୨୦୨୨ ମସିହା ଡିସେମ୍ବର ମାସ ୧୩ ତାରିଖ (ମଙ୍ଗଳବାର)ପୌଷମାସ-କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ରାତ୍ରି ଘ୯/୩୦ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୧୪/୪୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୪୯ ,ମକରରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବେଲ ,ନିମ୍ବ ଭକ୍ଷଣ ନିଷେଧ ।
ମେଷ-ଆର୍ଥିକ ଏବଂ ବ୍ୟବସାୟ ରୂପରେ ଆଜିରଦିନ ଲାଭଦାୟକ ଅଟେ। ଲମ୍ବାସମୟର ଆର୍ଥିକ ଆୟୋଜନ ମଧ୍ୟ କରିପାରିବେ। ଶରୀର ଏବଂ ମନ ସୁସ୍ଥରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଖୁବ ଆନନ୍ଦରେ ଦିନକଟିବ। ଲୋକହିତକାମ କରିବେ। ବାଣୀ ଏବଂ ବ୍ୟବହାରଉପରେ ନିୟନ୍ତ୍ରଣ ରଖିବେ, କୌଣସି ବାଦବିବାଦ କରନ୍ତୁନାହିଁ। ସ୍ନେହୀଜନମାନଙ୍କସହିତ ମନମାଳିନ୍ୟ ହୋଇପାରେ।ନୂଆକାର୍ଯ୍ୟର ପ୍ରାରମ୍ଭରେ ଅସଫଳତା ମିଳିପାରେ। ଜୀବନସାଥୀର ସ୍ଵାସ୍ଥ୍ୟର ବିଷୟରେ ଚିନ୍ତା ହୋଇପାରେ।
ବୃଷ-ଲୋକମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧରହିବ। ବୌଦ୍ଧିକଚର୍ଚ୍ଚା କିମ୍ବା ବାଦବିବାଦରେ ସଫଳତା ମିଳିବ। ବାଚନ ଏବଂ ଲେଖନକାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥିମାନଙ୍କପାଇଁ ଭଲସମୟ ଅଟେ। ପରିଶ୍ରମ କମ ସଫଳତା ମିଳିବାରଉପରେ ମଧ୍ୟ ନିଷ୍ଠାପୂର୍ବକ ଆପଣ ଆଗକୁବଢ଼ିବେ। ଆର୍ଥିକ ଆୟୋଜନ ପ୍ରାରମ୍ଭରେ କିଛି ଅସୁବିଧା ସହିତ ସମ୍ପୂର୍ଣ୍ଣ ହେବା ପରି ଲାଗିବ। ମିତ୍ରମାନଙ୍କ ମିଳନରେ ଆପଣଙ୍କୁ ଆନନ୍ଦହେବ। ବ୍ୟବସାୟକ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ଶାରୀରିକ ଏବଂ ମାନସିକସ୍ଵାସ୍ଥ୍ୟ ଭଲରହିବ। ସାବଧାନୀପୂର୍ବକ ପୁଞ୍ଜି ନିବେଶ କରନ୍ତୁ।
ମିଥୁନ–ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆପଣ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ମାତାଙ୍କର ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ହୋଇପାରିଲେ ଯାତ୍ରା ଟାଳନ୍ତୁ। ସ୍ଵାସ୍ଥ୍ୟ ଅନୁକୂଳ ରହିବ। ପରିଜନ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ଖର୍ଚ୍ଚ ଅଧିକନହେଉ ଏହାର ଧ୍ୟାନ ରଖିବେ। ପୁଞ୍ଜି ନିବେଶ କାର୍ଯ୍ୟ ସମ୍ଭାଳିକରି କରନ୍ତୁ। ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ କରିପାରିବେ।
କର୍କଟ-କାର୍ଯ୍ୟର ସଫଳତା ଏବଂ ନୂଆକାର୍ଯ୍ୟର ଶୁଭାରମ୍ଭପାଇଁ ଆଜିରଦିନ ଭଲରହିବ। ମିତ୍ରମାନଙ୍କ ସହିତ ଆପଣ ଖୁସିରହିବେ। ଲଘୁଯାତ୍ରାର ଯୋଗଅଛି। ଭାଇ-ବନ୍ଧୁମାନଙ୍କ ସହିତ ମିଳାମିଶା ବନି ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦରସମ୍ମାନ ମିଳିବ। ସନ୍ତାନମାନଙ୍କତରଫରୁ ଶୁଭସମାଚାର ମିଳିବ। ଆର୍ଥିକଦୃଷ୍ଟିରୁ ଲାଭ ହେବ। ଶାରୀରିକ ଏବଂ ମାନସିକପରିସ୍ଥିତିରେ ସୁଧାରହେବାପରି ଦେଖାଯିବ। ପରିବାରର ବାତାବରଣ ଆନନ୍ଦପ୍ରଦ ରହିବ।
ସିଂହ-ଦୂରରେ ବାସ କରୁଥିବା ମିତ୍ରମାନଙ୍କସହିତ ସନ୍ଦେଶବ୍ୟବହାରରେ ଆପଣଙ୍କୁ ଲାଭହେବ। ପରିବାରରେ ସୁଖଶାନ୍ତି ରହିବ। ଉତ୍ତମଭୋଜନ ପ୍ରାପ୍ତିହେବ। ନିଜର ବାକପଟୁତାରେ କୌଣସିଲୋକର ମନକୁ ଜୀତି ପାରିବେ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳାମିତ୍ରମାନଙ୍କର ସହଯୋଗ ମିଳିବ। ସ୍ଵାସ୍ଥ୍ୟ ହାଲୁକା ଖରାପରହିବ। ପରିଜନମାନଙ୍କସହିତ ଉଗ୍ରତାପୂର୍ଣ୍ଣ ବ୍ୟବହାର କରନ୍ତୁନାହିଁ, ଅସୁବିଧାହୋଇପାରେ। ମଧ୍ୟାହ୍ନପରେ ଆପଣଙ୍କ ମନରେ ପରିବର୍ତ୍ତନଆସିବ। ପରିଜନମାନଙ୍କସହିତ ଖାଇବାପିଇବାର ପ୍ରସଂଗହେବ। ଖର୍ଚ୍ଚଉପରେ ଅଂକୁଶ ରଖିବେ।
କନ୍ୟା-ବୈଚାରିକ ସମୃଦ୍ଧିରେ ଆପଣଙ୍କୁ ଲାଭହେବ। ବ୍ୟବସାୟଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତ ହେବ। ନିଜ ବନ୍ଧୁମାନଙ୍କସହିତ ସାକ୍ଷାତକରିହେବ ଏବଂ ସୁଖ ପ୍ରାପ୍ତିହେବ। ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି। ଆପଣଙ୍କ ଆଜିରଦିନ ଆନନ୍ଦପ୍ରଦ ଏବଂ ଲାଭପ୍ରଦରହିବ। ବ୍ୟବସାୟ ଏବଂ ବ୍ୟାପାରକ୍ଷେତ୍ରରେ ଲାଭ ହେବ। ସାମାଜିକକ୍ଷେତ୍ରରେ ଆପଣଙ୍କ ପ୍ରଶଂସାହେବ। ପରିବାରରେ ଆନନ୍ଦର ବାତାବରଣରହିବ। ମଧ୍ୟାହ୍ନ ପରେ ପରିସ୍ଥିତିଗୁଡ଼ିକରେ ପ୍ରତିକୂଳତା ଦେଖାଯିବ।
ତୁଳା-ଆପଣଙ୍କବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। କୁଟୁମ୍ବଜନମାନଙ୍କ ସହିତ ମତଭେଦ ହେବାର ଆଶଂକାଅଛି। ପରୋପକାରବଦଳରେ ଉପକାର ମିଳିପାରେ। ଆୟଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିପାରେ।କାର୍ଯ୍ୟକ୍ଷେତ୍ରରେ ଉତ୍ସାହପୂର୍ବକ କାର୍ଯ୍ୟକରିବେ। ପଦପ୍ରତିଷ୍ଠାର ଲାଭମିଳିବ। ସରକାରୀକାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ। ସାମାଜିକଦୃଷ୍ଟିକୋଣରୁ ଆପଣଙ୍କ ମାନସମ୍ମାନ ବଢ଼ିବ। ଧନର ନିବେଶପାଇଁ ସମୟ ଅନୁକୂଳ ଅଟେ।
ବିଛା-ଗୃହସ୍ଥଜୀବନରେ ସୁଖ ଏବଂ ଶାନ୍ତିର ଅନୁଭୂତି କରିବେ। ଜୀବନସାଥୀ ତଥା ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକକାର୍ଯ୍ୟ ହେବ। ଚାକିରିବ୍ୟବସାୟରେ ଭଲ ସୁଯୋଗମିଳିବ ଆୟରେ ବୃଦ୍ଧିହେବ। ମହିଳାମିତ୍ରମାନଙ୍କଠାରୁ ଲାଭହେବାର ଯୋଗଅଛି। ଆଜି ବିରୋଧିମାନଙ୍କ ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କସହିତ ବାଦବିବାଦରେ ପଡ଼ନ୍ତୁନାହିଁ। ସନ୍ତାନମାନଙ୍କସହିତ ମତଭେଦହେବାର ଆଶଂକା ଅଛି। ଗୃହସ୍ଥ ଜୀବନ ଆନନ୍ଦପୂର୍ଣ୍ଣ ରହିବ। ସରକାରୀକାର୍ଯ୍ୟ ସଂପୂର୍ଣ୍ଣହେବ।
ଧନୁ-ଆର୍ଥିକ ଏବଂ ବ୍ୟାପାରିକ ଆୟୋଜନ କରିବାପାଇଁ ଶୁଭଦିନ ଅଟେ।କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ରହିବ। ଆମୋଦପ୍ରମୋଦ ସହିତ ଆପଣଙ୍କଦିନ କଟିବ। ପ୍ରମୋଶନ ଏବଂ ମାନସମ୍ମାନ ପ୍ରାପ୍ତହେବ। ଗୃହସ୍ଥଜୀବନରେ ଆନନ୍ଦରହିବ। କ୍ରୋଧକରିବାରେ ହାନିହେବାର ଆଶଂକାଅଛି। ଶାରୀରିକ ଏବଂ ମାନସିକଅସୁସ୍ଥତାରେ ଆପଣ ବ୍ୟଗ୍ରରହିବେ। ବ୍ୟବସାୟକ୍ଷେତ୍ରରେ କର୍ମଚାରିମାନଙ୍କର ବ୍ୟବହାର ନକାରାତ୍ମକ ହୋଇପାରେ। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇକରି ଚିନ୍ତା ହୋଇପାରେ। ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ସମ୍ଭାଳିକରି ନିର୍ଣ୍ଣୟନିଅନ୍ତୁ।
ମକର-ଆପଣଙ୍କ ଆଜିରଦିନ ମିଶ୍ରତଫଳଦାୟକ ପ୍ରମାଣିତହେବ।ବୌଦ୍ଧିକକାର୍ଯ୍ୟଗୁଡ଼ିକ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଅମଳକରିବେ। ଲେଖନ ଏବଂ ସାହିତ୍ୟସମ୍ବନ୍ଧିତ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ସୃଜନାତ୍ମକତା ଦେଖାଯିବ। ପରିଜନମାନଙ୍କସହିତ ବୁଲିବାକୁ ଏବଂ ଖାଇବାପିଇବାର ପ୍ରସଂଗବନିବ। ବାହନସୁଖ ମିଳିବ ତଥା ମାନସମ୍ମାନ ମିଳିବ। ମଧ୍ୟାହ୍ନପରେ ଶାରୀରିକ ଏବଂ ମାନସିକସ୍ଵାସ୍ଥ୍ୟ ବିଗିଡ଼ିପାରେ। କ୍ରୋଧଉପରେ ନିୟନ୍ତ୍ରଣ ରଖିବେ। ନକାରାତ୍ମକ ବିଚାରରୁ ଦୂରରେରୁହନ୍ତୁ।
କୁମ୍ଭ-ନକାରାତ୍ମକବିଚାର ମନରେ ହତାଶା ସୃଷ୍ଟିକରିପାରେ। ଖର୍ଚ୍ଚବଢ଼ିପାରେ। ବାଣୀଉପରେ ନିୟନ୍ତ୍ରଣ ରଖିବେ। ତେବେ ପରିବାରରେ ମନମାଳିନ୍ୟହୋଇପାରେ। ସ୍ଵାସ୍ଥ୍ୟପ୍ରଭାବିତ ହୋଇପାରେ। ଧ୍ୟାନପୂଜନରେ ମାନସିକ ଶାନ୍ତି ମିଳିବ। ଆର୍ଥିକ ଦୃଷ୍ଟିରୁ ଆଜିରଦିନ ଆପଣଙ୍କପାଇଁ ଭଲ ପ୍ରମାଣିତହେବ। ସାମାଜିକରୂପରେ ମାନପ୍ରତିଷ୍ଠାରେ ବୃଦ୍ଧି ହେବ। ମଧ୍ୟାହ୍ନପରେ ଆପଣ ମନୋରଞ୍ଜନରକାର୍ଯ୍ୟକ୍ରମ ପ୍ରସ୍ତୁତକରିବେ। ଦାମ୍ପତ୍ୟଜୀବନ ଆନନ୍ଦଦାୟକ ହେବ। ଉପହାର ଏବଂ ଧନ ପ୍ରାପ୍ତିହେବ।
ମୀନ-ଆଜିରଦିନ ସୁଖଶାନ୍ତିରେ ବ୍ୟତୀତହେବ। କାରୋବାରରେ ଭାଗିଦାରୀପାଇଁ ଉତ୍ତମ ସମୟଅଟେ। ଦାମ୍ପତ୍ୟଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କସହିତ ମିଳନହେବ। ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ। କଳାକ୍ଷେତ୍ରରେ ଆପଣଙ୍କ ରୁଚିବଢ଼ିବ। ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦଦାୟକ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟଅଟେ। ଘରେ ସୁଖଶାନ୍ତିର ବାତାବରଣ ରହିବ। ମଧ୍ୟାହ୍ନପରେ ଆର୍ଥିକଲାଭର ସମ୍ଭାବନାଅଛି। କ୍ରୋଧଉପରେ ନିୟନ୍ତ୍ରଣ ରଖିବେ।

ନିତୀବାଣୀ-ଜୀବନରେ କିଛିକିଛି ପ୍ରଶ୍ନଥାଏ ଯାହାର ଉତ୍ତର କେବେବି ମିଳେନା, କିଛିକିଛି ଭୁଲଥାଏ ଯାହା ସୁଧାରି ହୁଏନା, ଆଉ କିଛିକିଛି କଷ୍ଟଥାଏ ଯାହା କାହାକୁ କହି ହୁଏନା । କେବଳ କିଛି ଆଶା, ବିଶ୍ୱାସ, ସମ୍ଭାବନା କୁ ନେଇ ମଣିଷ ବଞ୍ଚିଛି”।।
ବାସ୍ତୁଟିପ୍ପଣୀ-ଭୋଜନ କରିବା ସମୟରେ ପାଳନ କରନ୍ତୁ ଏହି କିଛି ନିୟମ, ଘରୁ ଦୂର ହେବ ସମସ୍ତ ନକାରାତ୍ମକ ଶକ୍ତି..
କଥାରେଅଛି ମନୁଷ୍ୟ ନିଜଜୀବନରେ ଶାନ୍ତିରେ ଦୁଇବକ୍ତ ଖାଦ୍ୟ ଖାଇବାପାଇଁ ସକାଳୁ ରାତିଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକସମୟରେ କର୍ମବ୍ୟସ୍ତତାମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାରକୁପ୍ରଭାବ ଜୀବନଉପରେ ପଡିଥାଏ । ଧାର୍ମିକଶାସ୍ତ୍ରରେ ଏଭଳି କେତେକକାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବାଦ୍ୱାରା ଶୁଭଫଳ ମିଳିଥାଏ । ସେଗୁଡିକର ଅବମାନନା କରିବାଦ୍ୱାରା ଜୀବନରେ ନକରାତ୍ମକଶକ୍ତି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତାରହିଛି । ଯେପରି ଗୁରୁବାରରେ ନଖ ଓ କେଶ ନକାଟିବା, ମଙ୍ଗଳବାର ଓ ଶନିବାର ନଖ ନକାଟିବା,ସନ୍ଧ୍ୟା ମୟରେ ନଶୋଇବା ଆଦି । ଏଭଳି ହିଁ ଭୋଜନ ସମୟରେ ମଧ୍ୟ କେତେକନିୟମ ପାଳନ କରିବାନେଇ ଶାସ୍ତ୍ରରେମାନ୍ୟତା ରହିଛି । ଜାଣନ୍ତୁ..
ଶାସ୍ତ୍ରଅନୁଯାୟୀ ଯେଉଁସମୟରେ ଭୋଜନକରୁଛନ୍ତି, ଭୋଜନଥାଳି ରଖାହେବା ମାତ୍ରେ ଭୋଜନ ମନ୍ତ୍ର ଉଚ୍ଚାରଣ କରନ୍ତୁ । ନଚେତ୍ ମାଲକ୍ଷ୍ମୀଙ୍କୁ ସ୍ମରଣକରି ଭୋଜନ କରନ୍ତୁ । ପ୍ରଣାମକରନ୍ତୁ । ଏଭଳି କରିବାଦ୍ୱାରା ଖାଦ୍ୟ ସେବନ ପରେ ଏହା ମାନସିକ ଓ ଶାରୀରିକଭାବେ ଶାନ୍ତି ପ୍ରଦାନକରିଥାଏ । ଶରୀରକୁ ସୁସ୍ଥ ରଖିଥାଏ ।
ସର୍ବଦା ଭୂମିରେ ଆସନପକାଇ ଭୋଜନ କରିବାଉଚିତ । ଏହାଦ୍ୱାରା ପୃଥିବୀର ସକରାତ୍ମକ ତରଙ୍ଗ ପାଦ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରିଥାଏ । ଭୋଜନ କରିବାସମୟରେ ମନୁଷ୍ୟ ସକରାତ୍ମକ ରହିଥାଏ ଫଳରେ ଶରୀରଉପରେ ମଧ୍ୟ ଏହାର ଉତ୍ତମପ୍ରଭାବ ପଡିଥାଏ ।
ଶାସ୍ତ୍ରଅନୁଯାୟୀ, ଭୋଜନଥାଳିରେ କଦାପି ଏକାସହ ୩ଟି ରୁଟି ରଖି ଖାଆନ୍ତୁନାହିଁ । ଏକାସହ ୩ଟିରୁଟି ମଧ୍ୟ ପରଷନ୍ତୁ ନାହିଁ । କୌଣସିଶୁଭକାର୍ଯ୍ୟରେ ୩ଅଙ୍କ ବିଶିଷ୍ଟଜିନିଷ ବାରଣ କରାଯାଇଥାଏ । ଭୋଜନ ମଧ୍ୟ ଶୁଭ। ତେଣୁ ଏକାସହ ୩ସଂଖ୍ୟାରେ ପରଷାଯିବା ଦ୍ୱାରା ସ୍ୱାସ୍ଥ୍ୟଉପରେ କୁପ୍ରଭାବ ପଡିଥାଏ ।
ଶାସ୍ତ୍ର ଅନୁଯାୟୀ, ଆବଶ୍ୟକତା ଅନୁସାରେ ହିଁ ଥାଳିରେ ଭୋଜନ ନିଅନ୍ତୁ । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଅଧିକ ଭୋଜନ ନେଇ ଥାଳିରେ ଏହାକୁ ନଷ୍ଟ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଭୋଜନର ମଧ୍ୟ ଅସମ୍ମାନ ହୋଇଥାଏ ।
ଖାଦ୍ୟ ଖାଇବା ପରେ ଭୋଜନ ଥାଳିରେ କଦାପି ହାତ ଧୁଅନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବା ସହ ଅଭାବ ଓ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
