୨୦୨୩ ମସିହା ଜାନୁୟାରୀ ମାସ ୦୫ ତାରିଖ (ଗୁରୁବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରୀ ଘ୧/୫୬ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୨୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୭/୦୨ ,ତୁଳା ଓ କୁମ୍ଭ ରାଶି ର ଘାତବାର ,କନ୍ୟା ରାଶି ର ଘାତଚନ୍ଦ୍ର , ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବିରି ଭକ୍ଷଣ ନିଷେଧ
ମେଷ-ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟପାଇଁ ଭଲ ଅବସରପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କଠାରୁ ସୁନ୍ଦରଉପହାର ମିଳିପାରେ।
ବୃଷ-ଦିନସାରା ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତରହିବେ। ସରକାରୀକାମରେ ଲାଭମିଳିବାର ଯୋଗ ରହିଛି। ଚାକିରି ପରିବର୍ତ୍ତନଲାଗି ସମୟଭଲ। ପ୍ରିୟବନ୍ଧୁଙ୍କସହିତ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟପ୍ରତି ଟିକେ ସତର୍କ ରହନ୍ତୁ।
ମିଥୁନ-ଦିମାକରେ ଲାଗିରହିଥିବା ନକରାତ୍ମକଚିନ୍ତାଧାରା ସମାପ୍ତହୋଇଯିବ। ଆପଣଙ୍କ ମନୋକାମନା ପୂରା ହେବ। ବ୍ୟବସାୟୀଙ୍କୁ ବଡ଼ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିଙ୍କପାଇଁ ସୁନ୍ଦରପ୍ରସ୍ତାବ ଆସିପାରେ।
କର୍କଟ-ଇଷ୍ଟଦେବଙ୍କକୃପାରୁ ସଫଳତା ଆପଣଙ୍କସମ୍ମୁଖରେ ଦଣ୍ଡାୟମାନ।କାର୍ଯ୍ୟକ୍ଷେତ୍ରରେ ନୂଆଅବସର ପ୍ରାପ୍ତହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କପାଇଁ ଦିନଟିଭଲ। ଅଧ୍ୟୟନରେ ମନଲାଗିବ।
ସିଂହ-ଦିନଟି ଉତ୍ସାହବର୍ଦ୍ଧକ ରହିବ। ସ୍ଥଗିତଥିବାକାର୍ଯ୍ୟ ବନ୍ଧୁଙ୍କମାଧ୍ୟମରେ ପୂରାକରିବେ। ସରକାରୀ କ୍ଷେତ୍ରରେ ଲାଭପାଇବେ। ପରିବାରର କୌଣସି ସଦସ୍ୟଙ୍କଠାରୁ ଖୁସିଖବର ମିଳିବ। ପ୍ରେମ ଓ ପ୍ରଣୟଦୃଷ୍ଟିରୁ ଦିନଟି ଭଲ।
କନ୍ୟା-ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କମନ କାମଧନ୍ଦାରେ ଲାଗିରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରାହେବ। ଅଚାନକ ଧନପ୍ରାପ୍ତିହେବ। ନିଜପାଇଁ ପରିଧାନ କିଣିବେ।
ତୁଳା-ଆପଣଙ୍କ କଳ୍ପନାଶକ୍ତି ଆପଣଙ୍କଆଶା ପୂରାକରିବାରେ ସହାୟକହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ପ୍ରଶଂସାକରିବେ। ସାହିତ୍ୟପ୍ରତି ରୁଚିବଢ଼ିବ। ପ୍ରେମରେ ସଫଳତା ମିଳିବ।
ବିଛା-ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କସହିତ ଅଧିକସମୟ ବ୍ୟୟକରିବେ। ଆବଶ୍ୟକତାଅନୁସାରେ ଖର୍ଚ୍ଚକରନ୍ତୁ। ବୈଦେଶିକବେପାର ସମ୍ବନ୍ଧିତ ଭଲଖବର ପାଇବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
ଧନୁ-ଆଗକୁ ବଢ଼ିବାର ଦିନଟିଏ। ଯାହାବି କାମକରିବେ ସଫଳତାପାଇବେ। ସାମାଜିକପଦ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ମହିଳାଙ୍କର ଗଳ୍ପକବିତା ଆଦିରେ ରୁଚିବଢ଼ିବ। ବୈବାହିକସମ୍ବନ୍ଧରେ ମଧୁରତା ଆସିବ।
ମକର-ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେହେବ। ରାଜ୍ୟରେ ଆପଣଙ୍କୁ କୌଣସିଉଚ୍ଚପଦ ମିଳିପାରେ। ନୂଆଯୋଜନା ପ୍ରସ୍ତୁତକରିବେ। ଲେଖକଙ୍କୁ ଆଜି ପୁରସ୍କାରମିଳିପାରେ। ଛାତ୍ରଛାତ୍ରୀମାନେ ଏକାଗ୍ର ମନରେ ଅଧ୍ୟୟନକରନ୍ତୁ।
କୁମ୍ଭ-ପୂଜାପାଠକାର୍ଯ୍ୟକ୍ରମରେ ରୁଚିବଢ଼ିବ। ଅଫିସ ଓ ବ୍ୟାବସାୟିକକାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତିକ୍ଷେତ୍ରରେ ଆର୍ଥିକଲାଭ ହେବ। ଲେଖକ ଓ କଳାକାରଙ୍କପାଇଁ ଦିନଟି ବଢ଼ିଆରହିବ।
ମୀନ-ପୂରାଦିନ ସତର୍କ ରହିବାର ଆବଶ୍ୟକତାରହିଛି। ବଡ଼ଙ୍କରାୟ ଗ୍ରହଣକରନ୍ତୁ ଲାଭହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠାପାଇବେ। ରାଜନେତାଙ୍କସହିତ ସଂପର୍କ ମଜଭୁତହେବ।

ନିତୀବାଣୀ-ଗୋଟିଏ ହସ ହଜାରହଜାର ଦୁ୍ଃଖକୁ ଭୁଲାଇ ଦେଇଥାଏ , ଜୀବନରାସ୍ତାରେ ସମ୍ଭାଳିକରି ଚାଲିବ ବନ୍ଧୁ କାହିଁକିନା ଗୋଟିଏଭୁଲ ହଜାରହଜାର ସ୍ବପ୍ନକୁପୋଡି ପାଉଁଶରେ ପରିଣତକରିଦିଏ।
ମହାଦେବଙ୍କ ପ୍ରିୟପୁଷ୍ପ..ହିନ୍ଦୁଧର୍ମରେ ପ୍ରତ୍ୟେକ ଶୁଭକାମ, ପୂଜାପାଠରେ ଫୁଲ ବ୍ୟବହାରକରାଯାଏ। ବିଭିନ୍ନ ଦେବଦେବୀଙ୍କୁ ଭିନ୍ନଭିନ୍ନପୁଷ୍ପ ଅର୍ପଣ କରାଯାଏ। ଏହିକ୍ରମରେ ମହାଦେବଙ୍କୁ କେଉଁଫୁଲ ଅର୍ପଣକଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା।
ଦୁଦୁରା –ଶିବଲିଙ୍ଗରେ ନିୟମିତ ଦୁଦୁରାଫୁଲ ସହ ବେଲପତ୍ର ଓ ଦୂବ ଅର୍ପଣକଲେ ଧନପ୍ରାପ୍ତି ହୋଇଥାଏ। ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହିଫୁଲ ଅର୍ପଣକଲେ ମନୋକାମନା ପୂର୍ଣ୍ଣହୋଇଥାଏ।
ଅରଖ –ଅରଖଫୁଲ ଅର୍ପଣ କରିବାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମଳିବାସହ, ଆର୍ଥିକଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖଫୁଲ ଅର୍ପଣକଲେ ବିଦ୍ୟାକ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁବ୍ୟକ୍ତି ନିୟମିତ ଅରଖଫୁଲ ଅର୍ପଣକରେ, ତାର ମୃତ୍ୟୁପରେ ତାକୁ ଶିବଲୋକ ପ୍ରାପ୍ତହୋଇଥାଏ ବୋଲି କୁହାଯାଏ।
କନିଅର –ଏହିଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟଅଟେ। ଏହାକୁ ନିୟମିତ ଅର୍ପଣକଲେ ନିଜଇଚ୍ଛା ଅନୁଯାୟୀ ଭଲ ଜୀବନସାଥୀ ପ୍ରାପ୍ତି ହୋଇଥାଏ। ଶିବପୁରାଣରେ ଏହିଫୁଲର ବିଶେଷତ୍ବ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ କୁହାଯାଇଛିଯେ, ଏକଲକ୍ଷ କନିଅରଫୁଲ ଶିବଙ୍କୁ ଅର୍ପଣକଲେ ସମସ୍ତରୋଗ ଓ ଶୋକ ନାଶହୋଇଥାଏ।
ଅଗସ୍ତି-ଏହାକୁ ଅର୍ପଣକଲେ ସମାଜରେ ମାନସମ୍ମାନ ଓ ଖ୍ୟାତିପ୍ରାପ୍ତି ହୋଇଥାଏ। ଯେଉଁବ୍ୟକ୍ତି ଅଗସ୍ତିଫୁଲ ମହାଦେବଙ୍କୁ ଅପର୍ଣକରେ, ସେ ଶ୍ରୀହରିଙ୍କ ମଧ୍ୟ ପ୍ରିୟ ହୋଇଥାଏ।
ସେଫାଳି- ଭଗବାନଶିବଙ୍କୁ ସେଫାଳି ଅର୍ପଣକଲେ ମାନସିକ ଶାନ୍ତିମିଳିବା ସହ ଜୀବନରେ ଥିବା ସମସ୍ତକଷ୍ଟ ଦୂର ହୋଇଥାଏ। ମହାଦେବଙ୍କୁ ଏହିଫୁଲ ଅତ୍ୟନ୍ତ ପ୍ରିୟ, ତେଣୁ ଏହାକୁ ଅର୍ପଣକଲେ ମୋକ୍ଷପ୍ରାପ୍ତି ହୋଇଥାଏ।ଆଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
