ଆଜିର ରାଶିଫଳ

0 207

୨୦୨୨ ମସିହା ନଭେମ୍ବର ମାସ୧୯ ତାରିଖ (ଶନିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ ,ତିଥି-ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୬/୦୦/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୩୩ ,ବୃଷ, ସିଂହ ଓ କନ୍ୟାରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,କଳମଶାଗ , ଶିମ୍ବ ଭକ୍ଷଣ ନିଷେଧ ।
ମେଷ-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରି ରହିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜ ମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସ କରିବେ । ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ନିଜ କ୍ଷେତ୍ରରେ ଧନ ଲାଭ ମିଳିବାର ଯୋଗ ହେଉଛି, ଦୈନିକ କାର‌୍ୟ୍ୟରେ ସଫଳତା ମିଳିବାର ନଜର ଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁର ହେବ , ପରିବାର ଲୋକଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଆଜି ଆପଣଙ୍କ ସବୁ ମନୋକାମନା ପୁରା ହେବାର ସଂମ୍ଭାବନା ଅଛି ।
ବୃଷ-ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନ ପ୍ରାପ୍ତିର ନୁଆ ସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରା ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦ ନେଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
ମିଥୁନ-ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ନିଜ ସବୁ ଅଧୁରା କାମ ପୁରା କରିପାରିବେ । ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ । ଅଫିସ୍ ରେ ମାନ ସମ୍ମାନ ପ୍ରାପ୍ତି ହେବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ , ଆଜି ଆପଣ ସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
କର୍କଟ-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନା ହୋଇପାରେ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନ ପତନ ସ୍ଥିତି ରହିଛି, ଯାହାର କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସ୍ କାମରେ ଅଧିକା ପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁ କାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।
ସିଂହ-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ର୍ନଜର ଆସୁଛି, ଆପଣ ସବୁ କାର୍ଯ୍ୟ ନିଜ ପରିଶ୍ରମ ବଳରେ କରିବେ, ଜୀବନ ସାଥୀଙ୍କ ସହ ଡିନର ର ପ୍ଲାନ୍କରି ପାରନ୍ତି, କିଛି ପୁରୁଣା ବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହା ଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାର ର ପୁରା ସହଯୋଗ ମିଳୀପାରେ।
କନ୍ୟା-ଆଜି କାରବାରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲଅଛି, ଅଫିସ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ ରିବେ, ଆପଣ ସବୁ ଜରୁରୀକାମ କୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
ତୁଳା-ଆଜି ଆପଣ ନିଜ ପରିଶ୍ରମରୁ ଧନ ଲାଭ କରିପାରିବେ, ସନ୍ତାନଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାରର ଦାୟିତ୍ୱକୁ ଭଲଢଙ୍ଗରେ ନିଭାଇବେ, ମାନସିକଚିନ୍ତା ଦୁରର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡକଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରାହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
ବିଛା-ଆଜି ଆପଣଙ୍କଦିନ ଉତଥାନପତନ ଭରାରହିବ, କେଉଁ ଖାସ ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧଉପରେ ନିୟନ୍ତ୍ରଣ ରଖିବାରର୍ଅଛି, ନହେଲେ ବଡ୍ ଅଧିକାରୀଙ୍କଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆକରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
ଧନୁ-ଆଜି ବନ୍ଧୁଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍ କରିପାରନ୍ତି, କାର‌୍ୟ୍ୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସିମିଳିବ, ଏହି ରାଶିରବ୍ୟକ୍ତି ଯିଏକି ସରକାରୀଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ରରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ।ଆର୍ଥିକସ୍ଥିତି ମଜବୁତ୍ ହିବ, ଆୟ ର ଜରିଆ ବଢିବ, ସାମାଜିକ ମାନସମ୍ମାନ ପ୍ରତିଷ୍ଠାଲାଭ କରିବେ
ମକର-ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି କାରବାରରେ ଧନଲାଭ ହେବାର ଯୋଗଅଛି, ଆଜି ଆପଣ ନିଜ ପରିବାରସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଆଧ୍ୟାତ୍ମିକପ୍ରତି ଆପଣଙ୍କ ରୁଚିବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବ, ଚାକିରିକ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁରସହର ଯାତ୍ରା କରିପାରନ୍ତି,, ଦାମ୍ପତ୍ୟଜୀବନରେ ମଧୁରତା ଆସିବ।
କୁମ୍ଭ-ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକକାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
ମୀନ-ଆଜି ଆପଣଙ୍କ ଦିନ ଭଲରହିବ, ବନ୍ଧୁଙ୍କ ସହ ମିଶିକରି ନୁଆକାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀଚାକିରି କରୁଥିବା ଲୋକଙ୍କୁ ବଡଅଧିକାରୀଙ୍କ ପ୍ରଶଂସା ମିଳିବ, ଯଦି ଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ ।

ନିତୀବାଣୀ-ବିଚିତ୍ର ଏ ଦୁନିଆ କିଛିମଣିଷ ନିଜଅହଂକାର ଓ ଆତ୍ମଗର୍ବକୁ ଲୁଚାଇବାକୁ ଯାଇ ରାତାରାତି ଅନ୍ୟକୁ ଅହଙ୍କାରୀ ବନେଇ ଦିଅନ୍ତି
ବାସ୍ତୁଟିପ୍ପଣୀ-କେଉଁ ଗଛ ଘରେଲଗାଇବା ଉଚିତନୁହେଁ
୧-ତେନ୍ତୁଳୀ ଗଛ-ଯେଉଁଲୋକ ଘରେ ତେନ୍ତୁଳୀଗଛ ଲଗାଇଥାନ୍ତି ସେହିଘରେ ଖରାପଶକ୍ତିର ବାସରହିଥାଏ । ଯାହା ରାତି ସମୟରେ ଏହା ଅନୁଭବହୋଇଥାଏ । ଏହିଗଛରେ ନାକାରାତ୍ମକଶକ୍ତି ରହିଥାଏ । ଏମିତିଜାଗାରେ ତେନ୍ତୁଳୀଗଛ ପାଖରେ ଥିଲେ ଘର ତିଆରିକରିଲେ ବରବାତିହେବା ନିଶ୍ଚିନ୍ତଅଟେ । ତେଣୁ ଏହି ଗଛଠାରୁ ଦୂରେଇରହିବା ଉଚିତ ।
୨-ମେହେନ୍ଦିଗଛ-ଏମିତି କିଛି ଲୋକଅଛନ୍ତି ଯେଉଁମାନେ ଘରେ ମେହେନ୍ଦିଗଛ ଲଗାଇଥାନ୍ତି । ବାସ୍ତୁଶାସ୍ତ୍ରଅନୁଯାୟୀ ଏହିଗଛ ଘରେ ଲଗାଇବାଦ୍ଵାରା ଖୁସି ଭଙ୍ଗହୋଇଥାଏ । ଏମିତି ମାନାଯାଏ ମେହେନ୍ଦିଗଛ ପାଖରେ ଖରାପଶକ୍ତି ବାସକରିଥାଏ । ଯେଉଁଠି ଏହି ଗଛରହିଥିବ ସେଠାରେ କେବେବି ଖୁସି ଆସେନାହି । ସବୁବେଳେ ଅସାନ୍ତି ଲାଗିରହିଥାଏ । ତେବେ ଯଦି ଆପଣ ଏହିଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଘରେ ନଲଗାଇ ଘରଠାରୁ ଦୂରରେ ଲଗାଇପାରିବେ ।
୩-କଣ୍ଟାଜାତୀୟଗଛ ଓ କପାସଗଛ- ଏମିତି ମାନାଯାଏକି ଯେଉଁଠି କଣ୍ଟାଜାତୀୟଗଛ ବା ନାଗଫେଣୀ ଲଗାଯାଏ ସେଠାରେ ଚୁମ୍ବକଭଳି ଖରାପଶକ୍ତି ବାସକରିଥାଏ । ଯେଉଁଘରେ ଏହି ଗଛଲାଗିଥାଏ ସେଠାରେ ଖରାପପ୍ରଭାବ ପଡିଥାଏ । ସେହିଘରେ ଅଭିଶାପ ଲାଗିଥାଏ । ଯେଉଁ ଲୋକ ଘରଆଖପାଖରେ କପାସଗଛ ଲଗାଇଥାନ୍ତି ତାହା ଅଶୁଭ ମାନାଯାଏ ।ତେଣୁ ଏହିସବୁ ଗଛଠାରୁ ଦୂରେଇରହିବା ଉଚିତ । ତେବେ କଣ୍ଟାଜାତୀୟଗଛ ଘରେରହିବାଦ୍ଵାରା ପରିବାର ଲୋକଙ୍କମଧ୍ୟରେ କଳହ ଲାଗିରହିଥାଏ । ଯାହାଦ୍ଵାରା ମନରେ ଅଶାନ୍ତି ସୃଷ୍ଟିହୋଇଥାଏ । ତେବେ ଏହିସବୁ ଗଛ ଘରେଲଗାଇବା ଭୁଲରେବି ଉଚିତ ନୁହେଁ । ଏହା ମଣିଷ ଜୀବନପାଇଁ କ୍ଷତିକାରକହେବା ସହ ହାନିଆକାରକ ହୋଇଥାଏ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.