ଆଜିର ରାଶିଫଳ

0 239

ଜାନୁୟାରୀ ମାସ ୨୯ ତାରିଖ (ରବିବାର)ମାଘମାସ-ଶୁକ୍ଲପକ୍ଷ ,ତିଥି-ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୪୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୨/୧୩ ,ମେଷରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର, ନବମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ,ଲାଉଭକ୍ଷଣ ନିଷେଧା
ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି।
ବୃଷ-କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମିଥୁନ-ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ। କୌଣସି କାମରୁ ଆଜି ବଡ଼ ଫାଇଦା ହେବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସିଦ୍ଧି ପ୍ରାପ୍ତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
କର୍କଟ-ଭାଗ୍ୟର ସହଯୋଗ ପାଇବେ। ମନ ମୁତାବକ ଫଳାଫଳ ମିଳିବା ହେତୁ ଖୁସି ରହିବେ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ସିନେମା ଦେଖିବା ଲାଗି ଯୋଜନା କରିବେ।
ସିଂହ-ସାବଧାନତାର ସହ କାମ କରନ୍ତୁ; ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ଖାଦ୍ୟ ପାନୀୟର ମଜା ନେବେ।
କନ୍ୟା-ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ତୁଳା-ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ଆପଣଙ୍କ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ବ୍ୟବସାୟରେ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।
ବିଛା-ମନରେ ଧାର୍ମିକ ଭାବନା ଉଦୟ ହେବ। ବାପାମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କ୍ରିକେଟ୍ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ।
ଧନୁ-ଆପଣ ନିଜର ଇଚ୍ଛା ପୂରା କରିବା ଲାଗି ଚେଷ୍ଟା କରିବେ। ଧନର ଆଗମନ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗଦେବା ପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଯୋଗ କରନ୍ତୁ।
ମକର-ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ଫୋନ୍‌ରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟ ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
କୁମ୍ଭ-ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ପ୍ରେମର ଆବେଦନ ଲାଗି ଶୁଭ ସମୟ।
ମୀନ-ଦିନଟି ସକାରାତ୍ମକ ରହିବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କ ଚେଷ୍ଟା ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କ୍ରିକେଟ୍ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।

ନିତୀବାଣୀ-ବିଶ୍ୱାସ କାଚଗ୍ଲାସ ପରି । ଥରେ ଭାଙ୍ଗିଗଲେ,ଏହା ଆଉ ସମାନ ଆଗ ଭଳି କେବେହେଲେ ହେବନାହିଁ।
ବାସ୍ତୁଟିପ୍ପଣୀ-କରଜ ଏବଂ ଋଣରୁ ମୁକ୍ତିପାଇବାକୁ ଚାଁହୁଚନ୍ତି କି । କରନ୍ତୁ ଏହି ୩ଟି ବାସ୍ତୁଉପାୟ…
ଆଜି ଆମେ ଆପଣଙ୍କୁକହିବୁ କିପରି କରଜରୁ ମୁକ୍ତିପାଇବେ ଓ ଧନଲାଭ କରିପାରିବୋ ବେଳେ ବେଳେ ଆମେ ଏପରିସ୍ଥିତିରେ ପହଂଚିଥାଉ ଯେ ଯାହାଦ୍ୱାରା ଆମକୁ ଅଧିକ ଧନର ଆବଶ୍ୟକତା ପଡିଥାଏ । ସେହିସମୟରେ ଆମକୁ ଆମପରିବାର ଏବଂ ମିତ୍ରଙ୍କଠାରୁ କିଛି ଧନର ଆବଶ୍ୟକତା କରିଥାଉ ଏବଂ ଉଦ୍ଧାରନେଇଥାଉ ମାତ୍ର ତାହାଆମକୁ ସଠିକସମୟରେ ଫେରାଇବାକୁ ପଡିଥାଏ । ଏହି ସମସ୍ୟାରୁ କିପରି ମୁକ୍ତିପାଇବା ଜାଣିବା ।ସେହି ଉପାୟ କରିବାଦ୍ୱାରା ଆପଣଙ୍କର କରଜରୁ ମୁକ୍ତି ପାଇପାରିବେ । ଆସନ୍ତୁଜାଣିବା ସେହିଉପାୟ ବିଷୟରେ-
ପ୍ରଥମଉପାୟ- ଆପଣ ବୁଧବାରଦିନ ସ୍ନାନ କରିସାରିବାପରେ ଭଗବାନ ଗଣେଶଙ୍କଠାରେ ପୂଜା କରନ୍ତୁ ଏବଂ ଋଣରୁ କେମିତି ମୁକ୍ତିପାଇବେ ପ୍ରାଥନାକରନ୍ତୁ ଏବଂ ମୋଦକଭୋଗ କରନ୍ତୁ ତାସହ ପୂଜା କରିବାସମୟରେ ଦୁବପତ୍ର ଏବଂ ଫୁଲ ଅର୍ପଣକରନ୍ତୁ ।ଏପରି କରିବାଦ୍ୱାରା ଧନଜନିତ ସମସ୍ୟା ଆପଣଙ୍କର ଦୂରହୋଇଯିବା
ଦ୍ୱିତୀୟଉପାୟ-ଦୁଇଟି ମଙ୍ଗଳବାରରେ ବଜରଙ୍ଗବଲିଙ୍କୁ ବସ୍ତ୍ର ଚଢାନ୍ତୁ ଏବଂ ହନୁମାନଙ୍କ ଚରଣରୁ ସିନ୍ଦୁରନେଇ ମଥାରେ ଲଗାନ୍ତୁ । ଏହାସହିତ ନିୟମିତ ହନୁମାନଚାଳିଶା ପଠନକରନ୍ତୁ । ଏହାଦ୍ୱାରା ଋଣରୁ ଶୀଘ୍ର ମୁକ୍ତିପାଇବେ
ତୃତୀୟଉପାୟ-ଏହିଉପାୟ ମଙ୍ଗଳାବାର ହେବ । ଆପଣ ମଙ୍ଗଳବାର ଶିବମନ୍ଦିରଯାଇ ଶିବ ଲିଙ୍ଗଉପରେ ମସୁରଡାଲି ଚଢାନ୍ତୁ ଓ ତାସହ ଓଁନମଃଶିବାୟ ମନ୍ତ୍ରଟିର ଅଧିକରୁଅଧିକ ଜପକରନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣରୁ ମୁକ୍ତି ପ୍ରାପ୍ତହେବା
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜମାଯୋଗମାୟା!!

Leave A Reply

Your email address will not be published.