ଆଜିର ରାଶିଫଳ

0 291

୨୦୨୨ ମସିହା ଅକ୍ଟୋବର ମାସ ୦୮ ତାରିଖ (ଶନିବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୩/୫୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୫ /୪୨/୫୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୨୬/୧୪ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବିରି ଭକ୍ଷଣ ନିଷେଧ । 
ମେଷ- ଆଜି ଆପଣ ନିଜରବନ୍ଧୁମାନଙ୍କ ସହାୟତା ପାଇଁଅଭାବ ଦୂର କରିବା ସହିତ ଅନେକ ଭାବରେ ଆର୍ଥିକ ସମସ୍ୟାର ସମାଧାନ କରିପାରିବେ ଓ ଆପଣଙ୍କପାଇଁ ଦିନ ଅନେକ ଶୁଭ ରହିବ।
ବୃଷ-ଆପଣଙ୍କ କାମ ଅଟକି ଯାଇଥିବାରୁ ଆପଣଙ୍କ ମାନସିକସ୍ଥିତି ଭଲ ରହିବନାହିଁ ଏହାବ୍ୟତୀତ କର୍ମକ୍ଷେତ୍ରରେ ମନଯୋଗର ଅଭାବ ଦେଖାଯାଇପାରେ ବୋଲି ଅନୁମାନ କରାଯାଉଛି।
ମିଥୁନ-ତେବେ ଆପଣଙ୍କକାମ ବିଗିଡିଯିବାର ସମ୍ଭାବନାରହିଛି।ଏହାବ୍ୟତୀତ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ଅନେକ ଭାବରେ ଆଳସ୍ୟହେବାର ସମ୍ଭାବନû ରହିଛି।ତେବେ ଆଳସ୍ୟନହୋଇ ନିଜ କାର୍ଯ୍ୟ କରନ୍ତୁ।
କର୍କଟ-ତେବେ ଆପଣ ଆଜି ଭୋଗବିଳାସରେ ସମୟକାଟିବା ପାଇଁ ଆଗ୍ରହପ୍ରକାଶ କରିବେ ଏହା ବ୍ୟତୀତ ନିଜର କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅନେକଭାବରେ ସଚେତନହୋଇ କାର୍ଯ୍ୟକରିବାର ଆବଶ୍ୟକତା ରହିଛି।ଆପଣଙ୍କପାଇଁ ଆଜିରଦିନ କିଛ। ମାତ୍ରାରେ ସମସ୍ୟା ଉତ୍ପନ୍ନ କରିପାରେ।
ସିଂହ-ନିଜର ଜିଦରେ ଆପଣ ଅଟଳ ରହିବେ।କିନ୍ତୁ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଅସଫଳତା ହେବାର ସମ୍ଭାବନା ରହିଛି ଯାହାଫଳରେ ଆପଣଙ୍କ ମାନସିକସ୍ଥିତି କିଛି ଭଲରହିବ ନାହିଁ।
କନ୍ୟା-ଆଜି ଆପଣ ନିଜର ବନ୍ଧୁଙ୍କୁ ମିଛପ୍ରତିଶ୍ରୁତି ଦେବାର ସମ୍ଭାବନାରହିଛି ଏହାବ୍ୟତୀତ ଆଜି ଆପଣ ଯଦି କୌଣସିକାର୍ଯ୍ୟ ଆରମ୍ଭକରିବେ ତେବେ ନିଜରପରିବାର ଲୋକଙ୍କ ବିରୋଧର ସମ୍ମୁଖୀନ ହେବେ।
ତୁଳା-ଆପଣଙ୍କର ଦୁଶ୍ଚିନ୍ତା ବଢିବାର ସମ୍ଭାବନା ରହିଛି।ଏହାବ୍ୟତୀତ ସମସ୍କାର୍ଯ୍ୟ ଭଲରେ ଭଲରେ ପୂର୍ଣ୍ଣ ହୋଇଯିବ ଓ ବ୍ୟବସାୟକ୍ଷେତ୍ରରେ ମଧ୍ୟ ଆପଣ ଅନେକ ଭାବରେ ସଫଳତା ପ୍ରାପ୍ତ କରିବେ।
ବିଛା-ଆପଣ ବ୍ୟବସାୟକ୍ଷେତ୍ରରେ ଅନେକ ଲାଭକରିବେ।ଏହବ୍ୟତୀତ କୌଣସି ଯୁବକ ଆପଣଙ୍କୁ ଅନେକ ଭାବରେ ସହାୟତା କରିବେ ଏହାବ୍ୟତୀତ ଆଜିରଦିନ ଆପଣଙ୍ପାଇଁ ଅନେକ ଭାବରେ ସୁଖମୟ ହେବା ସହିତ ଆପଣଙ୍କ ପାଇଁ ଅନେକ ଶୁଭକାର୍ଯ୍ୟ କରିବାର ସମୟ ହୋଇପାରେ।
ଧନୁ-ଆପଣ ଆଜି ଜମିଜମା ବିବାଦରେ ଫସି ରହିବେ।ଆପଣ ସତର୍କ ହୋଇ ରହିବା ଆବଶ୍ୟକ ଅଟେ।
ମକର-ଆପଣଙ୍କ ଅଟକି ରହòଥିବା ଟଙ୍କା ଫେରିଆସିବ ଏହାବ୍ୟତୀତ ଆପଣ ଆଜି ନିଜରବନ୍ଧୁ ମାନଙ୍କ ସହାୟତା ନେଇ ନିଜରକାର୍ଯ୍ୟ ପୂର୍ଣ୍ଣକରିବେ।
କୁମ୍ଭ-ଏହାବ୍ୟତୀତ ଆପଣ ଆଜି କୌଣସିକଥାକୁ ହାଲୁକାଭାବରେ ଗ୍ରହଣକରିବା ଫଳରେ ନିଶ୍ଚୟ ଭାବରେ ଅସୁବିଧାର ସମ୍ମୁଖୀନହେବେ।ଏହାବ୍ୟତୀତ ରହିଥିବାଅର୍ଥ ଫେରିପାଇବା ଫଳରେ ଆପଣଙ୍କ ଆର୍ଥିକସ୍ଥିତି କିଛିମାତ୍ରାରେ ଭଲହୋଇଯିବ।
ମୀନ-ଏହିରାଶିର ଲୋକମାନେ କାହାକୁ ନିଜର ଗୋପନକଥା କୁହନ୍ତୁନାହିଁ କାରଣ ଆଜି ସେହିବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରନ୍ତି।ଏହାବ୍ୟତୀତ ପରିବାରରଭୁଲ ବୁଝାମଣା କାରଣରୁ ଅଶାନ୍ତି ସୃଷ୍ଟିହେବାର ଅନେକସମ୍ଭାବନା ରହିଛି।ତେଣୁ ଆପଣ ସତର୍କହୋଇ ରହିବା ଆବଶ୍ୟକ।
ନୀତିବାଣୀ-ତୁମର ଜଣାଶୁଣା କିଛିଲୋକ କେବଳ କାମପଡିଲେ ତୁମକୁ ମନେ ପକାନ୍ତି ,ତାଙ୍କ କାମରେ ତୁମେ ନିଶ୍ଚିତ ଆସିବା ଉଚିତ,ଯଦି ତୁମେ ତାଙ୍କକାର୍ଯ୍ୟରେ ନଆସିଲ ତେବେ ସେ ତୁମର କୁତ୍ସା ରଟନା କରିଥାନ୍ତି।

ବାସ୍ତୁଟିପ୍ପଣୀ-ଆପଣଙ୍କୁ କାଙ୍ଗାଳ କରିପାରନ୍ତି ଏହି ତିନୋଟି ଗ୍ରହ, ଜାଣନ୍ତୁ ଦୋଷ ଖଣ୍ଡନର ସହଜ ଉପାୟ ?
ଜ୍ୟୋତିଷଶାସ୍ତ୍ର ଅନୁସାରେ ତିନୋଟିଗ୍ରହ ହେତୁ ବ୍ୟକ୍ତିର ଆର୍ଥିକଅବସ୍ଥା ଖରାପ ହୋଇପାରେ।ଗ୍ରହ ଗୁଡିକ ଅଶାନ୍ତ ରହିଲେ ଅନାବଶ୍ୟକଖର୍ଚ୍ଚ ବୃଦ୍ଧିପାଇଥାଏ ଓ ବ୍ୟକ୍ତି କାଙ୍ଗାଳ ମଧ୍ୟ ହୋଇଯାଏ। ତେବେ ଏହି ଗ୍ରହଗୁଡ଼ିକୁ ଶାନ୍ତକରିବା ପାଇଁ ପ୍ରତିକାର ମଧ୍ୟ ଦିଆଯାଇଛି। ଆସନ୍ତୁ ଜାଣିବା ସେହି ତିନୋଟିଗ୍ରହ କେଉଁଗୁଡିକ ଏବଂ ସେମାନଙ୍କୁ ଶାନ୍ତ କରିବାର ପ୍ରତିକାର କଣ?
ଶନି:-ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶିଫଳରେ ଶନିଗ୍ରହ ନିଶ୍ଚିତଭାବରେ ଉପସ୍ଥିତ ରହିଥାନ୍ତି। ଜୀବନରେ ଥରେ ଶନି ପ୍ରବେଶକଲେ ସେ ଦୀର୍ଘସମୟ ପର୍ଯ୍ୟନ୍ତ ରୁହନ୍ତି। ଏଥିସହିତ ବ୍ୟକ୍ତିଙ୍କୁ ଶନି ଦସାଙ୍କୁ ସାମ୍ନା କରିବାକୁ ପଡିଥାଏ। ଏହିସମୟ ମଣିଷପାଇଁ ବହୁତ କଷ୍ଟକର ହୋଇଯାଏ। ଘର,ପରିବାର,ଚାକିରି ଭଳି ବିଭିନ୍ନସ୍ଥାନରୁ ସମସ୍ୟାଆସିବା ଆରମ୍ଭକରେ।
ରାହୁ:-ରାହୁଙ୍କ ନାମ ଶୁଣିବାମାତ୍ରେ ସମସ୍ତେ ଭୟଭୀତ ହୁଅନ୍ତି। ଯଦିଓ, ରାହୁ ରାଶିଫଳରେ ହିତକାରୀ ଗ୍ରହମାନଙ୍କ ସହିତ ବସିଛନ୍ତି ତେବେ ଫଳାଫଳ ମଧ୍ୟ ଭଲଅଟେ। ଯେତେବେଳେ ରାହୁ ଅଶୁଭଗ୍ରହ ସହିତ ରୁହନ୍ତି ସେତେବେଳେ ଏହା ଜଣେବ୍ୟକ୍ତିଙ୍କୁ ବହୁତ ଅସହାୟ କରିଥାଏ। ସେ ଋଣଭାରରେ ବୁଡିଯାଆନ୍ତି।
ମଙ୍ଗଳ:-ଗ୍ରହଙ୍କ ସେନାପତି ମଙ୍ଗଳଙ୍କ କାରଣରୁ ବ୍ୟକ୍ତିଙ୍କ ଉପରେ ଋଣବଢିଯାଏ। ଯେତେବେଳେ ମଙ୍ଗଳଗ୍ରହ ଜଣେବ୍ୟକ୍ତିଙ୍କ ରାଶିରେ ଷଷ୍ଠ,ଅଷ୍ଟମଏବଂଦଶମଘରେ ଅବସ୍ଥାପନ କରନ୍ତି, ସେତେବେଳେ ଆତ୍ମବିଶ୍ୱାସ ହେତୁ ବ୍ୟକ୍ତି ଅନେକସ୍ଥାନରେ ଟଙ୍କା ବିନିଯୋଗକରନ୍ତି।ଏଥିପାଇଁ ସେ ଅନେକସ୍ଥାନରୁ ଋଣ ମଧ୍ୟ ନେଇଥାନ୍ତି। ଏଭଳି ପରିସ୍ଥିତିରେ ଜଣେବ୍ୟକ୍ତିଙ୍କୁ ଅନେକଥର କ୍ଷତି ସହିବାକୁ ପଡେ ଏବଂ ଘରର ଆର୍ଥିକଅବସ୍ଥା ବିଗିଡିଯାଏ।ଏହି ତିନୋଟିଗ୍ରହ ଯୋଗୁଁ, ଯଦି ଘରର ଆର୍ଥିକଅବସ୍ଥା ଖରାପ ହୋଇଯାଏ ଏବଂ ଋଣଭାର ବହୁତ ବଢିଯାଏ।
ପ୍ରତିକାର :-ପ୍ରତିଦିନସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣକରନ୍ତୁ।ଓମ୍ ନାମ ଶିବୟଃମନ୍ତ୍ର ୧୦୮ଥର ଜପ କରନ୍ତୁ।ପ୍ରତିମଙ୍ଗଳବାର ହନୁମାନମନ୍ଦିରକୁ ଯାଆନ୍ତୁ ଏବଂ ହନୁମାନ ଚଲିସା ପଢନ୍ତୁ।ପ୍ରତିଦିନ କପାଳରେ ତିଳକ ଲଗାନ୍ତୁ।ମାସର ସମସ୍ତ ଶୁକ୍ରବାରରେ ତିନିଜଣ ଅବିବାହିତାକନ୍ୟାଙ୍କୁ ଖୀରି ଖାଇବାକୁଦିଅନ୍ତୁ। କିଛି ନାଲି ଏବଂ ହଳଦିଆ ପୋଷାକ ସହ ଦକ୍ଷୀଣାଦେଇ ସେମାନଙ୍କ ଆଶୀର୍ବାଦ ନିଅନ୍ତୁ। ଏପରି କରିବାଦ୍ୱାରା ମାଲକ୍ଷ୍ମୀ ଖୁସି ହୁଅନ୍ତି।ଘରେ କୌଣସି ଅଦରକାରୀଜିନିଷ ରଖନ୍ତୁନାହିଁ, ଏହା ଋଣକୁ ବଢାଇଥାଏ।ଯେଉଁଠାରେ ଆପଣ ଘରେ ଟଙ୍କା ରଖନ୍ତି ସେହିସ୍ଥାନ ସାମ୍ନାରେ ଏକ ଦର୍ପଣ ରଖନ୍ତୁ।ଦେବତା କୁବେରଙ୍କୁ ପୂଜାକରିବା ପରେ ଆଶୀର୍ବାଦ ନିଅନ୍ତୁ।ଅଜିର ଦିନଟି ମଙ୍ଗଳମୟ ହେଉ!!

Leave A Reply

Your email address will not be published.