ଆଜିର ରାଶିଫଳ

0 202

୨୦-୫-୨୦୨୩(ଶନିବାର)ବିଛାରାଶିର ଘାତଚନ୍ଦ୍ର ବୃଷ ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୬।୫୧ ମଧ୍ୟେ ଘ୪।୩୭ ଗତେ ଘ୬।୧୪ ମଧ୍ୟେ କାଳବେଳା । ଘ୧।୨୩ ଗତେ ଘ୩।୦ ମଧ୍ୟେ ବାରବେଳା । ରାତ୍ରି ଘ୭।୩୭ ମଧ୍ୟେ ଘ୩।୫୦ ଗତେ ଘ୫।୧୩ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପାଣିକଖାରୁ ରାତ୍ରି ଘ୯।୧୯ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୨।୪୯ ଗତେ ଘ୫।୧୩ ମଧ୍ୟେ ରାତ୍ରି ଘ୭।୧ ଗତେ ଘ୭।୪୯ ମଧ୍ୟେ ଘ୧୧।୪୯ ଗତେ ଘ୨।୧୩ ମଧ୍ୟେ ଘ୩।୪୯ ଗତେ ଘ୫।୧୨ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୬।୧ ମଧ୍ୟେ ଘ୯।୧୩ ଗତେ ଘ୧୧।୩୭ ମଧ୍ୟେ ।
ମେଷ:- ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ:-ଫଳରେ ନିକଟ ସମ୍ପର୍କୀୟ ମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ:-ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହା କି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।
କର୍କଟ:- କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇ ପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇନପାରେ। ପାରିବାରିକ ଜୀବନରେ ପକ୍ଷ ପାତିତା ଅଶାନ୍ତିର କାରଣ ହେବ।
ସିଂହ:- କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବ ରେ ପାଇବେ।
କନ୍ୟା:-ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭ ଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା:-ନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମ ୟିକ ଭାବରେ ବିବ୍ରତ ହୋଇ ପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମ କ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।
ବିଛା:-ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେ ହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ:-ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରି ବାକୁ ପଡ଼ିପାରେ।
ମକର:- ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋ ଭାବ ପୋଷଣ କରି ଆତ୍ମୀୟ ସ୍ବଜନ ଦୂରେଇ ଯାଇପାରନ୍ତି।
କୁମ୍ଭ:- ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରି ପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧା ନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।

ମୀନ:-ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.