ବାର୍‌ହା ଆକ୍ରମଣରେ ୩ଆହତ

0 245

ମେଣ୍ଢାଶାଳ,୮/୮ (ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ସୋମବାର ସକାଳେ ଦେଉଳିଆପାଟଣା ପାହାଡ଼ରୁ ଏକ ମାଈ ବାର୍‌ହା ଆସି ଉପଦ୍ରଵ କରିଛି ।ଏହି ବାରହା ଆକ୍ରମଣରେ ୩ଜଣ ଆହତ ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ବାରହାଟି ସୋମବାର ସକାଳେ ମେଣ୍ଢାଶାଳ ଗ୍ରାମର ସୁକାନ୍ତ ସାମନ୍ତରାୟଙ୍କ ଘରେ ପଶି ସୁକାନ୍ତ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି ।ଅନ୍ୟ ପରିବାର ସଦସ୍ୟ ଏକାଠି ହୋଇ ବାରହାଟିକୁ ଘଉଡାଇଦେବାରୁ ବାରହାଟି ନିକଟସ୍ଥ ବ୍ରାହ୍ମଣ ସାହିର ବାପି ମହାପାତ୍ର ଙ୍କ ଘରେ ପଶି ବାପିଙ୍କୁ ଆକ୍ରମଣ କରି ତାଙ୍କର ହାତର ଦୁଇଟି ଆଙ୍ଗୁଠି ଚିଣ୍ଡାଇଦେଇଛି ।ପାଖରେ ଥିବା ତାଙ୍କ ମା ବିନୋଦିନି ପ୍ରତିରୋଧ କରିବାରୁ ତାଙ୍କ ହାତକୁ କାମୁଡି କ୍ଷତାକ୍ତ କରିଦେଇଛି ।ଏହାପରେ କିଛି ଗ୍ରାମବାସୀ ସଙ୍ଗବଧ ହୋଇ ବାରହା ଟିକୁ ଘଉଡାଇବାରୁ ବାରହା ଟି ମଜୁରକୁଣ୍ଡ ମାଳ ବଡ଼ମାଶାଣୀରେ ପଶି ଦେଉଳିଆପାଟଣା ପାହାଡ଼କୁ ପଳାଇଯାଇଛି। ଆହତମାନେ ପ୍ରଥମେ ମେଣ୍ଢାଶାଳ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଏହି ଘଟଣା ପରେ ମେଣ୍ଢାଶାଳ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.