ଆଜିର ରାଶିଫଳ

0 162

୨୦୨୩ମସିହା ମାର୍ଚ୍ଚମାସ୨୯ତାରିଖ ବୁଧବାର।ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଯେଉଡ଼ ଭୋଗ, ଅଶୋକାଷ୍ଟମୀ, ଶ୍ରୀଲିଙ୍ଗରାଜ ଦେବଙ୍କ ରୁକୁଣା ରଥଯାତ୍ରା, ବାସନ୍ତିକ ମୃଣ୍ମୟୀ ଓ ପୀଠଦେବବୀଙ୍କ ମହାଷ୍ଟମୀପୂଜା ଏବଂ ସନ୍ଧିପୂଜା।ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୭/୬ ,ସୂର୍ଯ୍ୟାସ୍ତ- ଘ୫/୫୬/୧୮ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି-ଅଷ୍ଟମୀ ରାତ୍ରି ଘ୮/୫୧ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୮/୫୧ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟପରେ ରିକ୍ତାତିଥି, ମଙ୍ଗଳଯୁକ୍ତ ଓ ବିଷ୍ଟିକରଣ ଦୋଷହେତୁ ଯାତ୍ରାନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ରାତ୍ରି ଘ୮/୫୧ମି ପରେ ଲାଉଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୬ମି ରୁ ଘ୧୦/୧୮ମି ପର୍ଯ୍ୟନ୍ତ। କାଳରାତ୍ରି- ରାତ୍ରି ଘ୨/୪୬ମି ରୁ ଘ୪/୧୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ପ୍ରାତଃ ରୁ ଦିବା ଘ୭/୨୧ମି ମଧ୍ୟେ, ଘ୧୨/୯ମି ରୁ ଘ୧/୪୫ମି ମଧ୍ୟେ, ସନ୍ଧ୍ୟା ଘ୬/୪୫ମି ରୁ ରାତ୍ରି ଘ୯/୯ମି ମଧ୍ୟେ, ଘ୧/୫୭ମି ରୁ ରାତ୍ରି ଶେଷ ଘ୫/୪୬ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା)- ଦିବା ଘ୪/୧୯ମି ରୁ ସୂର୍ଯ୍ୟାସ୍ତ ଘ୫/୫୬ମି ମଧ୍ୟେ, ରାତ୍ରି ଘ୯/୯ମି ରୁ ଘ୧୦/୪୫ମି ମଧ୍ୟେ ।
ମେଷ-ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମକରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେବିଷୟରେ ଚ଼ିନ୍ତାକରିବେ ଏବଂ ଭବିଷ୍ୟତରେ କଣକରିବେ ମଧ୍ୟ ଯୋଜନା କରିବେ । ଆପଣଭବିଷ୍ୟତରେ ଉପଯୁକ୍ତ ପାଇବାପାଇଁ ଏହା ସାହାଯ୍ୟକରିବ ।
ବୃଷ-ଆଜି ଆପଣ ନିଜରବନ୍ଧୁମାନଙ୍କ କଥାନଶୁଣି ,ନିଜର ହୃଦୟକଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣିହଁ ଆପଣଙ୍କୁ ନୂତନଦିଗଦର୍ଶନ ଦେବ ।ଆପଣ ନିଜେହିଁ ନିଜକୁ ଆଗେଇନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟନେବା ଉଚ଼ିତ୍ ।
ମିଥୁନ-ଆଜି ଆପଣଙ୍କଆତ୍ମବିଶ୍ୱାସ ଏହାର ଚ଼ରମସୀମାରେ ରହିବ ।ଏହାର ପୂର୍ଣ୍ଣଫାଇଦା ଉଠାନ୍ତୁ । ଆପଣ ନିଜରଆତ୍ମବିଶ୍ୱାସ ଏବଂ ସକାରାତ୍ମକଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ ।
କର୍କଟ-ଆଜି ଆପଣ ଦାୟୀତ୍ୱର ସହ କିଛିକାମ କରିବାରେ ଅସୁବିଧାହେବ । ଆପଣ ନିଜବୁଦ୍ଧି ପ୍ରୟୋଗକରି କାର୍ଯ୍ୟକରନ୍ତୁ କିନ୍ତୁ ଧୀରମସ୍ତିଷ୍କରେ ଯୋଜନାକରନ୍ତୁ ।ଶେଷରେଦେଖିବେ ଆପଣ ସମସ୍ତକାର୍ଯ୍ୟ ସୁରୁଖୁରରେ କରିପାରିବେ ।

ସିଂହ-ଆପଣଙ୍କ ସୁଖସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ ।
କନ୍ୟା-ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ ।
ତୁଳା-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରି ନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।
ବିଛା-ଆପଣଙ୍କମନ ଆଜି ଖୁସି ରହିବ ।ଏଥିରେ କେହି ବାଧାସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକମନଭାବ ସୃଷ୍ଟି କରିବ । ଏହିପ୍ରକାର ମନଭାବନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ ।
ଧନୁ-ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ ।
ମକର-ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।
କୁମ୍ଭ-ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ ।
ମୀନ-ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।

 

ନିତୀବାଣୀ-ସୁଖ ଆଉ ଦୁଃଖ ଗୋଟିଏ ମୁଦ୍ରାର ଦୁଇଟିପାର୍ଶ୍ଵ ସଦୃଶ ଏବଂ ଦୁଇଟିଯାକ ଆମକୁ ଆଗକୁ ବଢ଼ିବା ପାଇଁ ନିହାତି ଆବଶ୍ୟକ।
ବାସ୍ତୁଟିପ୍ପଣୀ-କେବେ ବି ଏହି ଦିଗକୁ ଗୋଡକରି ଶୁଅନ୍ତୁନାହିଁ ଆୟୁଷ କମିକମି ଯିବ…
ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗକୁ ମୁଣ୍ଡରଖି ଶୋଇବା ଶୁଭ ହୋଇଥାଏ ସେହି ବିଷୟରେ ଜାଣିବା । ଶୋଇବା ଆମ ଦୈନିକ ଜିବନରେ ଜରୁରୀ ଅଟେ ।କାହିଁକିନା ଶରୀରକୁ ଆରାମଦେବାପାଇଁ ଏବଂ ଶରୀରକୁ ସୁସ୍ଥରଖିବା ପାଇଁ ଏବଂ ଆମ ମସ୍ତସ୍କପାଇଁ ଶୋଇବା ଜରୁରୀ ହୋଇଥାଏ । ସେମିତିରେ ବାସ୍ତୁଶାସ୍ତ୍ରରେ କୁହାଯାଇଛି ଶୋଇବାର ସଠିକଢଙ୍ଗ କଣ ହୋଇଥାଏ ଏବଂ ଶୋଇବାସମୟରେ ଆମମାନଙ୍କୁ କେଉଁ ଦିଗକୁ ମୁଣ୍ଡକରି ଶୋଇବା ଜରୁରୀ ଅଟୋ ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ ଏବଂ ଦକ୍ଷିଣ ଦିଗକୁ ଗୋଡକରି ଶୋଇବା ଉଚିତ୍ ନୁହେଁ , କାରଣ ଏହି ଦିଗକୁ ମୃତ୍ୟୁର ଦିଗ ବୋଲି କୁହାଯାଏ । କିନ୍ତୁ ଏହି ଦିଗ ଅନ୍ୟ କାମପାଇଁ ଶୁଭ ହୋଇଥାଏ ଯେମିତିକି ପଢିବା ଦେଖିବା ଏହି ସବୁପାଇଁ ଉତ୍ତରଦିଗ ବହୁତଶୁଭ ହୋଇଥାଏ ।ସବୁବେଳେ ମୁଣ୍ଡ ପୂର୍ବ ଏବଂ ଗୋଡ ପଶ୍ଚିମକୁ କରି ଶୋଇବା ବହୁତ ଭଲହୋଇ ଥାଏ । ଏହାଦ୍ୱାରା ଭଲ ନିଦସହିତ ଆୟୁ ବଢିଥାଏ । ଯଦିଘରେ ଏମିତି ସୁବିଧା ନାହିଁ, ତେବେ ଆପଣମାନେ ମୁଣ୍ଡ ଦକ୍ଷିଣକୁ ଏବଂ ଗୋଡ ଉତ୍ତରକୁ କରି ଶୋଇପାରିବେ ।ସବୁବେଳେ ମନେରଖିବେ କି ଉତ୍ତର ଦିଗକୁ ସବୁବେଳେ ମୁଣ୍ଡକରି ପାଠପଢିଲେ ମୁଣ୍ଡରେ ସବୁପାଠ ପସିଥାଏ । ନଚେତ୍ ମନ ଏଣେତେଣେ ବୁଲି ଥାଏ, କେବେବି ପାଣିକୁ ମୁଣ୍ଡପାଖରେ ରଖି ଶୁଅନ୍ତୁନାହିଁ ।ଏହାଦ୍ୱାରା ଆପଣଙ୍କ ମନ ସବୁବେଳେ ମନ ,ଧନ ଏବଂ କାର୍ଯ୍ୟ  ଉପରେ ଖାପହୋଇଥାଏ ।
‼ମା ମହାଗୌରୀ ‼
ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଅଷ୍ଟମଦିବସ। ଆରମ୍ଭ ହୋଇଯାଇଛି ପାର୍ବଣରଋତୁ ।ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା।ପୃଥିବୀର ସବୁଶକ୍ତିଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିରପ୍ରତୀକ ।ଜଗତଜନନୀ ମାଆଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।ବିଶ୍ୱର କଲ୍ୟାଣମୟୀସେ ।ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା, ଭ୍ରାନ୍ତିରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାରଅଷ୍ଟମଦିବସ । ମହାଗୌରୀ ରୂପରେ ମାଆ ଆଜି ଆରାଧିତା ହେବେ । ମହାଗୌରୀ:-ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି।
ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗମାୟା !!ଜୟମାଦୁର୍ଗା!!

 

 

Leave A Reply

Your email address will not be published.