ଦୁର୍ବାଷ୍ଟମୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୪ ତାରିଖ (ରବିବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୧୦/୨୫ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୪୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୬/୨୯ ,ମେଷ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର , ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ନଡ଼ିଆ ଦିବା ଘ୧୦/୨୫ ଗତେ ଲାଉ ଭକ୍ଷଣ ନିଷେଧ ।
ମେଷ-ବନ୍ଧୁଙ୍କସାହାଯ୍ୟରେ ଉପକୃତ ହେବେ । ସାମାଜିକସ୍ତରରେ ପ୍ରଶଂସିତ ହେବେ । ନୂତନଉଦ୍ୟୋଗରେ ପଇସା ଖଟେଇବେ । ପାରିବାରିକକ୍ଷେତ୍ରରେ ଶୁଭସମାଚାର ଶୁଣି ଖୁସି ହେବେ । ଖଣିଜବ୍ୟବସାୟ, ଯାନବାହନବ୍ୟବସାୟ, ଯାତାୟତବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟବିକ୍ରି, ଭୂ-ଜାତଦ୍ରବ୍ୟବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାର୍ଡୱାର, ମହମବତୀ, ପେଟ୍ରୋଲିୟମ୍, କବାଡ଼ି, ଗାଈ, କୁକୁଡ଼ା, ଛେଳିଫାର୍ମ ଇତ୍ୟାଦିରେ କର୍ମରତବ୍ୟକ୍ତି ଓ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ । ରାଜନୀତି ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ
ବୃଷ-ପ୍ରତିଯୋଗିତା ପରୀକ୍ଷାରେ ଶୁଭଫଳ ମିଳିବ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ଦୂରେଇଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆର୍ଥିକସ୍ଥିତି ଭଲ ରହିବ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ ସମସ୍ତ ଆଶା ପୂରଣ କରିବେ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ । ସ୍ଥଗିତଥିବା କର୍ମଟି ପୂରଣ ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ ।
ମିଥୁନ-ନିଜଦକ୍ଷତାରୁ ଉଚ୍ଚସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତାକାରଣରୁ ପ୍ରଚୁରଅର୍ଥ ଲାଭହେବ । ବ୍ୟବସାୟକ୍ଷେତ୍ରରେ ଟେନସନ ଦୂରହେବ । ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ମହିଳାଙ୍କ ମାନସିକସ୍ଥିତି ଭଲ ରହିବ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକକାର୍ୟ୍ୟରେ ସଫଳହେବେ । ବିନ୍ଧୁମିଳନ ହେତୁ ନୂଆ ଉତ୍ସାହନେଇ କାମ କରିଚାଲିବେ । ପାରିବାରିକକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । କେତେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିବ ।
କର୍କଟ-ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକସ୍ତରରେ ଦୃଢ଼ପଦକ୍ଷେପ ନେଇ କାର୍ଯ୍ୟହାସଲକରିବେ । ପୁରାତନରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତହେବେ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସସୁନ୍ଦର କରିବାରେ ପ୍ରଯତ୍ନ କରିବେ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ ।
ସିଂହ-ଆର୍ଥିକସ୍ଥିତିରେ ସୁଧାର ଆସିବ । କୌଣସି ଦରକାରୀ ମୂଲ୍ୟବାନ ଜିନିଷ ଖରିଦ କରିବାକୁ ମନ ବଳାଇବେ । ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ସାଙ୍ଗ ସାଥିମାନେ ସାହାଯ୍ୟସହଯୋଗ କରିବେ ଓ ଡାକରାପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ । ମହିଳାମାନେ ମନପସନ୍ଦ ଜିନିଷପାଇ ଖୁସିହେବେ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବାଫଳରେ ଅନେକକାର୍ଯ୍ୟରେ ସଫଳ ହେବେ ।
କନ୍ୟା-ରାଜନୀତିକ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡହେବ । ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢହେବ । ଧାର୍ମିକକାର୍ଯ୍ୟରେ ମନବଳାଇବେ । ମହିଳାମାନେ ପିଲାଙ୍କ ଆଚରଣରେ ଖୁସିରହିବେ । ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପରିବାରରେ ସୁସମ୍ପର୍କ ବୃଦ୍ଧିପାଇବ ଓ କାମଗୁଡ଼ିକ ସହଜରେ ହୋଇଯିବ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲହେବ ।
ତୁଳା-ନୂତନଜାଗା, ଜମିଗୃହ, ବାହନ ଆଦି କ୍ରୟକରିବାର ଯୋଜନା କରିବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ମହିଳାମାନଙ୍କପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତିକ୍ଷେତ୍ରରେ ଉଚ୍ଚପଦପଦବୀର ପଦାଧିକାରୀ ହୋଇପାରିବେ । ଉଚ୍ଚଶିକ୍ଷା ଲାଭକରି ଥିଲେ ସମସ୍ତପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳହେବେ । କେତେକକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବଦେଇ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବମାନେ ଆର୍ଥିକକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ ।
ବିଛା-ବ୍ୟବସାୟକ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନପାଇବେ । ପରିବହନ ବ୍ୟବସାୟ ରେ ଆଶାଜନକ ସଫଳତା ହାସଲ କରିବେ । ନୂତନଦ୍ରବ୍ୟ କ୍ରୟ କରିବେ । ମହିଳା ମାନଙ୍କର ବୁଦ୍ଧିମତା କାରଣରୁ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଜଣେ ସତ୍ ପରାମର୍ଶଦାତା, କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁଦେବତାରେ ଭକ୍ତି ଭଳି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ ।
ଧନୁ-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ ।ନିର୍ମାଣଧୀନକାର୍ଯ୍ୟ ସମ୍ପନ୍ନହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତାମିଳିବ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲକରିବେ । ଆନୁଷ୍ଠାନିକକାମରେ ପ୍ରଶଂସାମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରଦହେବା ସହଜ ସରଳ ହୋଇଯିବ । ସାମାଜିକସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତହେବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଚିନ୍ତାକରିବେ ।
ମକର-ଶାରୀରିକସୁସ୍ଥତା ଅନୁଭବ କରିବେ । କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।
କୁମ୍ଭ-ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ସଭାସମିତି ଓ ଆମଦାନୀ ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକକାର୍ଯ୍ୟରେ ସଫଳ ହେବାସହ ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତିଲଭିବେ । ସ୍ୱାସ୍ଥ୍ୟସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପରିବାରର କେତେକ ଅକୁହା କଥା ଚିନ୍ତାକରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ ।
ମୀନ-ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ ଓ ରାଜକୀୟସମ୍ମାନ ମିଳିବ । ସାମାଜିକସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନକାର୍ଯ୍ୟରେ ହାତଦେଇ କୃତକାର୍ଯ୍ୟ ହେବେ । ପାରିବାରିକ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥଲାଭର ସୁଯୋଗ ପାଇବେ । ଯେଉଁକାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ଏପରିକି ଆନୁଷ୍ଠାନିକକାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତାକ୍ଷେତ୍ରରେ ମାନସିକତାଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ ।
ନିତୀବାଣୀ-ଲୋକେ କୁହନ୍ତି ସମୟ ଆଗରେ ସଭିଏଁ ହାର୍ ମାନିଥାନ୍ତି , ହେଲେ ଏମିତି ବି ଲାଗେ ଯେ କି ସମୟ ସହିତ ଆମେ ଉକ୍ଟଜ୍ଞକ୍ଟ୍ରରଗ୍ଧସଗ୍ଧସକ୍ଟଦ୍ଭ କରି ଚାଲିବା ଦରକାର କାହିଁକି ନା ଜୀବନରେ ସମୟ ହିଁ ସବୁଠାରୁ ଜରୁରୀ ହୋଇଥାଏ , ସମୟକୁ ଅଣଦେଖା କଲେ ଜୀବନରେ ସବୁକିଛି ସରି ଯାଇଥାଏ ।
✡ବାସ୍ତୁ ଟିପ୍ପଣୀ✡ଘରେ ବଂଶୀ ରଖିବା ଦ୍ୱରା କଣ ଲାଭହୁଏ-ବାସ୍ତୁଅନୁସାରେ ଘର ମଧ୍ୟରେ ବଂଶୀ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ଵାରା ଘର ମଧ୍ୟରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଆପଣଙ୍କ ଉନ୍ନତି ଓ ପ୍ରଗତିରେ ମଧ୍ୟ ସହାୟକ ହୋଇଥାଏ।
ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରରକବାଟ ବା ମୁଖ୍ୟଦ୍ଵାର ପାଖରେ ହଳଦିଆରଙ୍ଗର ବଂଶୀ ଟାଙ୍ଗି ଦିଅନ୍ତୁ।
ବ୍ୟବସାୟରେ ବୃଦ୍ଧି ଓ ଧନଲାଭ ପାଇଁ ଦୋକାନ ବା ଅଫିସ ,କାର୍ଯ୍ୟାଳୟରେ ଏକ ବଇଁଶି ରଖନ୍ତୁ। ଟଙ୍କା ରଖୁଥିବା ବାକ୍ସରେ ମଧ୍ୟ ଏହାକୁ ରଖିପାରିବେ।ଘରର ଠାକୁରପୂଜା ହେଉଥିବା ସ୍ଥାନରେ ବଂଶୀ ସହିତ ମୟୂରପଙ୍ଖ ଲଗାଇ ରଖିଲେ ଆପଣଙ୍କର ଅଟକିରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ।
ବାସ୍ତୁଅନୁସାରେ ନିଜ ମନପସନ୍ଦର ଜୀବନସାଥୀ ସହିତ ବିବାହ କରିବା ପାଇଁ ଚାହୁଁଥିଲେ ଶୋଇବା ସମୟରେ ତକିଆତଳେ ଲାଲରଙ୍ଗର ବଂଶୀ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ନିଜ ମନପସନ୍ଦର ଜୀବନସାଥୀ ମିଳିଥାଏ।
ପିଲାମାନଙ୍କର ପାଠପଢ଼ାରେ ମନଲଗାଇ ରଖିବା ପାଇଁ ତାଙ୍କକକ୍ଷରେ ଧଳାରଙ୍ଗର ବଇଁଶି ରଖନ୍ତୁ। ଏପରି କରିବାଦ୍ଵାରା ପିଲାମାନଙ୍କର ପାଠପଢାରେ ମନ ଲାଗିଥାଏ।ଯଦି ଘରର କୌଣସିବ୍ୟକ୍ତି ଅଧିକସମୟ ଧରି ରୋଗରେ ଆକ୍ରାନ୍ତ ଅଛନ୍ତି,ତେବେ ରୋଷେଇଘରେ ସୁନେଲିରଙ୍ଗର ବଂଶୀ ରଖନ୍ତୁ। ଏହା ଶୁଭଫଳ ଦେଇଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post
