୨୦୨୩ମସିହା ଅପ୍ରେଲମାସ ୩ତାରିଖସୋମବାର।ଶ୍ରୀମନ୍ଦିରରେ କନ୍ଦର୍ପାଧିବାସ, ମାୟାମୃଗ ପ୍ରସ୍ତାବ, ସୀତାଚୋରୀ, ଅନଙ୍ଗତ୍ରୟୋଦଶୀ, ପ୍ରଦୋଷବ୍ରତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୨/୩୮ ,ସୂର୍ଯ୍ୟାସ୍ତ- ଘ୫/୫୭/୩୬ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ତିଥି-ଦ୍ବାଦଶୀ ମଳ ପ୍ରାତଃ ଘ୬/୩୨ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ମଳତିଥି ଓ ଶନିସପ୍ତଦୋଷ ହେତୁ ଯାତ୍ରାନିଷେଧ।ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।କର୍କଟ ଓ ମକରରାଶିର ଘାତଚନ୍ଦ୍ର।ମିଥୁନରାଶିର ଘାତବାର।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ , ପ୍ରାତଃ ଘ୬/୩୨ମିପରେ ବାଇଗଣଭକ୍ଷଣ ନିଷେଧ।କାଳରାତ୍ରି- ରାତ୍ରି ଘ୧୦/୨୧ମି ରୁ ଘ୧୧/୪୮ମି ପର୍ଯ୍ୟନ୍ତ। ଅମୃତବେଳା – ସୂର୍ଯ୍ୟୋଦୟରୁ ଦିବା ଘ୭/୨୭ମି ମଧ୍ୟେ, ଘ୧୦/୩୯ମି ରୁ ଘ୧/୩ମି ମଧ୍ୟେ, ସନ୍ଧ୍ୟା ଘ୬/୪୭ମିରୁ ରାତ୍ରି ଘ୯/୧୧ମି ମଧ୍ୟେ, ଘ୧୧/୩୫ମିରୁ ଘ୨/୪୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ଦିବାଘ୩/୨୭ମିରୁ ଅପରାହ୍ନ ଘ୫/୩ମି ପର୍ଯ୍ୟନ୍ତ।
🐏ମେଷ- ଅଫିସକାମ ପୂରାକରିବାରେ ସଂପୂର୍ଣ୍ଣରୂପେ ସକ୍ଷମହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହାପାଇବେ। ଆଇନଛାତ୍ରଙ୍କ ଲାଗି ଭଲଦିନଟିଏ।
🐮ବୃଷ- ଆପଣଙ୍କୁ କାମରେ ଅଧିକପରିଶ୍ରମ କରିବାକୁହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।
👩❤️👨ମିଥୁନ-କାରବାରରେ ବକେୟାଅର୍ଥ ପାଇବେ। ଆପଣଙ୍କୁ ନୂଆଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତସମୟ ପୂର୍ବରୁ ଘରକାମ ସାରିଦେବେ।
🦀କର୍କଟ-ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
🦁ସିଂହ-ଆପଣଙ୍କମନ ପୂଜାପାଠରେ ଅଧିକଲାଗିବ। କଠିନପରିସ୍ଥିତିରେ ପରିବାରଲୋକ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
🙎♀️କନ୍ୟା-କାରବାର ବୃଦ୍ଧିପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଘରେ ଖୁସିର ପରିବେଶ ରହିବ।
⚖️ତୁଳା-ଏକତରଫାଚିନ୍ତା ଆପଣଙ୍କୁ ଅସୁବିଧାରେପକାଇପାରେ। ବାଣୀଉପରେ ସଂଯମ ରଖନ୍ତୁ। ପିଲାଙ୍କସଫଳତାରେ ଆପଣଙ୍କୁ ଗର୍ବଅନୁଭବ କରାଇପାରେ।
🦂ବିଛା-କୌଣସିକାମ ତରବରିଆଭାବେ କରନ୍ତୁନାହିଁ। ସନ୍ତାନସହିତ ସମ୍ବନ୍ଧ ବଢ଼ିଆହେବ। କୌଣସି ସମସ୍ୟାରୁ କଥାବର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ।
🏹ଧନୁ-ଅଧିକଚିନ୍ତା କଲେ ମାନସିକଶାନ୍ତି ଭଙ୍ଗହୋଇପାରେ। ଅନ୍ତରଙ୍ଗବନ୍ଧୁ ସହିତ କଥା ହୋଇପାରନ୍ତି। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।
🐊ମକର-ପରିବାରରେ ଖୁସିର ପରିùବଶ ରହିବ। ଜମିକିଣିବାର ସୁଯୋଗପାଇବେ। କିଛି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।
🏺କୁମ୍ଭ-ଆପଣଙ୍କର ସବୁଅଶାନ୍ତି ଦୂରହେବ। କାମରେ ପରିବାରଲୋକଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
🐟ମୀନ-ପରିବାରଲୋକଙ୍କ ସହିତ ସମୟ ଅତିବାହିତକରିବେ। କଳାସାହିତ୍ୟକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।

ନୀତିବାଣୀ-କିଛିଲୋକ ଭୁଲ ନକରିବି କ୍ଷମା ମାଗିଥାନ୍ତି,ଏହାରମାନେ ନୁହେଁ କି ସେମାନଙ୍କୁ ପ୍ରତି ବାଦ କରି ଆସେନାହିଁ।ସେମାନଙ୍କଆଖିରେ ଗୋଟିଏ ଲକ୍ଷ୍ୟଥାଏ ସମ୍ପର୍କଟି ଯେମିତି ଭାଙ୍ଗି ନଯାଉ।
ବାସ୍ତୁଟିପ୍ପଣୀ-ବାରମ୍ବାର ସ୍ବପ୍ନଦେଖି ଡରି ଉଠିପଡ଼ୁଛନ୍ତି କି ? ଏହି ଉପାୟକଲେ ଆଉସ୍ବପ୍ନ ଦେଖିବେ ନାହିଁ ûସ୍ୱପ୍ନ ବଡ଼ବିଚିତ୍ର ହୋଇଥାଏ । ଏହା କାହାରଅଧୀନରେ ନଥାଏ । ଏହା କେତେବେଳେଆସିବ କହିକରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବାପରେ ମନେରହିଥାଏ ତ କିଛିସ୍ୱପ୍ନ ଭୁଲିହୋଇଯାଇଥାଏ । କେବେକେବେ ଖରାପସ୍ୱପ୍ନ ବ୍ୟକ୍ତିକୁ ଡରାଇଦେଇଥାଏ ।ଫଳରେ ବ୍ୟକ୍ତି ଶୋଇପାରିନଥାଏ । ଛୋଟପିଲାଙ୍କୁ ଯଦି ଖରା_ସ୍ୱପ୍ନ ଆସେ ସେମାନେ ହଡବଡଭାବେ ନିଦରୁ ଉଠିପଡ଼ିଥାନ୍ତି । ଆଜିଜାଣିବା ଖରାପସ୍ୱପ୍ନ ଦେଖିବାରୁ କିପରିପାଇବେ ମୁକ୍ତି:-
ଜ୍ୟୋତିଷଶାସ୍ତ୍ର ଅନୁସାରେ ଆପଣଙ୍କଆଖପାଖରେ ଯଦି ନକରାତ୍ମକଶକ୍ତି ରହିଥାଏ,ତେବେ ଭୟଙ୍କରସ୍ୱପ୍ନ ଦେଖିପାରନ୍ତି । ଏମିତିରେ ରାତିରେ ଶୋଇବାସମୟରେ ଘରେ କର୍ପୁରଜଳାଇ ତାର ଧୂଆଁଦିଅନ୍ତୁ ।ଯଦି ଆପଣଙ୍କସନ୍ତାନ ରାତିରେ ଭୟଭୀତହୋଇ ନିଦରୁ ଅଚାନକ ଉଠିପଡ଼ନ୍ତି, ତେବେ ପ୍ରତିମଙ୍ଗଳବାର କିମ୍ବା ଶନିବାରଦିନ ଫିଟିକିରିର ଏକଖଣ୍ଡ ଶୋଇବାବେଳେ ପିଲାର ମୁଣ୍ଡ ତଳେ ରଖିଦିଅନ୍ତୁ । କୁହାଯାଏ ଏହାଦ୍ୱାରା ଭୟଙ୍କର ସ୍ୱପ୍ନ ଆସିନଥାଏ ।ଏହାଛଡ଼ା ଭୟଙ୍କରସ୍ୱପ୍ନରୁ ମୁକ୍ତି ପାଇବାପାଇଁ ରାତିରେ ଶୋଇବାପୂର୍ବରୁ ନିଜର ବିଛଣାତଳେ ଏକ କଳାରଂଗର କପଡାରେ ଖଣ୍ଡେ ଫିଟିକିରିବାନ୍ଧି ରଖନ୍ତୁ । ଏଥିରୁ ମୁକ୍ତିମିଳିବ ।ଆଜିର ଦିନଟି ମଙ୍ଗଳମୟହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
