ଏକାଠି ହେଲେ ସୋମନାଥ ଭକ୍ତ

0 302

ବାରଙ୍ଗ,୧/୮ (ଏସଏସନିଜ) ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥ ମନ୍ଦିର ପରିସରରେ ଶ୍ରାବଣମାସ ର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥ ପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ ଏକାଠି ହୋଇ ବାବା ସୋମନାଥଙ୍କର ଜୟଗାନ କରି ସୋମନାଥଙ୍କ ମହିମା ପ୍ରଚାର ସହ ବାନା ଟେକ ରହିବା ପାଇଁ ଆଲୋଚନା କରିଥିଲେ ।ଏହି ଅବସରରେ ସେନାର ସଭାପତି ତଥା ସାମ୍ବାଦିକ ଲିଙ୍ଗରାଜରାଉତଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ସଭାରେ ବୟଜ୍ୟେଷ୍ଠ ମୁରବୀ ଅନ୍ତର୍ୟ୍ୟାମି କୁଅଁର ,ବାରଙ୍ଗଅଂଚଳର ଯୁବଶିଳ୍ପପତି ଡ.ଅର୍ଜ୍ଜନ ମହାରଣା,ଢାଉଆ ଗ୍ରାମ୍ୟକମିଟି ର ସଭାପତି ସୁକାନ୍ତ ବେହେରା, ଯୁବ ଓକିଲ ସୁବ୍ରତମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ସୋମନାଥ ମନ୍ଦିର ମହିମା ପ୍ରଚାର ସହ ଉନ୍ନତି ପାଇଁ ସେନା ପକ୍ଷରୁ କରାଯାଉ ଥିବା ଉଦ୍ୟମକୁ ପ୍ରଶଂସା କରି ଥିଲେ ।ଏହାସହିତ ସେନାର ସଦସ୍ୟତା ଗ୍ରହଣ ଅଭିଯାନକୁ ବଢାଇ ପ୍ରତିଗ୍ରାମରେ ସୋମନାଥ ସେନାର ସଦସ୍ୟତା ରହିବା ଅବଶ୍ୟକତା ପ୍ରତି ଗୁରୁତ୍ୱ ଦେବାକୁ ଅତିଥିମାନେ ପ୍ରସ୍ଥାବ ଦେଇଥିଲେ । ଏହି ଅବସରରେ ଆମେରିକାରେ ଡକ୍ଟେରେଟ ପାଇ ବାରଙ୍ଗଅଂଚଳର ଗର୍ବ ଓ ଗୈାରବ ସାଜିଥିବା ଡ.ଅର୍ଜ୍ଜୁନ ମହାରଣାଙ୍କୁ ସମ୍ମାନୀତ କରାଯାଇଥିଲା ।ଏହାସହିତ ସୋମନାଥ ସେନାରେ ନୁଆକରି ଯୋଗଦେଇଥିବାସାମ୍ବାଦିକ,ବ୍ୟବସାୟୀ, ପ୍ରଶାସକ, ଆଂଚଳିକ ନେତା,ମୁରବୀ ଆଦି ସଦସ୍ୟ ମାନଙ୍କୁ ସୋମନାଥଙ୍କ ଚରଣରେ ସମର୍ପିତ ହୋଇଥିବା ଉପଢୋକନ ଦେଇ ସମ୍ବର୍ଦ୍ଦନା

କରାଯାଇଥିଲା । ସାମ୍ବାଦିକ ସୁକାନ୍ତରାଉତ ଧନ୍ୟବାଦ ଦେଇଥିଲେ ।ଏଥିରେ ସେନାର ସମ୍ପାଦକ ଜିତେନ୍ଦ୍ର ସାସମଲ, ଇଞଣାଗ୍ରାମ୍ୟକମିଟିର ସଭାପତି ପ୍ରଦୀପଦାସ, ସେନାର ଉପ ସଭାପତି ଅମିୟଜେନା, ଗୁରୁଚରଣରାଉତ ,ଉମାକାନ୍ତହାତୀ, ପୁର୍ବତନସରମ୍ପଚ ଅଜୟବେହେରା ,କିଶୋର ରାଉତ, ତପନ ପାଣି, ମନୋରଞନପଲେଇ ,ବୁଲୁସାହୁ,ପଟିଆଗଡନିଳକଣ୍ଠମନ୍ଦିର ଟ୍ରଷ୍ଟି ରବିନ୍ଦ୍ର ପାତ୍ର, ବୟଜ୍ୟେଷ୍ଠ ମୁରବୀ ଅଲେଖମହାପାତ୍ର, ଅରକ୍ଷିତଭୋଇ, ସାମ୍ବାଦିକ ଗୈରୀ ପ୍ରସାଦମହାନ୍ତି, ସତ୍ୟଜିତ ରାଉତ ,ପ୍ରକାସଚନ୍ଦ୍ରସାହୁ, ଜଗନ୍ନାଥଭଞ, କୃଷ୍ନଚନ୍ଦ୍ର ସ୍ୱାଇଁ, ତାପସଜେନା ଗୈତମରାଉତ ,ସେନାର ବୟଜ୍ୟେଷ୍ଟ ସଦସ୍ୟମାଗାସାହୁ, ଝରେନ୍ଦ୍ରପ୍ରଧାନ, ଅରୁଣ କୁମାର ରାଉତ, କାହ୍ନୁଚରଣ ବେଉରା,ବେଣୁଧରଜେନାଙ୍କ ସମେତ ବହୁ ସୋମନାଥପ୍ରେମୀ ଭକ୍ତ ଯୋଗଦାନ କରି ବାବାଙ୍କ ଜୟଗାନରେ ସାମିଲ ହୋଇଥିଲେ |

Leave A Reply

Your email address will not be published.