ପୋଲିସହାତରେ ଧରାପଡିଲା ଚୋର। ବାଇକ

0 130

ଜଟଣୀ ,୪ା୧(ଏସଏସନିଉଜ)ଗତ ୧୫ତାରିଖରେ ଅଭିଯୋଗକାରୀ ସିମାଚଳମ ରେଡ୍ଡୀଙ୍କ ଅଭିଯୋଗକ୍ରମେ ଜଟଣୀ ଥାନାରେ ୪୦୯ନଂଏକ ଲୁଟ ମାମଲା ରୁଜୁ କରାଯାଇଥିଲା । ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ବେଣାପଞରୀରତୁନା ଓରଫକିମାଖାନ,ତିରିମଲମଝିସାହିର ଗୈାରାଙ୍ଗ ବିଶ୍ୱାଳ ଓବେଣାପଞରୀର ବାବୁ ଓରେଫ ରଜକଖାନ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।ସେମାନଙ୍କ ଠାରୁ ପୋଲିସ ୨ଟି ମୋବଇଲଫୋନ ଓ ୫ଟି ବାଇକକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖ. ସନ୍ଧ୍ୟାରେ ଅଭିଯୋଗକାରୀ ରେଳଷ୍ଟେସନରୁ ଜଟଣୀର ବାଲିଛକ ସାହିରେ ନିଜ ଘରକୁ ଫେରୁଥିବାବେଳେ, ରାସ୍ତାରେ ନିମ୍ନୋକ୍ତ ୨ ଜଣ ଅଭିଯୁକ୍ତ ଗୋଟିଏ କଳା ରଙ୍ଗର ପଲସର ମୋଟରସାଇକେଲରେ ଆସିଥିଲେ ଏବଂ ତାଙ୍କ ଠାରୁ ଗୋଟିଏ ମୋବାଇଲ ଫୋନକୁ ଜବରଦସ୍ତି ଛଡ଼ାଇ ନେଇ ରଜା ବଜାର ରାସ୍ତା ଆଡକୁ ପଳାଇଥିଲେ । ଅଭିଯୋଗକାରୀ ଏନେଇ ଜଟଣୀ ଥାନାରେ ଅଭିଯୋଗକରିବା ପରେ ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବର ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତ ଟୁନା ଓ ଗୌରାଙ୍ଗ ଗୋଟିଏ ନମ୍ବର ବିହୀନ ମୋଟରସାଇକେଲରେ ସନ୍ଦେହ ଜନକ ଭାବରେ ଜଟଣୀ ସ୍ଥିତ ବାଛରା ପାଟଣା ଠାରେ ବୁଲା ବୁଲି କରୁଛନ୍ତି । ଏହି ଖବର ପାଇବା ପରେ ପୁଲିସ ଟୀମ ତୁରନ୍ତ ଉକ୍ତ ସ୍ଥାନକୁ ଯାଇଥିଲେ ଏବଂ ଅଭିଯୁକ୍ତ ଦ୍ଵୟଙ୍କୁ କାବୁ କରିବା ପରେ ସେମାନଙ୍କ ହେପାଜତରୁ ୨ ଟି ଚୋରୀ ମୋବାଇଲ ଫୋନ ଏବଂ ଗୋଟିଏ ସମ୍ପୃକ୍ତ ମୋଟରସାଇକେଲ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ଜବତ ହୋଇଥିବା ମୋବାଇଲ ଫୋନ ଗୁଡିକୁ ଅଭିଯୋଗକାରୀଙ୍କ ଠାରୁ ଏବଂ ରେଲୱେ ଷ୍ଟେସନ୍ ନିକଟରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ କରିଥିବା ସ୍ଵୀକାର କରିଥିଲେ । ଅଧିକ ତଦନ୍ତ ବେଳେ ଅଭିଯୁକ୍ତ ମାନେ କେବଳ ଭୁବନେଶ୍ଵର ନୁହଁ ବରଂ ଅନ୍ୟ ଜିଲ୍ଲା ଯଥା, ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା, ପୁରୀ ଜିଲ୍ଲାର ପିପିଲି ଥାନା, ଏବଂ ଖୋର୍ଦ୍ଧା ଅଞ୍ଚଳରୁ ସମୁଦାୟ ୫ଟି ମୋଟରସାଇକେଲ ଚୋରୀ କରିଥିବାର ସ୍ଵୀକାର କରିଥିଲେ । ସେଥିମଧ୍ୟରୁ ୨ଟି ମୋଟରସାଇକେଲ କୁ ଅଭିଯୁକ୍ତମାନେ ବେଣାପଞ୍ଜୁରି ଟାଙ୍ଗି ସାହିର ବାବୁ ନାମକ ଜଣେ ଅଭିଯୁକ୍ତକୁ ଅତି କମ୍ ମୂଲ୍ୟରେ ବିକ୍ରି କରିଥିଲେ ଯିଏ ଉଦ୍ଦେଶ୍ୟମୂଳକ ଭାବରେ ଉକ୍ତ ମୋଟରସାଇକେଲ ଚୋରି ହୋଇଥିବାର ଜାଣିବା ସତ୍ଵେ ସେଗୁଡିକୁ ନିଜ ହେପାଜତରେ ରଖିଥିଲେ । ସେହିଭଳି ଅଭିଯୁକ୍ତମାନେ ଅନ୍ୟ ୨ଟି ମୋଟରସାଇକେଲ ଗୁଡିକୁ ନିଜ ନିଜ ହେପାଜତରେ ପଲିଥିନରେ ଗୁଡ଼ାଇ ନିଜ ଘରେ ଲୁଚାଇ ରଖିଥିଲେ । ପୁଲିସ ଅଭିଯୁକ୍ତଙ୍କ ତଥ୍ୟ ଅନୁସାରେ ଅଭିଯୁକ୍ତ ବାବୁକୁ ଗିରଫ କରି ତାର ହେପାଜତରୁ ୨ ଟି ମୋଟରସାଇକେଲ ଏବଂ ସେମାନଙ୍କ ହେପାଜତରୁ ଅନ୍ୟ ୨ଟି ମୋଟରସାଇକେଲ ଜବତ କରିଥିଲେ ।

 

Leave A Reply

Your email address will not be published.