ଆଜିର ରାଶିଫଳ

0 358

ଶ୍ରୀ ଗଣେଶ ଚର୍ତୁଥୀ ବ୍ରତ ,୨୦୨୨ ମସିହା ଅଗଷ୍ଟ ମାସ ୩୧ ତାରିଖ (ବୁଧବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ .ତିଥି- ଚର୍ତୁଥୀ ଦିବା ଘ୩/୧୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୪/୧୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୨୩ ,କର୍କଟ ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଚର୍ତୁଥୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଦିବା ଘ୩/୧୯ ଗତେ ବେଲ) ଭକ୍ଷଣ ନିଷେଧ । 
ମେଷ-ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାର ପକ୍ଷରୁ ସୁଖକର ପରିସ୍ଥିତି ରହିବ । ଆଜି ଆପଣଙ୍କ କୌଣସି କାର୍ଯ୍ୟଦ୍ୱାରା ଆପଣଙ୍କ ପରିବାରର ନାମ ଉଜ୍ଜ୍ୱଳ ହେବ । ଉଧାର ଟଙ୍କା ଫେରସ୍ତ ପାଇବେ ଏବଂ ଟଙ୍କା ଅର୍ଥ ସଂଚୟ କରିବେ ।
ବୃଷ-ଆଜି ଆପଣ ଚାକିରୀରେ ସମ୍ମାନ ସହିତ ସଫଳତା ପାଇବେ । ଉପରିସ୍ଥ ଅଫିସରମାନେ ଆପଣଙ୍କ ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା କରିବେ । ଆପଣଙ୍କ ପିଲାମାନେ ପ୍ରଶଂସନୀୟ କାର୍ଯ୍ୟ କରିବେ । ବନ୍ଧୁ କିମ୍ବା ପରିବାର ସହିତ ଏକ ସୁନ୍ଦର ସ୍ଥାନକୁ ଭ୍ରମଣରେ ଯିବେ । ପରିବାର ସହିତ ଭଲ ସମୟ ଅତିବାହିତ କରନ୍ତୁ ।
ମିଥୁନ-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି ଓ ଛାତ୍ରମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ । ଆଜି ଆପଣ କାହାକୁ ଋଣ ଦିଅନ୍ତୁ ନାହିଁ । ବ୍ୟବସାୟ ପାଇଁ ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ହେବ । ପେଟରେ ସମସ୍ୟା ଦେଖାଦେବ ତେଣୁ ଖାଦ୍ୟ ଏବଂ ପାନୀୟର ଟିକିଏ ଯତ୍ନ ନିଅନ୍ତୁ ନଚେତ୍ ଗ୍ୟାସ୍ ଜନିତ ସମସ୍ୟା ହୋଇପାରେ ।
କର୍କଟ-ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଉଚ୍ଚ ପ୍ରତିଭା ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ । ପ୍ରେମ ସଂପର୍କରେ ବୁଝିବିଚାରି କଥାବାର୍ତା କରନ୍ତୁ । ଆପଣଙ୍କ ଜୀବନସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଅଂଶୀଦାର ହୁଅନ୍ତୁ । ଆପଣ ଆଜି ବରିଷ୍ଠ ଗୁରୁଜନମାନଙ୍କୁ ସମାନ ଦେଖାଇବେ ଏବଂ ଆଶୀର୍ବାଦ ପାଇବେ ।
ସିଂହ-ଆପଣଙ୍କର ଉତ୍ତମ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କ ସହିତ ମଧୁର ସମ୍ପର୍କ ରଖିବେ । କର୍ମକ୍ଷେତ୍ରରେ କିଛି ସମସ୍ୟା ଆସିପାରେ । ଆପଣଙ୍କଉପରେ କୌଣସି ଗମ୍ଭୀର ଆରୋପ ଲାଗିପାରେ ସତର୍କ ରୁହନ୍ତୁ । କୌଣସି ଆତ୍ମୀୟ ଆପଣଙ୍କୁ ଯେଉଁମାନେ ଆପଣଙ୍କୁ କାର‌୍ୟ୍ୟରେ ସାହାଯ୍ୟ କରିବା ସହିତ ସଫଳତା ହାସଲ କରିବାରେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ କରିବେ ।
କନ୍ୟା-ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କର ମାନସିକ ଦୁର୍ବଳତା ସମାପ୍ତ ହେବ ଏବଂ ଆପଣ ସବୁ ଦିଗରୁ ଭଲ ଖବର ପାଇବେ । କାର୍ଯ୍ୟରେ ଉନ୍ନତି ପାଇଁ ଆପଣ କଠିନ ପରିଶ୍ରମ କରିବେ ଏବଂ ଏଥିପାଇଁ ଭାଗ୍ୟ ଆପଣଙ୍କୁ ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ ଲାଭଜନକ ସ୍ଥିତିରେ ରହିବୋ
ତୁଳା-କାର୍ଯ୍ୟକ୍ଷେତ୍ରରେ ଚତୁରତା ଦେଖାଇଲେ କାର୍ଯ୍ୟ ସଫଳ ହେବ । ଅତ୍ୟଧିକ କ୍ରୋଧ ଆପଣଙ୍କ ସମସ୍ୟା ବଢାଇପାରେ । ପିଲାମାନଙ୍କର ଦ୍ୱାରା ସୁଖ ପ୍ରାପ୍ତି କରିବେ । ଈଶ୍ୱରଙ୍କୁ ଧ୍ୟାନ କରନ୍ତୁ ମାନସିକ ଶାନ୍ତି ମିଳିବ । ଏକାଡେମିକ୍ କାର୍ଯ୍ୟ ରେ ନିରନ୍ତର ପ୍ରୟାସ ଯୋଗୁଁ ଉତ୍ତମ ମାର୍ଗଦର୍ଶନ ପାଇବେ ।
ବିଛା-ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ଓ ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ ହେବ ଓ ଆଜି ଆପଣ ମାଙ୍ଗଳିକ କାର୍ଯ୍ୟ ରେ ଅଂଶଗ୍ରହଣ କରିବେ । ଯେଉଁଥିପାଇଁ ଆପଣ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଆର୍ଥିକ ଦୃଷ୍ଟିରୁ ଦିନଟି ସନ୍ତୋଷଜନକ ହେବ ।
ଧନୁ-ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଚିନ୍ତାଧାରା ଅନୁଯାୟୀ ଯୋଜନା ସଫଳ ହେବ ।ସମସ୍ତ କାର୍ଯ୍ୟ ରେ ସଫଳତା ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ଓ ସାଙ୍ଗମାନଙ୍କ ସହିତ ସମୟ ଭଲରେ ଅତିବାହିତ କରିବେ । କ୍ରୋଧକୁ ଦୂରେଇଲେ ଦିନଟି ଭଲରେ କାଟିବ ।
ମକର-ଆଜି ଆପଣଙ୍କର ଭ୍ରମଣ ଯୋଗ ରହିଛି । ଏହା ଆପଣଙ୍କପାଇଁ ଆନ୍ଦଦୟକ ହେବ ଓ କାର୍ଯ୍ୟ କ୍ଷତ୍ରରେ ଆପଣଙ୍କର ପୂର୍ଣ୍ଣ ସହଯୋଗ ରହିବ । ଋତୁ ପରିବର୍ତନ ଜନିତ ଅସୁସ୍ଥତା ଅନୁଭବ କରି ପାରନ୍ତି ଓ ପ୍ରେମ ପାଇଁ ଦିନଟି ଅନୁକୁଳ ।
କୁମ୍ଭ-କୌଣସି ପୁରୁଣା କଥାକୁ ନେଇ ସହକର୍ମୀମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ତେଣୁ, ସତର୍କତାର ସହିତ କାର୍ଯ୍ୟ କରନ୍ତୁ ଏବଂ ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଆସିପାରେ । ଆପଣ ନିଜ ଜୀବନସାଥୀଙ୍କ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତୁ ,ଆପଣଙ୍କ ପାଇଁ ଭଲ ହେବ ।
ମୀନ-ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଅନ୍ୟମାନଙ୍କ ସହିତ ଆଚରଣ ମଧୁର ହେବ ।ବିଦେଶ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି । ଆଜି ଆପଣ ଅର୍ଥ ସଂଚୟ କରିପାରନ୍ତି ଓ ପଲିସୀ ,ସେୟାରମାର୍କେଟରେ ଅର୍ଥ ନିବେଶ କରିବେ ।
ନିତୀବାଣୀ-ଜୀବନରେ ସବୁ କିଣି ପାରିବେ, କିନ୍ତୁ ଆଶୀର୍ବାଦ ଓ ଭଲପାଇବା କିଣି ପାରିବେ ନାହିଁ….!! ଏହା ଆପଣଙ୍କୁ କମାଇବାକୁ ନଇଁବାକୁ ପଡ଼ିଥାଏ !!
✡ବାସ୍ତୁଟିପ୍ପଣୀ✡ଗଣେଶ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର କରନ୍ତୁ ଏହି କାମ◇ବୁଧବାର ହେଉଛି ଭଗବାନ ଗଣେଶଙ୍କ ବାର । ଏହିଦିନକୁ ଗଜାନନଙ୍କୁ ସମର୍ପିତ କରାଯାଇଛି । ଭଗବାନ ଗଣେଶ ହେଉଛନ୍ତି ମଙ୍ଗଳକର୍ତ୍ତା, ବିଘ୍ନହର୍ତା । ତାଙ୍କ ଆରାଧନାରେ ସମସ୍ତ ବିଘ୍ନ ହରଣ ହୋଇଥାଏ । ସେହିପରି କିଛି ଉପାୟ ମଧ୍ୟ ରହିଛି ଯାହାକୁ ଆଜିରଦିନ ମାନେ ବୁଧବାର କରିବା ଦ୍ୱାରା ଧନ-ବୈଭବ ପ୍ରାପ୍ତି ହେବ । କାର୍ଯ୍ୟରେ ସଫଳତା ମିଳିବ ।
ବୁଧବାରଦିନ ଭଗବାନଗଣେଶଙ୍କ ପୂଜାରେ ଦୁବ ଅର୍ପଣ କରନ୍ତୁ । ତାଙ୍କୁ ପ୍ରସାଦରେ ମୋଦକ ଲଗାନ୍ତୁ । ଗଣେଶଙ୍କ ପ୍ରିୟ ହେଉଛି ମୋଦକ ଏବଂ ଦୁବ । ପୂଜାରେ ଏହି ଦୁଇଟି ଜିନିଷ ଲଗାଇବା ଦ୍ୱାରା ବହୁତ ଶୀଘ୍ର ଗଜାନନ ପ୍ରସନ୍ନ ହୋଇଥାନ୍ତି । ତାଙ୍କ କୃପାରୁ ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ । ଧନ-ଦୈାଲତ ଆଦି ବୃଦ୍ଧି ହୋଇଥାଏ ।
ବୁଧବାରଦିନ ଗଜାନନଙ୍କ ପୂଜା ସମୟରେ ଅଥର୍ବଶୀର୍ଷ ପାଠ କରିବା ଉଚିତ୍ । ଏହାର ପ୍ରଭାବରେ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । କାର୍ଯ୍ୟରେ ସଫଳତା ମିଳିଥାଏ ।
ବୁଧବାରଦିନ ମୁଗ ଦାନ କରିବା ଶୁଭ ହୋଇଥାଏ । ଏହିଦିନ ମୁଗକୁ ସିଝାଈ ସେଥିରେ ଘିଅ ଏବଂ ଚିନି ମିଶା ଗାଇକୁ ଖାଇବାକୁ ଦିଅନ୍ତୁ । ମାନ୍ୟତା ରହିଛିକି ଏଭଳି କରିବା ଦ୍ୱାରା ଆର୍ଥିକ ଲାଭ ହୋଇଥାଏ ।
ବୁଧବାରଦିନ ଗଣେଶ ମନ୍ଦିର ଯାଇ ଗଜାନନଙ୍କୁ ଗୁଡ ଏବଂ ସୁଧ ଘିଅ ପ୍ରସାଦରେ ଚଢାନ୍ତୁ । ଏଭଳି କରିବାଦ୍ୱାରା ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେହିବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀ ଏବଂ ଗଜାନନଙ୍କ ବିଶେଷ କୃପା ରହିଥାଏ ।
ବୁଧବାରଦିନ ସବୁଜରଙ୍ଗ ଶୁଭ ହୋଇଥାଏ । ସେଥିପାଇଁ ଏହିଦିନ ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ, ମାଯୋଗମାୟା!!

 

 

 

 

Leave A Reply

Your email address will not be published.