ଆଜିର ରାଶିଫଳ

ରଟନ୍ତୀ ଚତୁର୍ଦ୍ଦଶୀ ଓ ରଟନ୍ତୀ କାଳିକା ପୂଜା ,୨୦୨୩ ମସିହା ଜାନୁୟାରୀ ମାସ ୨୦ ତାରିଖ (ଶୁକ୍ରବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି-ତ୍ରୟେଦଶୀ ଦିବା ଘ୯/୪୬ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ଧନୁ ଓ ମୀନ ରାଶି ର ଘାତବାର ,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବାଇଗଣ ଦିବା ଘ୯/୪୬ ଗତେ ବିରି ଭକ୍ଷଣ ନିଷେଧ ।
ମେଷ-ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।
ବୃଷ-ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ମିଥୁନ-କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।
କର୍କଟ-ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
ସିଂହ-ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। କଠିନ ପରିସ୍ଥିତିରେ ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା-କାରବାର ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଘରେ ଖୁସିର ପରିବେଶ ରହିବ।
ତୁଳା-ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣଙ୍କୁ ଗର୍ବ ଅନୁଭବ କରାଇପାରେ।
ବିଛା-କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧ ବଢ଼ିଆ ହେବ। କୌଣସି ସମସ୍ୟାରୁ କଥାବର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ।
ଧନୁ-ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହିତ କଥା ହୋଇପାରନ୍ତି। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।
ମକର-ପରିବାରରେ ଖୁସିର ପରିେବଶ ରହିବ। ଜମି କିଣିବାର ସୁଯୋଗ ପାଇବେ। କିଛି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।
କୁମ୍ଭ-ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ମୀନ-ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।

ନିତୀବାଣୀ-କିଛି ଲୋକ ଭୁଲ ନକରି ବି କ୍ଷମା ମାଗିଥାନ୍ତି,ଏହାର ମାନେ ନୁହେଁ କି ସେମାନଙ୍କୁ ପ୍ରତି ବାଦ କରି ଆସେ ନାହିଁ।ସେମାନଙ୍କ ଆଖିରେ ଗୋଟିଏ ଲକ୍ଷ୍ୟ ଥାଏ ସମ୍ପର୍କ ଟି ଯେମିତି ଭାଙ୍ଗି ନଯାଉ।
ବାସ୍ତୁଟିପ୍ପଣୀ-ବାରମ୍ବାର ସ୍ବପ୍ନ ଦେଖି ଡରି ଉଠି ପଡ଼ୁଛନ୍ତି କି ? ଏହି ଉପାୟ କଲେ ଆଉ ସ୍ବପ୍ନ ଦେଖିବେ ନାହିଁ
ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ ।ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି ।ତେଣୁ ଆଜି ଆସନ୍ତୁ ଜାଣିବା ଖରାପ ସ୍ୱପ୍ନ ଦେଖିବାରୁ କିପରି ପାଇବେ ମୁକ୍ତି:-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଆଖପାଖରେ ଯଦି ନକରାତ୍ମକ ଶକ୍ତି ରହିଥାଏ,ତେବେ ଭୟଙ୍କର ସ୍ୱପ୍ନ ଦେଖି ପାରନ୍ତି । ଏମିତିରେ ରାତିରେ ଶୋଇବା ସମୟରେ ଘରେ କର୍ପୁର ଜଳାଇ ତାର ଧୂଆଁ ଦିଅନ୍ତୁ ।ଯଦି ଆପଣଙ୍କ ସନ୍ତାନ ରାତିରେ ଭୟଭୀତ ହୋଇ ନିଦରୁ ଅଚାନକ ଉଠି ପଡ଼ନ୍ତି, ତେବେ ପ୍ରତି ମଙ୍ଗଳବାର କିମ୍ବା ଶନିବାର ଦିନ ଫିଟିକିରିର ଏକ ଖଣ୍ଡ ଶୋଇବା ବେଳେ ପିଲାର ମୁଣ୍ଡ ତଳେ ରଖି ଦିଅନ୍ତୁ । କୁହାଯାଏ ଏହାଦ୍ୱାରା ଭୟଙ୍କର ସ୍ୱପ୍ନ ଆସିନଥାଏ ।ଏହାଛଡ଼ା ଭୟଙ୍କର ସ୍ୱପ୍ନରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ନିଜର ବିଛଣା ତଳେ ଏକ କଳା ରଂଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରଖନ୍ତୁ । ଏଥିରୁ ମୁକ୍ତି ମିଳିବ ।ଆଜିର ଦିନଟି ମଙ୍ଗଳ ମୟହେଉ!! ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

- Advertisement -

Leave A Reply

Your email address will not be published.