5Tସଚିବଙ୍କ ସୁଆଣ୍ଡୋ ପରିଦର୍ଶନ

0 146

ଭୁବନେଶ୍ୱର,୧୦ା୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ୨୩ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ.ପାଣ୍ଡିଆନ ଆଜି ପୁରୀଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନକରି ଏହାର ପୁନଃବିକାଶକାର୍ଯ୍ୟ ତଦାରଖ କରିଥିଲେ । ଉତ୍କଳମଣିଙ୍କ ଗାଁ ଶିବମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲାାସୁଆଣ୍ଡୋ ବାସୀଙ୍କ ଅନୁରୋଧକ୍ରମେ ଲୋକେଶ୍ୱରମନ୍ଦିରର ପୁନଃନିର୍ମାଣକାର୍ଯ୍ୟ ରାଜ୍ୟସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛିାଏହାର ପ୍ରତିଷ୍ଠାଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ପାଣ୍ଡିଆନ ଯୋଗଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପରେ ଶ୍ରୀପାଣ୍ଡିଆନ ଉତ୍କଳମଣିଙ୍କଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣକାର୍ଯ୍ୟ ପରିଦର୍ଶନ କରିବାସହିତ ଗାଁପୋଖରୀର ପୁର୍ନରୁଦ୍ଧାରକାର୍ଯ୍ୟ ତଥା ସଂଗ୍ରହାଳୟକାର୍ଯ୍ୟ ବୁଲି ଦେଖିଥିଲେ ଏବଂକାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।ସେବା ଓ ସଂଗ୍ରାମର ପ୍ରତୀକ ଉତ୍କଳମଣି ଓଡିଆ ଜନମାନସର ଅଦ୍ବିତୀୟନେତା । ଦେଶପାଇଁ, ଜାତିପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମରକରି ରଖିଛି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର ବିକାଶକାର୍ଯ୍ୟ ପଣ୍ଡିତଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଇଛି।

Leave A Reply

Your email address will not be published.