେ ପ୍ରବେଶ ଦ୍ଵାର ତିଆରି କରିବେ । ଏବଂ ଏହାମଧ୍ୟ ଯେ ଘରର ମୁଖ୍ୟ ଦ୍ଵାରକୁ ଯେଉଁ ଉଚ୍ଚତାରେ ରଖିଛନ୍ତି, ଘରର ପ୍ରତ୍ୟକ ଦ୍ଵାରକୁ ସେହି ଉଚ୍ଚତାରେ ରଖନ୍ତୁ । ଯଦି ଆପଣ ଅଲଗା ଅଲଗା କରି ଦ୍ବାରର ଉଚ୍ଚତା ରଖିଛନ୍ତି ତେବେ ତାହା ବିପଦ ଆଣିଥାଏ । ଏଣୁ ଗୋଟିଏ ମାପରେ ଘରର ମୁଖ୍ୟ ଦ୍ଵାରା ସହିତ ସମସ୍ତ ଦ୍ଵାର ସମାନ ରଖନ୍ତୁ ।
ଆଉ ଗୋଟିଏ ମହତ୍ବପୂର୍ଣ କଥା ଏହା ହେଉଛି ଯେ- ଯେତେବେଳେ ଆପଣ ଘରର ଦ୍ଵାରା ତିଆରି କରୁଛନ୍ତି ତେବେ ତାହାର କବାଟ ଭିତରକୁ ଫିଟିବା କଥା ବାହାରକୁ ନୁହେଁ । ଯଦି ତାହା ବାହାରକୁ ଫିଟୁଛି ତେବେ ଅର୍ଥହାନୀର କାରଣ ହୋଇଥାଏ । ଯଦି ଆପଣଙ୍କ ଘରର କବାଟ ବନ୍ଧ କଲାବେଳେ ଏବଂ ଖୋଲିଲାବେଳେ କିଛି ଆବାଜ କରୁଛି ତେବେ ତାହା ମଧ୍ୟ କ୍ଷତି-କାରକ ହୋଇଥାଏ । ଏହା ଫଳରେ ଆପଣଙ୍କ ଘରେ ନାନା ପ୍ରକାର ଅଶାନ୍ତି ଉପୁଜିଥାଏ । ଘରର ଦୁଆର ମୁହଁରେ କୌଣସି କଣ୍ଟା ଜାତୀୟ ବୃକ୍ଷ ତଥା ଲଙ୍କା କିମ୍ବା ପିତା ଜାତୀୟ ବୃକ୍ଷ ଆପଣ ଲଗାନ୍ତୁ ନାହିଁ ।ଏହା ବହୁତ କ୍ଷତିକାରକ ହୋଇଥାଏ ।
ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବେ ଯେ ଘରର ପ୍ରବେଶ ଦ୍ଵାରା ସାମ୍ନାରେ କୌଣସି ପ୍ରକାରର ଉଗ୍ର ମୂର୍ତି ରଖିବେ ନାହିଁ । ଶ୍ରୀ ଗଣେଶଙ୍କ ମୂର୍ତି ରଖି ପାରିବେ । ଗୋଟିଏ ଆଇନା,ଦର୍ପଣ ମଧ୍ୟ ଘରର ମୁଖ୍ୟ ଦ୍ଵାର ନିକଟରେ ରଖିବା ଅନିବାର‌୍ୟ । ଏହି ନିୟମ ସବୁ ପାଳନ କରି ନିଜର ଘର ତିଆରି କରନ୍ତୁ ଦେଖିବେ ଆପଣଙ୍କ ଜୀବନ ସୁଖମୟ ଏବଂ ଆନନ୍ଦ ଉଲ୍ଲାସରେ କଟିବ!! ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.