ଆଜିର ରାଶିଫଳ

0 245

ସିଂହ ସଂକ୍ରାନ୍ତି ଓ ବୁଧିବାମନ ଓଷା ,୨୦୨୨ ମସିହା ଅଗଷ୍ଟ ମାସ ୧୭ ତାରିଖ (ବୁଧବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଷଷ୍ଠୀ ରା ଘ୮/୧୨ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୦/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୦/ ୧୩ ,କର୍କଟ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର , ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ମେଷ-ଆଜି ଆପଣଙ୍କର ଭୌତିକ ଓ ଐଶ୍ଚର୍ଜ୍ୟର ସାଧନାରେ ବୃଦ୍ଧି ହେବ । ଯେଉଁ ଲୋକ ଚାକିରିର ସନ୍ଧାନ କରୁଛନ୍ତି ସେମାନଙ୍କୁ ଶୁଭ ସମାଚାର ପ୍ରାପ୍ତ ହେବ । ମେହନତର ଅନୁକୁଳ ଫଳ ପ୍ରାପ୍ତ ହେବାର ନଜର ଆସୁଛି । ଅନେକ ମାଧ୍ୟମରୁ ଭଲ ଲାଭ ପ୍ରାପ୍ତ ହେବାର ନଜର ଆସୁଛି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ । ଏଥିରେ ଆପଣଙ୍କୁ ଅନେକ ମାତ୍ରାରେ ଫାଇଦା ମିଳିପାରେ । ଧନ ଲାଭ ହେବାର ପୁରା ଚାନ୍ସ ରହିଛି । କୌଣସି ସମ୍ପତିରେ ଡିଲ କରିବା ପାଇଁ ଦିନ ଭଲ ରହିବ ।
ବୃଷ-ଆଜି ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଆପଣଙ୍କୁ ସହକର୍ମୀ ଙ୍କ ସହ ସହଯୋଗ ଓ ସମର୍ଥନ ପ୍ରାପ୍ତ ହେବ । ବିଜେନ୍ସ ରେ ଉଚିତ ବ୍ୟବସ୍ଥା ରଖନ୍ତୁ । କର୍ମଚାରୀଙ୍କ କୌଣସି ହରକତ କାରଣରୁ କ୍ଷତି ହୋଇପାରେ । ଚାକିରିରେ ନୂଆ ଅଫର ମିଳିବାର ଯୋଗ ରହିଛି । ଅଜଣା ବ୍ୟକ୍ତି ସହ ଅଧିକ ଭରସା କରିବା ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ଅଫିସ କାମ ପାଇଁ ବାହାରକୁ ଯାତ୍ରା କରିବେ । କ୍ୟାରିୟରରେ ଉନ୍ନତି ହେବ । ଆପଣ ପରିବାରରେ ସାହାର୍ଯ୍ୟ ପାଇବେ ।
ମିଥୁନ-ଆଜି ଆପଣଙ୍କର ଅଟକି ରହିଥିବା ଧନ ପ୍ରାପ୍ତ ହେବ । ଯାତ୍ରା ମନୋରଞ୍ଜକ ରହିବ । ଆୟରେ ବୃଦ୍ଧି ହେବ । କିଛି ସମୟ ମିଡିଆ ଓ ଅନଲାଇନ ଗତି ବିଧି ଉପରେ ନଜର ରଖିବେ । ଏଥିରେ ବ୍ୟବସାୟ ସହ ଜଡିତ ନୂଆ ନୂଆ କଥା ସାମନା କୁ ଆସିବ । ବିଶାଳ ମାର୍ଗ ଦର୍ଶନ ଆପଣଙ୍କୁ ହାସଲ ହୋଇପାରେ । କୌଣସି ପ୍ରକାରରେ କାମରେ ସବଧ୍ନ ରୁହନ୍ତୁ । ସ୍ୱାସ୍ଥ୍ୟ ମାମଲାରେ ଆଜି ଦିନଟି ମିଳାଜୁଲା ରହିବ । କୌଣସି ସମ୍ପତିକୁ ନେଇ ଆଜି ବିବାଦ ହୋଇପାରେ ।
କର୍କଟ-ଆଜି କୌଣସି ବଡ କାମ ସେସ ହେବାର ନଜର ଆସୁଛି । ବିଜେନ୍ସ ରେ କୌଣସି ଖାସ ଉପଲବ୍ଧି ହାସିଲ ହେବ ନାହି । କିନ୍ତୁ ସମାନ ବିଚାର ଧାରା ଲୋକଙ୍କ ସହ ଭେଟ ହେବା କାରଣରୁ ନୂଆ ତଥ୍ୟ ଜାଣିବାକୁ ପାଇବେ । ଲଗାତାର ମେହନତ କରିବା ଦ୍ଵାରା ବହୁତ ସାରା ଜିନିଷ ସମ୍ଭାଳି ଯାଇ ପାରିବ । ଯେଉଁଥିରେ ଆପଣଙ୍କର ଓ ଲୋକଙ୍କ ଦ୍ଵାରା କୁହା ଯାଇଥିବା ଭଲ ପରିଣାମ ସାମିଲ ହେବ । ଚାକିରି କରୁଥିବା ଲୋକଙ୍କର ଦିନ ସାମାନ୍ୟ ରହିବ ।
ସିଂହ-ନୂଆ ବାହନ ନେବାକୁ ଚିନ୍ତା କରୁଥିଲେ ଆଜି କ୍ରୟ କରନ୍ତୁ ନାହି । ଆଜି ବାହନ କ୍ରୟ କରିବା ପାଇଁ ଶୁଭ ଦିନ ନୁହେଁ । ଜିଦି ରେ ନିଆ ଯାଇଥିବା ନିସ୍ପତି ଆପଣଙ୍କ ପାଇଁ ପରିବର୍ତ୍ତନ ଆଣିପାରେ । ନିଜର ବ୍ୟକ୍ତିଗତ କାମ ପାଇଁ ସମୟ ବାହାର କରି ପାରିବେ ନାହି । ଯାହା କାରଣରୁ ମନ ବିଚଳିତ ହୋଇପାରେ । ଧନ ଅଟକି ରହିଥିବା କାରଣରୁ ଆପଣଙ୍କୁ ବିତ୍ତୀୟ ସମସ୍ୟା ଗୁଡିକର ସାମନା କରିବାକୁ ପଡିବ । ଗୋ-ମାତାଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ । ସମାଜରେ ମାନ ସମାନ ବୃଦ୍ଧି ହେବ ।
କନ୍ୟା-ଏହି ସମୟ ନୂଆ ସମ୍ପର୍କରେ ଯୋଡି ହେବ ପାଇଁ ଠିକ ନୁହେଁ । ଊର୍ଜାବାନ ବା ବୌଧିକ ବିଚାର ଧାରାରେ ପରି ପୂର୍ଣ୍ଣ ରହିବ । ଆଜି ଆପଣ ସାହାର୍ଯ୍ୟରେ ପଇସା ଫେରାଇ ଆଣିବେ । ଲୋକେ ନେଇଥିବା ଆପଣଙ୍କ ଠାରୁ କର୍ଜ ଫେରାଇ ଦେବେ । ଆଜି ଆପଣ କୌଣସି ନୂଆ ପରିଯୋଜନା ଉପରେ ଲଗାଇବା ପାଇଁ ଧନ ଅର୍ଜିତ କରନ୍ତୁ । ଲଭ ଲାଇଫରେ ବିବାହର ତିଥି ସ୍ଥିର ହୋଇପାରେ ।
ତୁଳା-ଆଜି ଆପଣଙ୍କର କାରବାର ଭଲ ରହିବ । ଆପଣଙ୍କ କାମ ସଫଳ ରହିବ । କିନ୍ତୁ ଆପଣଙ୍କୁ ଅଧିକ ସାବଧାନ ରହିବାର ଅଛି । ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ବେହତର ରହିବ । ଅଳ୍ପ ଟିକେ ମେହନତ କରିଲେ ଆପଣଙ୍କୁ ସଫଳତା ମିଳିପାରେ । କିଛି ଆବଶ୍ୟକୀୟ ଖର୍ଚ୍ଚ ର ସାମନା କରିବାକୁ ପଡିପାରେ । ଚାକିରି ରେ ପଦ ଉନ୍ନତି ହେବାର ଯୋଗ ରହିଛି । ଅଜ୍ଞାନ ଭୟ କାରଣରୁ ଚିନ୍ତା ରେ ରହିବେ । ଆପଣଙ୍କ ଉପରେ କାର‌୍ୟ୍ୟ ଭାର ଅଧିକ ରହିବ । ଆପଣଙ୍କୁ ଆଳସ୍ୟରୁ ବଞ୍ଚିତ ରହିବାକୁ ହେବ ।
ବିଛା-ଆପଣଙ୍କର ସମ୍ପର୍କ ଗଭୀର ହେବ ଓ ପରିଣୟ ସୂତ୍ର ରେ ବାନ୍ଧି ହେବା ସହ ଶୁଭ ଯୋଗ ନିର୍ମିତ ହେବ । ସୋସିଆଲ ମିଡିଆରେ ଆଜି ଆପଣଙ୍କୁ ନୂଆ ନୂଆ ବନ୍ଧୁ ମିଳିବେ । ଆଜି ଜୀବନ ସାଥିଙ୍କ ସହ ଘରୋଇ ଜିନିଷ କ୍ରୟ କରିବାର ପ୍ଳାନ କରିବେ । ଆଜି ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ନଚେତ ନିଜର କ୍ଷତି ହେବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ନଚେତ ଆଘାତ ଲାଗିପାରେ । ଆଜି ବଡ ସମସ୍ୟର ସମାଧାନ ହେବାର ନଜର ଆସୁଛି ।
ଧନୁ-ଆଜି ଆପଣଙ୍କୁ ଲଭ ଲାଇଫରେ ଭଲ ସଫଳତା ମିଳିବ । ଆଜି ବିଜେନ୍ସ ପାଇଁ ନୂଆ ଯୋଜନା କରିବେ । ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ କୌଣସି ସମାରୋହରେ ସମ୍ମାନିତ ମିଳିପାରେ । ଅବିବାହିତ ଲୋକଙ୍କୁ ଆଜି ବିବାହର ପ୍ରସ୍ତାବ ମିଳିବ । ସ୍ୱାସ୍ଥ୍ୟ ସମ୍ପର୍କରେ ଆପଣଙ୍କୁ ଆଖି ଜନିତ ସମସ୍ୟା ହୋଇପାରେ । ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସତସଙ୍ଗର ଲାଭ ଉଠାନ୍ତୁ । ଆଜି ଦିନଟି ଆପଣଙ୍କ ପାଇଁ ଶାନ୍ତି ପୂର୍ଣ୍ଣ ରହିବ ।
ମକର-ଧନ ପ୍ରାପ୍ତି ସୁଗମ ହେବ । ସ୍ୱାସ୍ଥ୍ୟ କୁ ନଜର ଅନ୍ଦାଜ କରନ୍ତୁ ନାହି । ଦାଂପତ୍ୟ ଜୀବନ ସୁଖମୟ ରହିବ । ଖାଦ୍ୟପେୟ ଉପରେ ଅବହେଳା କରନ୍ତୁ ନାହି । କାରୋବାର ମାମଲା ରେ ଦିନ ସୁଖଦ ରହିବ । ଲାଭ ରେ ବୃଦ୍ଧି ହେବାର ଯୋଗ ରହିଛି । ତରବର ହୁଅନ୍ତୁ ନାହି ନଚେତ କ୍ଷତି ହୋଇପାରେ । ପରିବାରରେ ଦରକାର ପଡିଲେ ଅଧିକ ଧନ ଖର୍ଚ୍ଚ ହୋଇପାରେ । କୋର୍ଟ କଚେରୀ ମାମଲା ଶେଷ ହେବ । ସଫଳତା ମିଳିବ । ପାରିବାରିକ ଜୀବନ ଆନନ୍ଦମୟ ରହିବ ।
କୁମ୍ଭ-ନିଜର କଥାବାର୍ତ୍ତା ବା ବ୍ୟବହାର ରେ କାହାକୁ ଭ୍ରମ ନ ହେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ଭାଗ୍ୟର ପୁରା ସହଯୋଗ ମିଳିବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଯାହାର ପ୍ରଭାବ ଜୀବନରେ ବିଭିନ୍ନ କ୍ଷେତ୍ରରେ ପଡିବ । ପଡୋଶୀ ଓ ସମ୍ପର୍କୀୟ ସହ ବିବାଦ ହେବାର ଆଶଙ୍କା ରହିଛି । କ୍ରୋଧ ଉପରେ ସଂଯମ ରଖନ୍ତୁ । କାମ କରୁଥିବା ମହିଳାଙ୍କୁ ଅଫିସରେ ସିନିୟର୍ସଙ୍କ ଠାରୁ ପ୍ରୋଶ୍ଚାହନ ମିଳିବ । ଆଜି ପରିଜନଙ୍କ ସହ ମତଭେଦ କରିବାରୁ ବଞ୍ଚିତ ହୁଅନ୍ତୁ ।
ମୀନ-ଆଜି ଆପଣଙ୍କୁ ଅନ୍ୟର ସାଥ ଆପଣଙ୍କ ବ୍ୟବହାର ଭାଗ୍ୟଶାଳୀ ବନାଇବ । ବ୍ୟାପର୍ ରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ବାତାବରଣ ଅନୁକୂଳ ରହିବ । ସହକର୍ମୀ ଙ୍କ ସହଯୋଗ ପାଇବେ । ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । ଭୌତିକ ସୁଖ ମିଳିବ । ଆପଣ ଲୋକପ୍ରିୟତା ହାସଲ କରିବେ । ବିଜନେସରେ ଆଗକୁ ବଢିବା ପାଇଁ ମେହନତ କରିବାକୁ ହେବ । ନିଜର କାର୍ଜ୍ୟାଳୟ ରେ ବୁଦ୍ଧିର ପ୍ରୟୋଗ କରିବାକୁ ହେବ ।
ନିତୀବାଣୀ-ସମର୍କକୁ କଳହ କେବେ ଦୁର୍ବଳ କରିନଥାଏ । କିନ୍ତୁ ଭୁଲ୍ ବୁଝାମଣା ପାଇଁ ସୁନ୍ଦର ସମ୍ପର୍କଟିଏ ଦୁର୍ବଳ ହୋଇଯାଏ।
✡ବାସ୍ତୁ ଟିପ୍ପଣୀ✡
ସୋମବାରଦିନ ଗୋରୁଗାଈ ବିକ୍ରି କରନ୍ତୁ ନାହି। ମଙ୍ଗଳବାରଦିନ ଯାନବାହାନ ଓ ଗୁରୁବାରଦିନ ଜମିବାଡି ଆଦି ବିକ୍ରି କରନ୍ତୁ ନାହି।ରବିବାରଦିନ ପାଇଁ ଖାଇବା, ସୋମବାର ଦିନ ଦର୍ପଣ ଦେଖିବା,ମଙ୍ଗଳବାର ଦିନ ମିଠା ଖାଇବା,ବୁଧବାର ଦିନ ପାନମଧୁରୀ ସେବନ,ଗୁରୁବାର ଦିନ ତୁଳସୀ ପାତ୍ର,ଶୁକ୍ରବାର ଦିନଖସା,ଶନିବାର ଦିନ ଅଦା ଘରୁ ବାହାରିବା ପୂର୍ବରୁ ଖାଇବା ଉଚିତ । ଏହା ଦ୍ଵାରା ଯାତ୍ରା ସଫଳ ହୋଇଥାଏ।ମହୁ ସହ ଦହି ବର୍ଷା ଦିନରେ ଖାଇବା ଅନୁଚିତ । ଭୋଜନ ଶେଷରେ କେବେବି ଦହି ସେବନ କରିବା ଅନୁଚିତ।

ଏହି ଦିଗରେ ଲଗାନ୍ତୁ ନାହିଁ ତୁଳସୀ ବୃକ୍ଷ,ନଚେତ ଦୁଃଖକୁ କରିବେ ଆମନ୍ତ୍ରଣ :-
ତୁଳସୀ ବୃକ୍ଷର ଧାର୍ମିକ ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ଅନେକ ଗୁରୁତ୍ୱ ମଧ୍ୟ ରହିଛି। ତୁଳସୀ ବୃକ୍ଷ ଘରର ଅଗଣାରେ ଓ ବଗିଚାରେ ଲଗାଇବା ଦ୍ୱାରା ଆଖପାଖ ଅଞ୍ଚଳ ମଧ୍ୟ ସକରାତ୍ମକ ଶକ୍ତି ଭରପୁର ହୋଇ ରହିଥାଏ। ଏହି ବୃକ୍ଷ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ମାତ୍ର ଏହାକୁ ଭୁଲ ଦିଗରେ ଲଗାଇବା ଦ୍ୱାରା ପରିବାରରେ ଓ ଜୀବନରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ଭୁଲ ଦିଗରେ ଏହାକୁ ଲଗାଇଲେ ଏହା ଶୁଖି ମଧ୍ୟ ଯାଇଥାଏ। ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ ଦିଗରେ ଏହାକୁ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।
କୁହାଯାଏ ଘର ଭିତରେ ଭୁଲରେ ମଧ୍ୟ ତୁଳସୀ ବୃକ୍ଷ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗରେ ମଧ୍ୟ ଲଗାନ୍ତୁ ନାହିଁ। ଏହି ଦିଗରେ ଲଗାଇବା ଅଶୁଭ ବୋଲି କୁହାଯାଏ। ଏହି ଦିଗରେ ଲଗାଇଲେ ପ୍ରତିଦିନ ୪ମୁଖି ବିଶିଷ୍ଟ ଦୀପ ଲଗାଇବା ଆବଶ୍ୟକ। ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ଦିଗରେ ଭୁଲରେ ମଧ୍ୟ ତୁଳସୀ ବୃକ୍ଷ ଲଗାନ୍ତୁ ନାହିଁ।
ବାସ୍ତୁର ନିୟମ ଅନୁଯାୟୀ ତୁଳସୀ ବୃକ୍ଷ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ତେଣୁ ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ। ଏହି ଦିଗର ସମ୍ବନ୍ଧ ମା’ଲକ୍ଷ୍ମୀଙ୍କ ସହ ମଧ୍ୟ ଜଡିତ। ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ସବୁଠାରୁ ଉତ୍ତମ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଧନ ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ଭଲପାଇବା ରହିଥାଏ। ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.