ଆଜିର ରାଶିଫଳ

0 223

୨୦୨୨ ମସିହା ନଭେମ୍ବର ମାସ ୧୮ ତାରିଖ (ଶୁକ୍ରବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ନବମୀ ,,ସୁର୍ୟୋଦୟ ପ୍ରାତଃ ଘ୦୬/୦୦/୦୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୫୭ ,ବିଛା,ଧନୁ ଓ ମୀନ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଲାଉ ,କଳମ ଶାଗ ଭକ୍ଷଣ ନିଷେଧ ।
ମେଷ-ଆଜିର ଦିନରେ ମିଶ୍ରିତ ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ଉପଦେଶ। ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ସତର୍କ ରହିବେ। ରହସ୍ୟମୟ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୁଢ଼ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ। ସମ୍ଭବତଃ ଆଜି ଯାତ୍ରାକୁ ଟାଳନ୍ତୁ। ଯାତ୍ରାରେ ଅନପେକ୍ଷିତ ବାଧା ଆସିପାରେ। ଆଜି କୌଣସି ନୂଆକାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତି ହେବାର ଯୋଗ ଅଛି।
ବୃଷ-ଆଜିର ଦିନ ଶୁଭଫଳଦାୟୀ ଅଟେ। ଆଜି ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ। ମାନସିକ ପ୍ରସନ୍ନତା ଅନୁଭବ ହେବ। ପରିଜନ ତଥା ନିକଟର ଲୋକମାନଙ୍କ ସହିତ ଅଧିକ ସମୟ ବିତିବ। ସାମାଜିକ ଜୀବନରେ ଆପଣ ସଫଳତା ଏବଂ ଯଶ ପ୍ରାପ୍ତ କରିପାରିବେ। ବିଦେଶରେ କିମ୍ବା ଦୂରରୁ ଭଲ ସମାଚାର ମିଳିବାର ଯୋଗ ଅଛି। ଦାମ୍ପତ୍ୟଜୀବନରେ ମଧୁରତା ଛଲକିବ। ବୈବାହିକ ସୁଖ ମିଳିବ। ଆକସ୍ମିକ ଧନ ଲାଭ ହେବ।
ମିଥୁନ-ଆଜି ଆପଣଙ୍କଦିନ ବହୁତ ଭଲରେ ବିତିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖମୟ ପ୍ରସଂଗ ବନିବ। ଖର୍ଚ୍ଚ ହେବ କିନ୍ତୁ ତାହା ନିରର୍ଥକ ହେବ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ। ରୋକିଥିବା କାମ ସଂପନ୍ନ ହେବ। କ୍ରୋଧର ମାତ୍ରା ଅଧିକ ରହିବ। ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ। ନହେଲେ କାର୍ଯ୍ୟ ବିଗିଡ଼ି ପାରେ। ସହକର୍ମିମାନଙ୍କର ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ।
କର୍କଟ-ଆଜିରଦିନ ଆପଣଙ୍କୁ ଟିକେ ସାବଧାନ ରହିବାକୁପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗିଡ଼ିପାରେ। କୌଣସି ନୂଆକାର୍ଯ୍ୟର ପ୍ରାରମ୍ଭପାଇଁ ଆଜିରଦିନ ଉଚିତନୁହେଁ। ମାନସିକଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ରହିବ। ମାନସିକ ଖିନ୍ନତା ହୋଇପାରେ। ପେଟର ଯନ୍ତ୍ରଣା, ବିଶେଷକରି ପେଟବ୍ୟଥା, ଅଜୀର୍ଣ୍ଣ ପରି ବ୍ୟାଧିରେ ଆପଣ ଚିନ୍ତିତ ରହିବେ। ଆକସ୍ମିକ ଧନଖର୍ଚ୍ଚ ହେବ। ପ୍ରିୟପାତ୍ରଙ୍କ ହୃଦୟକୁ ଚୋଟ ପହଁଚି ପାରେ କିମ୍ବା ନ କହିବାର ପ୍ରସଂଗ ଉପସ୍ଥିତ ହୋଇପାରେ। ଅଧିକ କାମୁକତା ଆପଣଙ୍କ ମାନଭଙ୍ଗର କାରଣ ନବନୁ ଏହାର ବିଶେଷ ଧ୍ୟାନ ରଖିବେ। ସମ୍ଭବତଃ ଯାତ୍ରା ଟାଳିବେ।
ସିଂହ-ଆଜିଦିନ ଅଧିକ ଭଲନୁହେଁ। ଆପଣଙ୍କୁ କିଛିଅସୁବିଧାର ସାମନା କରିବାକୁ ପଡ଼ିପାରେ। ପରିଜନମାନଙ୍କର ସହିତ ବାଦବିବାଦ ହୋଇପାରେ। ବାଣୀଉପରେ ନିୟନ୍ତ୍ରଣ ରଖିକରି ଆପଣ ନିଜେ ଦୁଃଖୀ ହେବାରୁ ନିଜକୁ ବଞ୍ଚାଇପାରନ୍ତି। ଆପଣଶାରୀରିକ ଏବଂ ମାନସିକରୂପରେ ସୁସ୍ଥ ରହିବେ। ମନ କିଛି ଅଧିକ ବ୍ୟଗ୍ର ହୋଇପାରେ। ନକାରାତ୍ମକ ବିଚାର ଆପଣ ହଇରାଣ କରିପାରେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନରଖିବେ। ନିଦରେ ବାଧାଉତ୍ପନ୍ନ ହୋଇପାରେ। ଆପଣ କିଛି ଅଧିକ ସମ୍ବେଦନଶୀଳତା ହୋଇପାରନ୍ତି। ପାଣିକୁ ସମ୍ଭାଳି କରିରୁହନ୍ତୁ। ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇନପାରେ। ଚାକିରିପେଶା ଲୋକମାନଙ୍କୁ କିଛିସମସ୍ୟା ହୋଇପାରେ। ଜମି ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।
କନ୍ୟା-ଆଜି ଆପଣଙ୍କୁ କୌଣସିକାର୍ଯ୍ୟରେ ବିନା ଭାବିବିଚାରି ଭାଗ ନେବାକୁ ମନା। ସାଥିମାନଙ୍କ ସହିତ ଭଲଭାବରେ ସମୟକଟିବ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହୋଇଯିବେ। ମିତ୍ରମାନଙ୍କ ଏବଂ ପ୍ରିୟଜନମାନଙ୍କ ସହିତ ଭେଟହେବ। ଭାଇଭଉଣୀମାନଙ୍କଠାରୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଆପଣ ସାମନାକରି ପାରିବେ। ଗୁଢ଼ ରହସ୍ୟମୟ ଆଧ୍ୟାତ୍ମିକ କଥାଗୁଡ଼ିକରେ ସିଦ୍ଧି ମିଳିବ।
ତୁଳା-ଆଜିଆପଣଙ୍କ ମନ ଦ୍ୱନ୍ଦ୍ୱରେ ରହିପାରେ ନିର୍ଣ୍ଣୟ ନନେଇପାରିବାରୁ ପରିଣାମସ୍ଵରୂପ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭକରିବା ଆପଣଙ୍କପାଇଁ ହିତକରନୁହେଁ। ଆଜିଆପଣଙ୍କ ସମ୍ବନ୍ଧରେ ଔପଚାରିକତା ରଖିବେ, ନହେଲେ ମନମାଳିନ୍ୟହେବାର ସମ୍ଭାବନାଅଛି। ବ୍ୟବହାରରେ ଜିଦ ଛାଡ଼ିବା ଭଲ ହେବ। ଯାତ୍ରା ନ କରିବା ହିତକର। ଆର୍ଥିକ ଲାଭ ହେବ। ପରିଜନମାନଙ୍କ ସହିତ ବାଦ-ବିବାଦରେ ନ ପଡ଼ନ୍ତୁ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟରେ ଆଜି ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ବିଛା-ଆଜିରଦିନ ସାମାନ୍ୟ ଅଟେ। ମନରେ ପ୍ରସନ୍ନତାରହିବ ତଥା ସୁଖ ଏବଂ ଆନନ୍ଦର ପ୍ରାପ୍ତି ହେବ। ପରିଜନମାନଙ୍କ ସହିତ ଆନନ୍ଦ-ଉଲ୍ଲାସରେ ସମୟ କଟିବ। ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କଠାରୁ ଉପହାର ମିଳିବାରୁ ମନ ଅତି ପ୍ରସନ୍ନ ରହିବ। ପ୍ରିୟଜନମାନଙ୍କ ସହିତ ଭେଟ ସଫଳ ରହିବ। ଶୁଭ ସମାଚାର ପ୍ରାପ୍ତି ହେବ। ଆନନ୍ଦଦାୟକ ଯାତ୍ରାର ସମ୍ଭାବନା ଅଛି। ଉତ୍ତମ ବୈବାହିକ ସୁଖର ଅନୁଭୂତି ହେବ।
ଧନୁ-ଆଜିରଦିନ କିଛି କଷ୍ଟଦାୟକ ହେବ, ଟିକେ ସମ୍ଭାଳିକରି ଚାଲିବେ। ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଉପସ୍ଥିତ ହୋଇପାରେ। ସ୍ଵଭାବରେ ଉଗ୍ରତା ତଥା ଆବେଶ ହେବା କାରଣରୁ କୌଣସି ବିବାଦ ନହେଉ ଏହି କଥାଉପରେ ବିଶେଷରୂପେ ଧ୍ୟାନରଖିବେ। ସ୍ଵାସ୍ଥ୍ୟ ବିଗିଡ଼ିପାରେ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ଦୁର୍ଘଟଣାର ଆଶଙ୍କାଅଛି ସମ୍ଭାଳିକରି ଚାଲିବେ। ଧନର କିଛିଅଧିକ ବ୍ୟୟହେବ। କୋର୍ଟକଚେରୀର ବିଷୟଗୁଡ଼ିକରେ ସାବଧାନରେ ପଦକ୍ଷେପ ଉଠାଇବେ। ବ୍ୟର୍ଥକାର୍ଯ୍ୟଗୁଡ଼ିକରେ ଶାନ୍ତି ନଷ୍ଟ ହୋଇପାରେ।
ମକର-ସାମାଜିକକାର୍ଯ୍ୟଗୁଡ଼ିକରେ ଆପଣଙ୍କୁ ଲାଭହେବ କାରଣ ବିବିଧକ୍ଷେତ୍ରରେ ଲାଭହେବାର ଆଜି ଯୋଗଅଛି। ମିତ୍ର ତଥା ସମ୍ବନ୍ଧିମାନଙ୍କସହିତ ହୋଇଥିବା ଭେଟ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହେବ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନଉପରେ ଆଜି କମପ୍ରୟାସରେ ସଫଳତା ମିଳିପାରେ। ଶୁଭପ୍ରସଂଗର ଆୟୋଜନ ହେବ। ପରିବାରର ସହଯୋଗ ପ୍ରାପ୍ତହେବ। କୌଣସି ବସ୍ତୁକୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ।
କୁମ୍ଭ-ଆଜିଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥତି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଖକାର୍ଯ୍ୟର ପ୍ରଶଂସା ହେବ। ଯାହା କି ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। କାର୍ଯ୍ୟାଳୟରେ ସାଥୀକର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ ଦେବେ। ସାମାଜିକ ରୂପରେ ମାନସମ୍ମାନ ପ୍ରାପ୍ତି ହେବ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ଆନନ୍ଦପୂର୍ବକ ପ୍ରବାସ କରିପାରିବେ। ଆଜି ସମ୍ପୂର୍ଣ୍ଣ ଦିନରେ କାର୍ଯ୍ୟ ସଂପନ୍ନ ହେବାରେ ସରଳତା ଅନୁଭବ ହେବ ଏବଂ ସେହିକାର୍ଯ୍ୟରେ ଲାଭ ମଧ୍ୟ ହେବ।
ମୀନ-ଆଜି ଉଚ୍ଚଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ଦରାର ନପଡୁ ଏହିକଥାର ଧ୍ୟାନ ରଖିବାପାଇଁ ଉପଦେଶ। ଶାରୀରିକ ଶିଥିଳତା ଏବଂ ମାନସିକ ଚିନ୍ତାରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ। ବୈଚାରିକସ୍ତରରେ ନକାରାତ୍ମକତାକୁ ଦୂରକରିବେ ତଥା ମାନସିକ ରୂପରେସୁସ୍ଥ ହେବାପାଇଁ ପ୍ରୟାସକରନ୍ତୁ। ଯାତ୍ରା ସଫଳହେବ। ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ଅବରୋଧ ଆସିବାର ସମ୍ଭାବନା ଅଛି।

ନିତୀବାଣୀ-କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହି ହୁଏ ନାହିଁ,ନା ମନ ଖୋଲି କାନ୍ଦି ହୁଏ କେବଳ ସେଇ ଦୁଃଖକୁ ହୃଦୟରେ ଚାପି ରଖି ସହିବାକୁ ପଡ଼େ ।
ବାସ୍ତୁ ଟିପ୍ପଣୀ-ବାସ୍ତୁ ଅନୁସାରେ ଘରେ ଶୋଇବା ଖଟ କେଉଁ ଦିଗରେ ରହିବା ଉଚିତ!
ଆପଣଙ୍କ ଶୋଇବାଖଟ ଏକ ଏପରିସ୍ଥାନ ହୋଇଥାଏ ଯେଉଁଠି ଆପଣ ନିଜର ଦିନସାରାର ଥକାପଣ ମିଟାଇଥାନ୍ତି ଏବଂ ସକାଳେଉଠି ନୂତନଉର୍ଜା ପ୍ରାପ୍ତକରିଥାନ୍ତି କିନ୍ତୁ ଏହା ସେତେବେଳେ ସମ୍ଭବ ଯେବେ ଆପଣଙ୍କଖଟ ବାସ୍ତୁନିୟମର ବିପରୀତ ହୋଇନଥିବ।ଭୁଲଜାଗାରେ ରଖାଯାଇଥିବା ଖଟରେ ଶୋଇଲେ ଠିକସେ ନିଦନଆସିବା ସହିତ ମାନସିକରୋଗ ମଧ୍ୟ ହେବାରସମ୍ଭାବନା ରହିଥାଏ।ଯଦି ଏଠାରେ ପତିପତ୍ନୀଶୋଇଥାନ୍ତି ତାହେଲେ ତାଙ୍କ ବୈବାହିକଜୀବନରେ ସମସ୍ୟା ଦେଖାଯାଇଥାଏ।ଜୀବନ ସୁଖମୟହେଉ ଏଥିପାଇଁ ସବୁଠୁ ଜରୁରୀକି ଶୋଇବାଖଟର ଚୟନ ଠିକ ଭାବରେ ହଉ।ଏହାସହିତ ଏହାରଦିଗ,ଚଦରରରଙ୍ଗ ଏବଂ ଗଦିଆଦିର ଠିକହେବା ଆବଶ୍ୟକ ହୋଇଥାଏ।ତ ଅସାନ୍ତୁ ଜାଣିବା ଏହାର ବାସ୍ତୁ ନିୟମ ବିଷୟରେ।
ଶୋଇବାଖଟର ଦିଗ ଏମିତିଭାବରେ ରଖନ୍ତୁ ଯେମିତି ତାହା ଶୋଇଲାପରେ ମୁଣ୍ଡ ପଶ୍ଚିମଅଥବା ଦକ୍ଷିଣଦିଗ ଆଡକୁରହିବ।ଏହିଭଳିଶୋଇଲେ ଦିନରେ ଉଠିବାସମୟରେ ମୁଖ ଉତ୍ତର କିମ୍ବା ପୂର୍ବ ଆଡକୁ ରହିବ।ପୂର୍ବଦିଗ ସୂର୍ଯ୍ୟୋଦୟର ଦିଗ ହୋଇଥାଏ । ଏହାଜୀବନଦାତା ଏବଂ ଶୁଭ ଅଟେ।ଉତ୍ତର ଦିଗ ଧନପତି କୁବେରଙ୍କର ମଣାଯାଇଛି।ଶୋଇବାଗୃହର ଦ୍ୱାରା ସାମ୍ନାରେ ଖଟ ରଖିବା ବାସ୍ତୁସମ୍ମତ ହୋଇନଥାଏ।ଏହାଫଳରେ ଆର୍ଥିକସମସ୍ୟା ଏବଂ ରୋଗହେବାର ସମ୍ଭାବନାରହିଥାଏ।ବାସ୍ତୁ ଅନୁସାରେ ଆପଣଙ୍କଖଟର ଠିକସାମ୍ନାରେ ଆଇନା ରହିବା ଉଚିତନୁହଁ।ଏହା ପତିପତ୍ନୀଙ୍କ ସମ୍ବନ୍ଧରେ ଖରାପ ପ୍ରଭାବ ପକାଇଥାଏ।ଯଦି ଏହିଭଳି ଆଇନାରହିଛି ତାହେଲେ ତାହାଉପରେ କପଡା ପକାଇ ଶୁଅନ୍ତୁ।
ବେଡ଼ରୁମରେ ଖଟ ଲୁହାର କିମ୍ବା ଆକାରରେ ଧନୁସାକାର,ଅର୍ଦ୍ଧାଚନ୍ଦ୍ରକାର ଏବଂ ବୃତ୍ତାକାରହବା ଉଚିତନୁହଁ।ଏହାଫଳରେ ଶୋଇବାରେ ସମସ୍ୟା ଏବଂ ବ୍ୟାକୁଲତାବଢ଼ିଥାଏ।ବାସ୍ତୁଅନୁସାରେ ଆପଣଙ୍କଖଟର ବିସ୍ତର ଆରାମଦାୟକ ହେବାଉଚିତ।ଯଦି ଏମିତି ନହୁଏ ତାହେଲେ ନିଦ ଠିକସେ ଆସିନଥାଏ ଯଦି ନିଦଆସେ ତାହେଲେ ଖରାପସ୍ୱପ୍ନ ମଧ୍ୟ ଆସିଥାଏ।
ଏହାର ସବୁବେଳେ ଧ୍ୟାନରଖନ୍ତୁ ଆପଣଙ୍କଖଟର ଉଚ୍ଚତାନାହିଁ ଅଧିକନାହିଁ କମହେବା ଉଚିତ।ଖଟର ତଳେ ମଧ୍ୟ ଉର୍ଜା ନିରନ୍ତର ରହିଥାଏ ଯାହା ଆପଣଙ୍କଶରୀରରେ ସବୁବେଳେ ଚାଲିଥାଏ।ତାହାକୁ ଗ୍ରହଣ କରିବାପାଇଁ ଏହାରଉଚ୍ଚତା ବ୍ୟବସ୍ଥିତ ରହିବା ଉଚିତ।ଖଟତଳେ ଭାରିଜିନିଷ ରଖିବା ଉଚିତ ନୁହେଁ।ଯଦି ଆପଣ ଏହାରଖନ୍ତି ତାହେଲେ ନକାରତ୍ମକଉର୍ଜା ଶରୀରରେ ବଢିଯିବ ଏବଂ ଭଲଉର୍ଜା ଆପଣଙ୍କୁ ମିଳିବନି।
ସକାରତ୍ମକଉର୍ଜାରୁ ଆପଣଙ୍କୁ ଶକ୍ତିମିଳିଥାଏ ଏବଂ ସକାଳେ ଆପଣ ଯେବେ ଶୋଇକରି ଉଠନ୍ତି ସେତେବେଳ ବହୁତ ଆରାମ ଅନୁଭବ କରିଥାନ୍ତି।ଭଲ ଏବଂ ଆରାମଦୟକ ନିଦପାଇଁ ଆବଶ୍ୟକ ଅଟେକି ଆପଣଙ୍କ ଖଟସଫା ରହିବା।ଚଦର ଫଟା ଏବଂ ମଇଳା ଯେମିତି ନହୁଏ।ଏହା ବସ୍ତୁଦୋଷକୁ ବଢାଇଥାଏ।ଆପଣଙ୍କର ଯଦି ଡବଲବେଡ଼ ହୋଇଥାଏ ତାହେଲେ ଚେଷ୍ଟାକରନ୍ତୁ ସେଠାରେ ଲାଗିଥିବା ଗଦି ଗୋଟେ ହି ହଉ।
ଏହା ଫଳରେ ଖଟମଝିରେ ଫାଟହୋଇଥାଏ ଯାହାଫଳରେ ପତିପତ୍ନୀଙ୍କର ସମ୍ବନ୍ଧରେ ଫାଟ ସୃଷ୍ଟି କରେ।ଧ୍ୟାନରଖନ୍ତୁକି , ଉତ୍ତରଦିଗଆଡକୁ ମଣ୍ଡକରି ଶୋଇବା ଉଚିତନୁହଁ।ଏହିଦିଗକୁ ମଣ୍ଡକରି ଶୋଇଲେ ନିଦ ଆସେନାହିଁ ଏବଂ ଯଦିଆସେ ତାହେଲେ ଖରାପସ୍ୱପ୍ନ ଆସିଥାଏ।ଯଦି ଘରେ ଏକ ତାଲାରୁ ଅଧିକ ହୋଇଥାଏ ତାହେଲେ ଘରମାଲିକର ଶୋଇବାଘର ଉପରେ ରହିବା ଉଚିତ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.