ଆଜିର ରାଶିଫଳ

0 305

ଫୁଲ୍ଲେରୀ ଓଷା ,୨୦୨୨ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ (ଶନିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୩/୨୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୪୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୮/୨୮ ,ବୃଷ, ସିଂହ ଓ କନ୍ୟାରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀ ର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ବିରିଭକ୍ଷଣ ନିଷେଧା
ମେଷ-ଆଜି ବ୍ୟାପାରରେ ନୂତନଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।
ବୃଷ-ଆଜି ମିତ୍ରଙ୍କସହ ସାକ୍ଷାତହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶକୀର୍ତ୍ତି ମିଳିପାରେ ।
ମିଥୁନ-ଆଜି ପରିବାରରେ ସୁଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥାକଥାରେ ରାଗନ୍ତୁନାହିଁ;ନଚେତ ଅସୁବିଧା ହୋଇପାରେ ।କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନଯୋଜନାକୁ କାର୍ଯ୍ୟକାରୀକରି ଲାଭ ମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର‌୍ୟ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦାଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।
ସିଂହ-ଆଜିବ୍ୟାପାରରେ ଦିନଟି ମଧ୍ୟମରହିବ ।ପରିବାରରେ ମାତାଙ୍କସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜପ୍ରିୟଜନଙ୍କ ସହ କିଛିକଥା କଟାକଟି ହେବାରୁ ମନଅଶାନ୍ତ ରହିବ । ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲହେବାରୁ ଚିନ୍ତିତ ରହିବେ ।
କନ୍ୟା-ଆଜି ଶତ୍ରୁପରାଜୟ ହୋଇପାରେ । ବନ୍ଧୁଙ୍କସହ ଉତ୍ତମସମୟ ବିତେଇବେ । ଆଧ୍ୟାତ୍ମ୍ୟକଦିଗରେ ସମୟ ନିୟୋଜିତକରିବେ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା-ବନ୍ଧୁପରିଜନଙ୍କ ସହ ଉତ୍ତେଜିତହୋଇ ବାର୍ତ୍ତାଳାପ କରନ୍ତୁନାହିଁ । ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡି ଯାଇପାରେ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କସହ ବାକ ବିତଣ୍ଡା ହୋଇପାରେ । ବ୍ୟାପାରରେ ହାନି ହୋଇପାରେ । ପରିବାରରେସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁନାହିଁ ।
ବିଛା-ଆଜି ନିଜ ବନ୍ଧୁପରିଜନଠାରୁ ଉପହାର ମିଳିପାରେ । କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟଦ୍ୱାରା ନିଜକାମ ସଫଳ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକଶାନ୍ତି ମିଳିପାରେ । ପରିବାର ରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମଭୋଜନ ମିଳିବ ।
ଧନୁ-ଆଜି ଶାରୀରିକଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବାକସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧିହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କବିତର୍କ ଯୋଗୁଁ କଳହ ଦେଖାଦେବ ।
ମକର-ଆଜି ସାମାଜିକମାନସମ୍ମାନ ମିଳିପାରେ । ମିତ୍ରଙ୍କସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି ।କାର୍ଯ୍ୟକ୍ଷେତ୍ରରେ କୌଣସିମହିଳା ସହଯୋଗୀ ସାହାଯ୍ୟ କରିବେ । ବ୍ୟାପାରରେ ନୂତନନିବେଶ ଲାଭ ବାନ କରାଇବ । ପରିବାରରେ କୌଣସି ଶୁଭକାର୍ଯ୍ୟ ଆୟୋଜନରେ ବ୍ୟସ୍ତରହିବେ ।
କୁମ୍ଭ-ଆଜି ପ୍ରତିକ୍ଷେତ୍ରରେ ସୁଫଳମିଳିବା ସହ ଧନବୃଦ୍ଧି ହୋଇପାରେ । କୌଣସି ଦୀର୍ଘଦିନ ଧରି ଅଟକି ଥିବା କାର୍ଯ୍ୟସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲରହିବ । ଗୁରୁଜନଙ୍କଆଶୀର୍ବାଦ ମିଳିବ ।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।
ମୀନ-ଆଜି ଆଳସ୍ୟ ଓ ଥକ୍କା ଅନୁଭବକରିବେ । ଜରୁରୀକାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁନାହିଁ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତାକରନ୍ତୁ । ବ୍ୟାପାରରେ ବାଧା ଆସିପାରେ । ପରିବାରରେ ହଠାତ ପ୍ରତିକ୍ରିୟାଶୀଳହେବାରୁ କଥା କଟାକଟି ହୋଇପାରେ ।
ନିତୀବାଣୀ-ସେଜୀବନର କିଛି Value ହିଁ ନଥାଏ, ଯଦି ଅନ୍ୟର ଉପକାରରେ ନ ଆସେ, ସେରୂପର କିଛି Value ହିଁ ନଥାଏ ଯଦି ଗୁଣନଥାଏ, ସେ ବିଦýûର କିଛି Value ହିଁ ନଥାଏ ଯଦି ବିନମ୍ରତା ନଥାଏ, ସେ ଅସ୍ତ୍ରର କିଛି ବି Value ନଥାଏ ଯଦି ସାହସ ନଥାଏ, ସେ ଖାଦ୍ୟର କିଛି ବି Value ନଥାଏ ଯଦି ପେଟରେ ଭୋକ ନଥାଏ, ସେ ଧନର କିଛି Value ନଥାଏ ଯଦି କାହାର ସାହାଯ୍ୟରେ ନଆସେ ।
ବାସ୍ତୁ ଟିପ୍ପଣୀ-ଧନସମ୍ପତ୍ତି ଓ ଉନ୍ନତି ଲାଭ କରିବାପାଇଁ ବାସ୍ତୁଶାସ୍ତ୍ରର ଏହି ଉପାୟ ଗୁଡ଼ିକୁ ଆପଣାନ୍ତୁ ଏବଂ ତତକ୍ଷଣାତ୍ ସୁଫଳ ପାଆନ୍ତୁାସମସ୍ତଙ୍କର ସୁଖସୁବିଧାରେ ରହିବା ପାଇଁ ଇଚ୍ଛା ଆଶାରହିଥାଏ। କିନ୍ତୁ କଠିନ ପରିଶ୍ରମ କରି ମଧ୍ୟ ମନୁଷ୍ୟକୁ ଆଶାନୁରୂପ ସଫଳତା ମିଳିପାରିନଥାଏ ଓ ହାତରେ ଯଥେଷ୍ଟ ପରିମାଣରେ ଟଙ୍କା ରହିନଥାଏ । ତେବେ ଏହାରଅର୍ଥ ଆପଣଙ୍କ ଘରେ ବାସ୍ତୁଦୋଷ ଭଳି ସମସ୍ୟା ରହିଛି।
ପୌରାଣିକଯୁଗରୁ ଆଜିର ଆଧୁନିକଯୁଗରେ ମଧ୍ୟ ବାସ୍ତୁଶାସ୍ତ୍ରକୁ ଗୁରୁତ୍ଵ ମାନା ଯାଉଛି।କହିବାକୁଗଲେ ଘରର ବାସ୍ତୁ ଠିକରହିଲେ, ଧନସଂପତ୍ତି ବୃଦ୍ଧିହେବା ସହିତ ଘରେ ସୁଖଶାନ୍ତି ବିରାଜମାନ କରିଥାଏ।କାରଣ ଯେଉଁ ଘରେ ବାସ୍ତୁଦୋଷ ରହିଥାଏ, ସେଠାରେ କେବେ ମଧ୍ୟ ଉନ୍ନତି ହୁଏନାହିଁ। ଘରର ବାସ୍ତୁଦୋଷ ଠିକକରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ବିଶେଷଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ଘରର ମୁଖ୍ୟଦୁଆର ସାମ୍ନାରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘର ର ମୁଖ୍ୟ ଦୁଆରରେ ଲାଲ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ ଲଗା ଯାଏ, ତାହେଲେ ଘରେ ସବୁ ବେଳେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡ଼ିବ ଯେ ସ୍ୱସ୍ଥିକ ଚିହ୍ନ ଲମ୍ବ ୯ ଆଙ୍ଗୁଳି ଓ ପ୍ରସ୍ଥ ୯ ଆଙ୍ଗୁଳି ହେବା ନିହାତି ଆବଶ୍ୟକ ଅଟେ।
ବାସ୍ତୁଦୋଷକୁ ଦୂରକରିବାକୁ ଘରର ମୁଖ୍ୟଦୁଆରର ଗୋଟିଏପଟରେ ତୁଳସୀଗଛ ଲଗାନ୍ତୁ ଓ ଅନ୍ୟପଟରେ କଦଳୀଗଛ ଲଗାନ୍ତୁ। ଏଭଳି କରିବାଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। ଯାହାଦ୍ଵାରା ଘରେ ଉନ୍ନତି ହେବାସହିତ ପରିବାର ଲୋକଙ୍କସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।
ଘରର ଛାତଉପରେ ଗୋଲାକାର ଆଇନା ଲଗାନ୍ତୁ। ଆଇନାକୁ ଏଭଳି ଭାବରେ ଲଗାନ୍ତୁ, ଯେପରି ସମ୍ପୂର୍ଣ୍ଣ ଘରର ଛବି ସେଥିରେ ଆସିବ। ଏହି ଉପାୟ କରିବାଦ୍ୱାରା ଘରର ବାସ୍ତୁ ଦୋଷ ତୁରନ୍ତ ଦୂର ହୋଇଯାଇଥାଏ।ଏହାସହିତ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ।
ରୋଷେଇ ଘରର ଆଗ୍ନେୟକୋଣରେ ଲାଇଟ ଲଗାନ୍ତୁ। ସେହି ଲାଇଟ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଜଳାଇବାକୁ ଭୁଲନ୍ତୁ ନାହିଁ।ଏଭଳି କରିବାଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ। ଏଭଳି କରିବାଦ୍ୱାରା ଘରର ଉନ୍ନତି ହେବାସହିତ ଦେବୀଲକ୍ଷ୍ମୀଙ୍କର ଆଶୀର୍ବାଦ ଘର ଉପରେ ରହିଥାଏ।
ଶଙ୍ଖ, ଶାମୁକା, ସମୁଦ୍ର ଫେଣ, କଉଡି ଆଦି ଗୋଟେ ଲାଲକପଡାରେ ବାନ୍ଧି ଘରର ମୁଖ୍ୟ ଦୁଆରରେ ଝୁଲାଇଦିଅନ୍ତୁ। ଏଭଳି କରିବାଦ୍ଵାରା ଘରେ ସକରାତ୍ମକଶକ୍ତି ବୃଦ୍ଧି ହୋଇଥାଏ ଏବଂ ହସଖୁସିର ବାତାବରଣ ସୃଷ୍ଟି ହୋଇଥାଏ।
ଘରର ମନ୍ଦିରରେ ପ୍ରତ୍ୟେକଦିନ ସକାଳେ ଓ ସନ୍ଧ୍ୟାସମୟରେ ଘିଅରଦୀପ ନିଶ୍ଚିତ ଭାବରେ ଲଗାଇବା ଉଚିତ। ଏଭଳି କରିବାଦ୍ଵାରା ଘରେ ଦେବୀ ଓ ଦେବତାଙ୍କ ବାସ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.