ଆଜିର ରାଶିଫଳ

0 200

୨୦୨୩ମସିହା ମାର୍ଚ୍ଚମାସ ୨୦ତାରିଖ ସୋମବାର ,ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା, ସ୍ନୁହୀ ଚତୁର୍ଦ୍ଦଶୀ, ଗୋସହସ୍ରୀ ଗଙ୍ଗାସ୍ନାନ। ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୫୪/୫୬ ,ସୂର୍ଯ୍ୟାସ୍ତ- ଘ୫/୫୩/୫୪ ,ଚୈତ୍ରମାସ ,କୃଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୨/୨ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୨/୨ମି ପରେ ଐଶାନ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ ଓ ଶନିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା) ଦିବା ଘ୭/୨୧ମି ରୁ ଘ୮/୫୩ମି ପର୍ଯ୍ୟନ୍ତ। (କାଳରାତ୍ରି) ରାତ୍ରି ଘ୧୦/୨୨ମି ରୁ ଘ୧୧/୫୨ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୮/୧୭ମି ମଧ୍ୟେ, ଘ୧୧/୨୯ମି ରୁ ଦିବା ଘ୧/୫୩ମି ମଧ୍ୟେ, ସନ୍ଧ୍ୟା ଘ୬/୪୩ମି ରୁ ରାତ୍ରି ଘ୯/୭ମି ମଧ୍ୟେ, ଘ୧୧/୩୦ମି ରୁ ଘ୨/୪୨ମି ପର୍ଯ୍ୟନ୍ତ।(ମାହେନ୍ଦ୍ର ବେଳା)- ଦିବା ଘ୪/୧୬ମି ରୁ ଘ୫/୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ – ମୃତବ୍ୟକ୍ତିର ରାତ୍ରି ଘ୮/୨୫ମି ପରେ ୧ ପାଦ ପୁଷ୍କର ଦୋଷ। ଫଳଂ ଗୋତ୍ର ନାସ ଓ ତିଳ କାଞ୍ଚନ ଦାନ। ଶାନ୍ତି କରଣୀୟ।
ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ-ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
ମିଥୁନ-ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
କର୍କଟ-କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
ସିଂହ-କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
କନ୍ୟା-ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା-ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
ବିଛା-ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର୍ଯ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ-ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
ମକର-ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
କୁମ୍ଭ-ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ-ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।

ନୀତିବାଣୀ-ବେଳେବେଳେ ଲାଗେ ଯାହା ବିତିଯାଇଛି ତାକୁଭାବିବା ବୃଥା କିନ୍ତୁ ଏହାସତଯେ, ବିତିଯାଇଥିବାକଥା ହିଁ ମଣିଷକୁ ଠିକ୍ Decision ନେବାରେ ସହାୟକ ହୋଇଥାଏ ।
ବାସ୍ତୁଟିପ୍ପଣୀ-ଘରେ ଆପଣ ଠାକୁରପୁଜା କରୁଛନ୍ତି ଯଦି ଆପଣ ୨ଟିଶଙ୍ଖ ଠାକୁରଙ୍କପାଖରେ ରଖି ପୂଜାକରନ୍ତି ତାହେଲେ ଘରର ବହୁତ୍ ଶୁଭ ହୁଏ !ଆଜିର ଦିନଟି ମଙ୍ଗଳମୟ ହେଉ! !!!ଜୟଜଗନ୍ନାଥ,ଜୟସୋମନାଥ,ଜୟଯୋଗମାୟା!!

 

Leave A Reply

Your email address will not be published.