ଆଜିର ରାଶିଫଳ

0 275

ଦିବା ଘ୧।୪୪ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବୃଷ ସିଂହ କନ୍ୟା ରାଶିମାନଙ୍କର ଘାତବାର । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଶ୍ରୀଫଳ ଦିବା ଘ୯।୧୫ ଗତେ ନିମ୍ବ ଭକ୍ଷଣ ନିଷେଧ । 
ମେଷ:-ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
ବୃଷ:-ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ:-ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ସ୍ଥଳ ଆଡ଼କୁ ଅଗ୍ରସର ହେବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ।
କର୍କଟ:-ଇଷ୍ଟଦେବଙ୍କ ଧ୍ୟାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ।
ସି˚ହ:-ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍ ଯୋଜନା କରିବେ।
କନ୍ୟା:-ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଖାସ୍ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିବାର ଲୋକଙ୍କ ସହିତ ସୁଖଦ ସମ୍ବନ୍ଧ ସ୍ଥାପିତ ହେବ।
ତୁଳା:-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବାଣିଜ୍ୟ ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।
ବିଛା:-ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ।
ଧନୁ:-ଆପଣଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
ମକର:-ଜରୁରୀ କାମ ମିତ୍ରଙ୍କ ସହାୟତାରେ ସ˚ପୂର୍ଣ୍ଣ ହେବ। ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ରାଜନୀତିରେ ମନୋକାମନା ପୂରା ହେବ।
କୁମ୍ଭ:-ଦୃଢ଼ ମନୋବଳ ଦ୍ବାରା ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ବଢ଼ିବ।
ମୀନ:-ଆଜି ଆପଣ ଖୁବ୍ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସକାଳୁଉଠି ଏହି ୪କାମକଲେ ଆସିବ ସବୁକାର୍ଯ୍ୟରେ ବାଧା?
କୁହାଯାଏ ଦିନର ଆରମ୍ଭଯଦି ଭଲହୋଇଥାଏ,ସାରାଦିନ ଭଲରେ କଟିଥାଏ । ସକାଳୁ ବିଛଣାରୁ ଉଠିବାପରେ ଲୋକେ ଅଜାଣତରେ କିଛି ଏପରିକାମ କରିଦେଇଥାନ୍ତି,ଯାହାକି ତାଙ୍କର କାମ ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଶାସ୍ତ୍ରରେ କିଛି ଏପରିକାର୍ଯ୍ୟକୁ ସକାଳୁଉଠି କରିବାକୁ ବାରଣକରାଯାଇଛି । ନଚେତ୍ ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟକୁ ଆପଣ ନିମନ୍ତ୍ରଣ କରିପାରନ୍ତି । ଆସନ୍ତୁଜାଣିବା ଏମିତି ୪କାମ ଯାହାକୁ ସକାଳସମୟରେ କରିବା ଉଚିତ୍ ନୁହେଁ ।
ଦର୍ପଣ:-ସକାଳୁ ଉଠିବାମାତ୍ରେ କିଛିଲୋକ ନିଜକୁ ଆଇନା ବା ଦପର୍ଣରେ ଦେଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମନାଯାଇନଥାଏ । ସକାଳୁ ଉଠିବାମାତ୍ରେ ପ୍ରଥମେ ଭଗବାନଙ୍କୁ ଦର୍ଶନକରିବା ଉଚିତ୍ । ଏମିତି କରିବାଦ୍ୱାରା ସାରାଦିନ ଭଲରେ କଟିଥାଏ ।

ବନ୍ଦଘଣ୍ଟା:-ଘଡି ବା ଘଣ୍ଟାଦ୍ୱାରା ବ୍ୟକ୍ତିର ଭାଗ୍ୟ ଯୋଡିରହିଥାଏ । ଘରେ ବନ୍ଦଘଡି ରହିଲେ ଏହା ଖରାପ ସମୟର ସଂକେତଦେଇଥାଏ । ଶାସ୍ତ୍ରଅନୁସାରେ ବନ୍ଦଘଡି ଦେଖିବାଦ୍ୱାରା ବିବାଦସ୍ଥିତି ଉପୁଜିଥାଏ । ଦିନର ସବୁ କାମରେ ବାଧା ଆସିଥାଏ ।
ଛାଇ:-ମାନ୍ୟତାରହିଛି କି ସକାଳୁ ଉଠିବା ମାତ୍ରେ ନଜର ନିଜର ହେଉ ବା ଅନ୍ୟର ଛାଇ ଉପରେ ପଡ଼ିବା ଉଚିତ ନୁହେଁ । ଛାଇଦେଖିବା ଅର୍ଥ ରାହୁଙ୍କୁଦେଖିବା ହୋଇଥାଏ । ଛାଇ ଦେଖିବାଦ୍ୱାରା ମନୁଷ୍ୟମଧ୍ୟରେ ଚିନ୍ତା ଓ ଭୟର ମାହୋଲ ସୃଷ୍ଟିହୋଇଥାଏ । ସାରାଦିନ କାମରେ ଅସୁବିଧା ସୃଷ୍ଟିହୋଇଥାଏ । ଏକାଗ୍ରତା ଭଙ୍ଗ ହୋଇଥାଏ ।
ହିଂସ୍ରପଶୁର ଫଟୋ:-ସକାଳୁଊଠି ଗାଇଦେଖିଲେ ବହୁତ ଶୁଭହୋଇଥାଏ । ହେଲେ ଶାସ୍ତ୍ରଅନୁସାରେ ସକାଳର ପ୍ରଥମନଜର କିଛି ହିଂସ୍ରପଶୁଙ୍କ ଫଟୋଉପରେ ପଡ଼ିବା ଉଚିତନୁହେଁ । ମାନ୍ୟତା ରହିଛି ଏହାଦ୍ୱାରା ସମ୍ପର୍କରେ ଦୂରତା ଆସିଥାଏ । !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!

Leave A Reply

Your email address will not be published.