ବସ-ବାଇକ ମୁଁହାମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ଯୁବକ

0 222

ବାରଙ୍ଗ,୧୭/୮(ଏସଏସନିଉଜ) ଗୋଡିସାହି ଫାଣ୍ଡି ନିକଟସ୍ଥ ନେତଲ ଗ୍ରାମ ନିକଟ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ବୁଧବାର ଅପରାହ୍ନ ୩ଟା ସମୟରେ ବସ ଓ ବାଇକ ମୁଁହାମୁହିଁ ଧକ୍କା ହୋଇଛି।ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଯୁବକ।କଟକ ବିରିବାଟି ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ ଯୋଗେ ମୁଣ୍ଡଳୀରୁ ଫେରୁଥିବା ସମୟରେ ଭୁବନେଶ୍ଵରରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସହ ସେମାନଙ୍କ ମୁଁହାମୁହିଁ ଧକ୍କା ହୋଇଥିଲା।ତେବେ ସୌଭାଗ୍ୟବଶତଃ ତିନିଜଣ ଯୁବକ ବଂଚିଯାଇଥିବାବେଳେ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରି ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଛି।(ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.