ହାଇୱେ ଲୁଟେରାଗ୍ୟାଙ୍ଗକୁ ଧରିଲା ସଦର ପୋଲିସ

0 155

କଟକ,୪ା୧(ଏସଏସନିଉଜ)ଖେଳନାବନ୍ଧୁକଧରି ଜାତୀୟ ରାଜପଥରେ ଡ଼କାୟତି କରିବା ଅଭିଯୋଗରେ ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୁଲିସ।ଗିରଫହୋଇଥିବା ଏହି ଗ୍ୟାଙ୍ଗ ଭିତରେ ରହିଛି ଜଣେ ନାବାଳକ ଥିବାର ଝଣାପଡିଛି । ପୋଲିସ ମୋନଙ୍କଠାରୁ ଚୋରି ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, ବୋଲେନୋ କାର୍, ୩ଟି ବାଇକ୍, ଜାଲ୍ ଆଧାର ପାନ୍ କାର୍ଡ ଜବତ୍ କରିଛି ପୁଲିସ। ଏହି ଘଟଣାରେ ପୁଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ନିଛାଟିଆ ସ୍ଥାନ ମାନଙ୍କରେ ଏହି ଡକାୟତି ଗ୍ୟାଙ୍ଗ ସକ୍ରିୟ ହୋଇ ଖେଳନା ବନ୍ଧୁକ ଦ୍ଵାରା ଭୟ ସୃଷ୍ଟି କରି ହାଇୱେରୁ ଲୁଟ୍ କରୁଥିଲେ। ସଦର ଥାନା ପୁଲିସ ମଙ୍ଗଳବାର ରାତିରେ ଏହି ଗ୍ୟାଙ୍ଗକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.