ଆଜିର ରାଶିଫଳ

0 450

ଅଖଟେକ ପର୍ବ ଓ ବିଷ୍ଣୁ ପବିତ୍ରାରୋପଣ ,୨୦୨୨ ମସିହା ଅଗଷ୍ଟ ମାସ ୯ ତାରିଖ (ମଙ୍ଗଳବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱାଦଶୀ ସନ୍ଧ୍ୟା ଘ୫/୪୦ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୮/୦୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୦୧,ମକର ରାଶି ର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇ ଦିବା ଘ୫/୪୦ ଗତେ ବାଇଗଣ ଭକ୍ଷଣ ନିଷେଧ । 
ମେଷ-ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ ଓ ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ । ନିକଟ ସମ୍ପର୍କୀୟମାନଙ୍କ ଶୁଭକାମନା ଓ ସାହାଯ୍ୟକାରୀ ମନୋବୃତ୍ତି ସାମୟିକ ମନକୁ ଖୁସି କରିପାରେ । ବିଦେଶଯାତ୍ରାରେ ଯଶଲାଭ, ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଉତ୍ତମ ରୋଜଗାର ହେବ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ଓ ଯଶ, ମାନ ବୃଦ୍ଧି ହେବ । ନୂତନ ଗୃହ ନିର୍ମାଣ କରିବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମହିଳାମାନେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି ।
ବୃଷ-ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତିହେବ ଓ ଆଶା ଆକାଂକ୍ଷା ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ସାଧାରଣ କେତେକ ସୁବିଧା ସୁଯୋଗକୁ ବାଦ୍ ଦେଲେ କେତେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ ।ଗାମ୍ଭୀର୍ଯ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ କଥାକହି ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇପାରିବେ । ଗୃହୋପକରଣ କ୍ରୟ କରି ପାରନ୍ତି । ଯୁବକ ଯୁବତୀମାନେ ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ଓ ବିବାହ ସ୍ଥିର ହେବ ।
ମିଥୁନ-ସମସ୍ୟା ଗୁଡ଼ିକ ସରଳ ସମାଧାନ କରିବାରେ ସମର୍ଥ ହେବେ । ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି । ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ, ଯାହାକି ସାମୟିକ ଚିନ୍ତା ଉଦ୍ରେକ କରିପାରେ । ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାକୁ ସୁବିଧା ପାଇବେ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
କର୍କଟ-ଯେକୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ । କରଜଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସଫଳ ହେବେ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ସ୍ଥଗିତ କର୍ମଗୁଡ଼ିକର ସମ୍ପାଦନ କରିବେ । ବ୍ୟବସାୟ କ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ପାରିବେ । ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଆନନ୍ଦ ଅନୁଭବ କରିବେ । ଦୂର ଯାତ୍ରାରେ ସଫଳତା ମିଳିବ ।
ସିଂହ-ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷ ସୃଷ୍ଟି କରିବ । ଆନୁଷ୍ଠାନିକ କାମରେ ଆପଣ ଗଠନମୂଳକ ପ୍ରସ୍ତାବ ନେଇ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବହନ ବ୍ୟବସାୟ, ଗବେଷଣା, ଯୋଗାଯୋଗ ସକାଶେ ଦିନଟି ବହତୁ ଭଲ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ପ୍ରଭୃତିରୁ ସୁଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ । ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ ଓ ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି । ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରି ଚାଲିବେ ।
କନ୍ୟା-ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଆମଦାନୀ ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ଯେଉଁ କାମରେ ହାତଦେବେ ତାହା ଅବଶ୍ୟ ନିର୍ବିଘ୍ନରେ ସମାପନ ହୋଇଯିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ଟେନ୍ସନ୍ ଦୂର ହେବ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।
ତୁଳା-ଶାରୀରିକ ସୁସ୍ଥତା ଫେରିଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରବନ୍ଧୁଙ୍କ ସୌଜନ୍ୟମୂଳକ ସାକ୍ଷାତ ଲାଭକରି ଖୁସୀହେବେ । ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଆମୋଦ-ପ୍ରମୋଦ, ମନୋରଞ୍ଜନ, ଭୋଜିଭାତ, ମଉଜ ମଜିଲିସ୍ ରେ ବୁଡି ରହିବେ । ଯାତ୍ରାରେ ଲାଭବାନ ହେବେ ।
ବିଛା-ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ଆପଣ ଯେତେ ଶାଳୀନତା ରଖି କହିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ କଥାର କଦର୍ଥ କରିବେ । ରାଜନୈତିକ କ୍ଷେତ୍ରରେ କୌଣସି ଏକ ସାଧାରଣ ଭୁଲ୍ ଭଟକା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ । ମହିଳାମାନେ ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଭୋଗି ପାରନ୍ତି । ଅପରାହ୍ନ ସମୟରେ ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ ।
ଧନୁ-ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ । ଘରର ବରାଦ ମୁତାବକ କୌରସି ବିଳାସ ଉପକରଣ କିଣିପାରନ୍ତି । ମହିଳାମାନେ ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ଚର୍ଚ୍ଚିତ ହୋଇପାରନ୍ତି । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।
ମକର-ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଆର୍ଥିକସ୍ଥିତି ଭଲ ରହିବା ଯୋଗେ କାମଗୁଡ଼ିକୁ ଯଥାଶୀଘ୍ର ଶେଷ କରିବାରେ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ କିଛି ସମସ୍ୟାମୂଳକ କାମ ସମାଧାନ କରାଇପାରନ୍ତି । ବ୍ୟବସାୟୀ ମାନଙ୍କ ଆର୍ଥିକସ୍ଥିତି ହଠାତ୍ ବଦଳି ଯିବା ଫଳରେ ଖୁସିହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ ।
କୁମ୍ଭ-ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ । ବ୍ୟବସାୟ କ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ପରୋକ୍ଷ ଶତୃତା ବଦଳିଯିବ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇକାର୍ଯ୍ୟ ହାସଲ କରିବେ । ମହିଳାମାନେ ପୁରାତନ ରୋଗର ପୀଡ଼ା ଭୋଗ କରିବେ । ପରିବାରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦରେ ପଡିପାରନ୍ତି ।
ମୀନ-ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି ଚେଷ୍ଟା କରିବେ । ସୁଖ ଶାନ୍ତିରେ ଦିନ କାଟିବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତ କାର୍ଯ୍ୟ ହେବେ । ଯୁବକ ଯୁବତୀମାନେ ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ବୁଡି ରହିବେ
ନିତୀବାଣୀ-କଷ୍ଟ ସହିବାର ଗୋଟେ ନିର୍ଦ୍ଦିଷ୍ଟସୀମା ଥାଏ । ଏହି ସୀମା ଟପିଗଲେ ଗୋଟେ ସରଳ,ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ।
ବାସ୍ତୁଟିପ୍ପଣୀ-ବାସ୍ତୁ ଅନୁସାରେ କେଉଁ ଦିଗରେ ଆଲମୀରା, କିମ୍ବା ଗ୍ଡ଼ରେଜ ଘରେ ରଖିବା ଉଚିତ..
ସୁନା ଗହଣା ଥିବା ଆଲମାରିକୁ ଯଦି ଦକ୍ଷିଣ ପାଟ କାନ୍ଥକୁ ଲଗେଇ ରଖନ୍ତିତ ତାହାକୁ ଶୁଭ ମନା ଯାଏ । ଏହା ଦ୍ଵାରା ଆଲମାରିର ମୁହଁ ଉତର ଦିଗକୁ ଖୋଲିବ, ଏହି ଦିଗରେ ଧାନର ଦେବତା କୁବେର ରହିଥାନ୍ତି । ଉତ୍ତର ଦିଗରେ ଆଲମାରିର ମୁହଁ ଖୋଲିବା ଦ୍ଵାରା ଧନ ଓ ଗହଣାର ବୃଦ୍ଧି ହୋଇଥାଏ ।
ବାସ୍ତୁ ହିସାବରେ ପୂର୍ବ ଦିଗକୁ ଉନ୍ନତିର ଦିଗ କୁହାଯାଇଛି, ଏହି ଦିଗର ସ୍ଵାମୀ ଇନ୍ଦ୍ର ଅଟନ୍ତି । ଜିଏକି ଦେବତା ମାନଙ୍କର ରାଜା, ସେଥିପାଇଁ ଯେଉଁ ମାନେ ଧନ ସମ୍ପତିର ବୃଦ୍ଧିର ଆଶା ରଖିଛନ୍ତି ସେମାନେ ଆଲମାରିକୁ ପଶ୍ଚିମ କାନ୍ଥକୁ ଲଗେଇକି ରଖିବା ଉଚିତ । ଏହା ଦ୍ଵାରା ଆଲମାରିର ମୁହଁ ପୂର୍ବ ଦିଗ ଆଡକୁ ଖୋଲିବା ।ଦେବରାଜଙ୍କ କୃପା ଦ୍ରୁଷ୍ଟି ସବୁବେଳେ ଆପଣଙ୍କ ଆଡକୁ ରହିବ । ଯଦି ଆଲମାରିର ମୁହଁ ଦକ୍ଷିଣ ଦିଗ ଆଡକୁ ଖୋଲୁଚିତ ଜଲ୍ଦି ଆଲମାରିର ସ୍ଥାନ ବଦଳ କରିଦିଅନ୍ତୁ । ଦକ୍ଷିଣ ଦିଗର ସ୍ଵାମୀ ଜମା ଅଟନ୍ତି, ଏହି ଦିଗରେ ଆଲମାରୀର ମୁହଁ ଖୋଲିବା ଦ୍ଵାରା ରୋଗ ଏବଂ ଅନ୍ୟ ଜିନିଷ ଉପରେ ଧନରଖର୍ଚ ବଢିଯାଏ ।
ଏହି ଦିଗରେ ଧନ ରଖିବା ଦ୍ଵାରା ଧନର ହାନି ହୋଇଥାଏ । ବାସ୍ତୁ ବିଜ୍ଞାନ ଦ୍ଵାରା ଏହି ଦିଗରେ ସୁନା ଟଙ୍କା ଗହଣା ରଖିବା ଦ୍ଵାରା ଏହାର ବୃଦ୍ଧି ଅଟକି ଯାଏ । ଏହିସବୁ ଆର୍ଥିକ ସମସ୍ୟାରୁ ସମ୍ପତିର ବୃଦ୍ଧି ପାଇଁ ଏହା ନିହାତି ଆବଶ୍ୟକକି ଆପଣଙ୍କୁ ଆପଣଙ୍କ ଆୟର କିଛି ଭାଗ ସେଭିଙ୍ଗ ହେବା ଆବଶ୍ୟକ ।ଆପଣ ପଶ୍ଚିମ ଦିଗରେ ଆଲମାରୀକୁ ରଖନ୍ତୁ ନାହିଁ ।ବାସ୍ତୁ ବିଜ୍ଞାବାନ ଅନୁସାରେ ଏହି ଡୁଗରା ସ୍ଵାମୀ ବରୁଣକୁ ମନାଯାଏ । ଏଥିପାଇଁ ଏହି ଦିଗରେ ଧନ ରଖିବା ଦ୍ଵାରା ଧନ ରଖିବା ପାଇ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ଧନ ପାଣିଭଳି ଖର୍ଚ ହୁଏ । ଏଥିପାଇଁ ଆର୍ଥିକ ସମସ୍ୟା ସବୁବେଳେ ରହିଥାଏ !!ଜୟଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.