ଟ୍ରକ କେବିନ କାଚ ଭାଙ୍ଗି ଚୋରି ଅଭିଯୋଗରେ ଯୁବକ ଗିରଫ

0 188

ବାରଙ୍ଗ,୧୭/୮(ଏସଏସନିଉଜ) ମଙ୍ଗଳବାର ରାତିରେ ଟ୍ରକ କେବିନ କାଚ ଭାଙ୍ଗି ଚୋରି କରି ଫେରାର ହୋଇଯାଇଥିବା ଯୁବକଙ୍କୁ ବୁଧବାର ଗିରଫ କରିଛି ବାରଙ୍ଗ ପୋଲିସ।ଗିରଫ ଯୁବକ ଜଣକ ହେଉଛନ୍ତି ମଧୁବନ ଗ୍ରାମର ଅମରେନ୍ଦ୍ର ପରିଡ଼ା।
ପ୍ରକାସ ଯେ, ଫୁଲପୋଖରି ଗ୍ରାମର ହେମନ୍ତ କୁମାର ସାହୁଙ୍କ ଟ୍ରକକୁ ତାଙ୍କ ଡ୍ରାଇଭର ମଙ୍ଗଳବାର ରାତି ୯ଟା ସମୟରେ ତ୍ରିଶୁଳିଆ ବାରଙ୍ଗ ମୁଖ୍ୟ ରାସ୍ତା କଡ଼ରେ ରଖି ମାଲିକଙ୍କ ଘରକୁ ଯାଇଥିଲେ।କିଛି ସମୟରେ ଫେରିବା ପରେ ଟ୍ରକ କେବିନ କାଚ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଟ୍ରକରୁ ଏକ ହାଇଡ୍ରୋଲିକ ଜଗ,ଏକ କଳା ରଙ୍ଗର ବ୍ୟାଗ ଏବଂ ସେଥିରେ ଥିବା ୨ ହଜାର ଟଙ୍କା ଚୋରି ହୋଇଯାଇଥିବା ମାଲିକଙ୍କୁ ଅବଗତ କରିଥିଲେ।ଏନେଇ ଗାଡ଼ି ମାଲିକ ବାରଙ୍ଗ ଥାନାରେ ମଙ୍ଗଳବାରରାତିରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଅମରେନ୍ଦ୍ର ପରିଡ଼ା(୨୨) ଓରଫ ଚିକୁନଙ୍କୁ ଗିରଫ କରିଛି।ବୁଧବାର ସକାଳେ ଚିକୁନ ଚୋରି ସାମଗ୍ରୀକୁ ନେଇ ସୀତାରାମ ବଜାର ସ୍ଥିତ ଏକ କବଡିଆ ଦୋକାନରେ ବିକ୍ରି କରିବାକୁ ଆସିଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତାକୁ ଗିରଫ କରି ସମସ୍ତ ଚୋରି ସାମଗ୍ରୀ ଜବତ କରିଥିଲା।ଏନେଇ ବାରଙ୍ଗ ଥାନା ପୋଲିସ ୧୯୪/୨୨ କେସ ନଂରେ ଏକ ମକଦ୍ଦମାରୁଜୁକରି ଅମରେନ୍ଦ୍ରକୁ କୋର୍ଟଚାଳଣ କରିଛି ।(ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.