ଦେବାଭିଷେକ ପୂର୍ଣ୍ଣିମା ,୨୦୨୩ ମସିହା ଜାନୁୟାରୀମାସ ୦୬ ତାରିଖ (ଶୁକ୍ରବାର)ପୌଷମାସ – ଶୁକ୍ଲପକ୍ଷ ,ତିଥି-ପୂର୍ଣ୍ଣିମା ରାତ୍ରୀ ଘ୪/୨୮ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୧୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୭/୩୮ ,ବିଛା, ଧନୁ ଓ ମୀନରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।
ମେଷ-ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ।ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି ଅନେକ ନୂତନ ଜିନିଷର ଆରମ୍ଭ ହେବ।ବ୍ୟବସାୟରେ ଅନେକ ଭାବରେ ସଫଳତା ପ୍ରାପ୍ତ ହେବ।
ବୃଷ-ସାହିତ୍ୟ,ସଙ୍ଗୀତ, କଳା ଓ କ୍ରୀଡା କ୍ଷେତ୍ରରେ ଆପଣ ଆଜି ସୁନାମ ଅର୍ଜନ କରିବେ ତେବେ ପ୍ରେମ ଜୀବନ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଅନେକ ଭାବରେ ଶୁଭମୟ ରହିବ।
ମିଥୁନ-ଆପଣ ଆଜି ନୂତନ ଲୋକଙ୍କ ସହିତ ପରିଚିତ ହୋଇ ପାରନ୍ତି।ଆପଣ ଆଜି ନୂତନ ଲୋକଙ୍କ ସହିତ ମିଶିବେ ଓ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଆପଣଙ୍କୁ ଆଜି ସୁଯୋଗ ମିଳିବ।ଏହା ବ୍ୟତୀତ ଆପଣଙ୍କ ବୈବାହିକ ଜୀବନ ଆପଣଙ୍କ ପାଇଁ ମଧ୍ୟ ଶୁଭ ରହିବ।
କର୍କଟ-ଯେଉଁ ଲୋକ ମାନଙ୍କର ପୂଜା ବ୍ୟବସାୟ ରହିଛି ସେମାନେ ବହୁତ ଅଧିକ ଲାଭ କରିବେ।ଆପଣ ନିଜର ବନ୍ଧୁ ମାନଙ୍କର ମଧ୍ୟ ଆଜି ସହାୟତା ପ୍ରାପ୍ତ କରିବେ।
ସିଂହ-ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣ ଆଜି ପୂର୍ଣ୍ଣ ଭାବରେ ସଫଳତା ପ୍ରାପ୍ତ କରିବେ।ଆପଣଙ୍କୁ ଆଜି ଅନେକ କ୍ଷେତ୍ରରେ ସଫଳତା ମିଳିବ ଏହା ବ୍ୟତୀତ ଆପଣଙ୍କ ପାଇଁ ବିଶେଷ ଭାବରେ ଶୁଭ ସମୟ ଆଜି ଆରମ୍ଭ ହେବାକୁ ଯାଉଛି।
କନ୍ୟା-ପିଲା ମାନଙ୍କର ଲେଖା ପଢା ପାଇଁ ଆଗ୍ରହ ବଢିବ।ଆପଣଙ୍କ କୌଣସିକାର୍ଯ୍ୟ ଅଧା ରହି ଯିବାର ମଧ୍ୟ ସମ୍ଭାବନା ରହିଛି।ସତର୍କତା ଅବଲମ୍ବନ କରିବେ।ଭଗବାନଙ୍କ ନାମ ନେଇ ସତ କର୍ମ କର ଉଚିତ ଫଳ ପ୍ରାପ୍ତ ହେବ।
ତୁଳା-ପାରିବାରିକ ଶୃଙ୍ଖଳା ରକ୍ଷା କରିବା ପାଇଁ ଯାଇ ଆପଣଙ୍କୁ କିଛି କଷ୍ଟ ସହିବାକୁ ପଡ଼ିପାରେ ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି ଦିନ ମଧ୍ୟମ ଫଳ ପ୍ରଦାନ କରିବାକୁ ଯାଉଚି।
ବିଛା-ଆଜି ଦିନ ଆପଣଙ୍କ ପାଇଁ ଶୁଭ ରହିବ ଆଜି ଆପଣ ଯେଉଁ କାର୍ଯ୍ୟ ମଧ୍ୟ ହାତକୁ ନେବେ ସେହି ସମସ୍ତ କାର୍ଯ୍ୟ ରେ ଆପଣ ନିଶ୍ଚୟ ଭାବରେ ସଫଳତା ପାଇବେ ଏହା ବ୍ୟତୀତ ଆପଣଙ୍କ ଦିନ ଆଜି ବିଶେଷ ଭାବରେ ଭଲ।
ଧନୁ-ଆଜି ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ଏହା ବ୍ୟତୀତ ସକାଳୁ ସକାଳୁ ବନ୍ଧୁଙ୍କ ଦର୍ଶନ ପାଇବା ଫଳରେ ଆପଣ ଅନେକ ଭାବରେ ଉପକୃତ ମଧ୍ୟ ହୋଇ ପାରନ୍ତି।
ମକର-ଆପଣ ଆଜି ନିଜର ଛୋଟରୋଗକୁ ନେଇ ମଧ୍ୟ ଯତ୍ନବାନ ରହିବାର ଆବଶ୍ୟକତା ରହିଛି ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।ତେଣୁ ଆପଣ ଆଜି ସତର୍କ ହୋଇ ରହିବା ଆବଶ୍ୟକ ଅଟେ।
କୁମ୍ଭ-ଏହି ରାଶିର ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ।ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ଦୂର ହେବ।
ମୀନ-ଆପଣ ଆଜି ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ।ସାହିତ୍ୟ ,ସଙ୍ଗୀତ , କଳା ଓ କ୍ରୀଡା କ୍ଷେତ୍ରରେ ଆପଣ ଆଜି ସୁନାମ ଅର୍ଜନ କରିବେ ଓ ଯେଉଁକାର୍ଯ୍ୟ ହାତକୁ ନେବେ ତାହାକୁ ଆପଣ ନିଶ୍ଚୟ ଭାବରେ ପୂର୍ଣ୍ଣ କରିବେ।

ନିତୀବାଣୀ-ଭାଗ୍ୟଉପରେ ଆପଣ ଯେତେ ନିର୍ଭରକରି ଭବିଷ୍ୟତର ସ୍ବପ୍ନଦେଖିବେ ତେଵେ ଭଗବାନଙ୍କଉପରେ ବିଶ୍ବାସ ରଖନ୍ତୁ ।
ବାସ୍ତୁଟିପ୍ପଣୀ-ସକାଳେ ଘରର ମୁଖ୍ୟକବାଟ ଖୋଲିବାପରେ କରନ୍ତୁ ଏହି ଛୋଟକାମ, ଘରକୁ ଆସିବ ସୁଖସମୃଦ୍ଧି…
ଆମଜୀଵନରେ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ରରେ ମନୁଷ୍ୟର ସମସ୍ତବିଷୟ ସମ୍ପର୍କରେ ସୂଚନା ଦିଆଯାଇଥାଏ । ଶାସ୍ତ୍ର ଅନୁସାରେ ବାସ୍ତୁଶାସ୍ତ୍ରଅନୁସାରେ ଘରତିଆରି କରିବାଉଚିତ । ଘରେ ସୁଖଶାନ୍ତି ରହିବାକୁହେଲେ କେତେକଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ଦ୍ୱାରର ମୁହଁର ମଧ୍ୟ ମହତ୍ୱ ରହିଛି । ଘରର ମୁଖ୍ୟଦ୍ୱାରର ବହୁତ ମହତ୍ୱ ରହିଥାଏ ।
ଯଦି ଘରର ଦ୍ୱାରମୁହଁ ବାସ୍ତୁଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବାଲୋକଙ୍କ ସ୍ୱାସ୍ଥ୍ୟଅବସ୍ଥା ସଠିକରହିଥାଏ ଏବଂ ସେହିଘରେ ରହୁଥିବା ଲୋକଙ୍କ ସୁଖସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟଦ୍ୱାରକୁ ଗ୍ରହମାନଙ୍କ ଦ୍ୱାର ବୋଲି ମନାଯାଏ ।
ଭାରତୀୟ ହିନ୍ଦୁଶାସ୍ତ୍ରଅନୁସାରେ ଘରର ଦ୍ୱାରକୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକଦ୍ଵାରା ସଯାଇବାର ପରମ୍ପରାରହିଛି । ତେବେ ଆସନ୍ତୁଜାଣିବା ଘରର କିଛିସମସ୍ୟା ଦୂର କରିବାପାଇଁ ଉପାୟ । ଘରର ଦ୍ଵାରମୁହଁରେ ଏହିଦୁଇଟି ଉପାୟ କରିବାଦ୍ଵାରା ଘର ର ସମସ୍ୟା ଦୂରହୋଇଯିବ । ବାସ୍ତୁଶାସ୍ତ୍ରଅନୁସାରେ ଘରର ମୁଖ୍ୟଦ୍ୱାର ଅନେକଗୁଡିଏ ଦୋଷରୁ ଦୂରକରିଥାଏ । ଯଦି ଆପଣକିଛି ଛୋଟବଡ ଅସୁବିଧାକୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବାଦ୍ୱାରା ତାହା ଦୂରହୋଇଯିବ ।
ଯେତେବେଳ ଆପଣ ଦ୍ୱାରମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘରରକବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକଚିହ୍ନକୁ ହଳଦୀ ଓ ସିନ୍ଦୁରଦ୍ଵାରା କରନ୍ତୁ । ଆପଣ ଏହାକୁ ସୂର୍ଯ୍ୟଉଦୟପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତଶୁଭ ହୋଇଥାଏ । ଘରରଦ୍ଵାର ମୁହଁରେ ଅଶୋକ ଓ ଆମ୍ବରପତ୍ରକୁ ସୂତାରେ ବାନ୍ଧି ଘରର ଦୁଆର ମୁହଁରେ ଲଗାନ୍ତୁ । ଏହି ସବୁ ଉପାୟ କରିବାଦ୍ଵାରା ଆପଣଙ୍କଘରକୁ କୈାଣସି ଖରାପଶକ୍ତି ପ୍ରଵେଶ କରିପାରିବ ନାହିଁ ।
ଏପରି କରିବାଦ୍ୱାରା ଆପଣଙ୍କର କୌଣସିସମସ୍ୟା ରହିବନାହିଁ । ଆପଣଙ୍କଘରେ ସର୍ବଦା ସୁଖଶାନ୍ତି ବଜାୟରହିବ । କେବେ ମଧ୍ୟ କାହାର କୌଣସିଅସୁବିଧା କିମ୍ବା ଅଭାବ ରହିବନାହିଁ । ଅର୍ଥଜନିତ କୌଣସିସମସ୍ୟା ଦେଖିବାକୁ ମିଳିବନାହିଁ ,ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲରହିବ । ଆପଣଙ୍କ ଘରଉପରେ କୌଣସି କୁଦୃଷ୍ଟି ପଡିବନାହିଁ । ଯଦିଆପଣ ଏହି ନିୟମଗୁଡିକୁ ମାନିଚଳିବେ ତେବେ ଆପଣଙ୍କଘରେ ଥିବା ସମସ୍ତ ବାସ୍ତୁଦୋଷର ବିନାଶ ଘଟିବ ।
ଯଦି ଆପଣଙ୍କରଦ୍ୱାର ସବୁବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମରେ ଘରକୁ ସମସ୍ତପ୍ରକାର ଭଲଶକ୍ତି ପ୍ରବେଶ କରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କପରିବାରର ସମସ୍ତସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟ ଦ୍ୱାରଉପରେ କେବେମଧ୍ୟ କୌଣସି ପ୍ରକାର ବୃକ୍ଷରଛାଇ ପଡିବା ଉଚିତନୁହେଁ । ଆଶାକରୁଛି ଏହା ଆପଣଙ୍କୁ ନିଶ୍ଚିତଭାବରେ ବହୁତ ଭଲ ଲାଗିଥିବ ।ଆଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
