ବିଦ୍ୟୁତଖୁଂଟରୁ ପଡି ଶ୍ରମିକ ଗୁରୁତର

0 228

ବାରଙ୍ଗ,୨୦ା୫(ଏସଏସନିଉଜ) ଏକ ନୂତନ ଗୃହକୁ ବିଦ୍ୟୁତ୍ ସଂଯୋଗ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ଖୁଣ୍ଟରୁ ତଳକୁ ପଡ଼ି ଜଣେ କର୍ମଚାରୀ ଗୁରୁତରଆହତ ହୋଇଛନ୍ତି।ଏଭଳି ଘଟଣା ବାରଙ୍ଗ ବ୍ଲକ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମରେ ଘଟିଛି।
ସୂଚନା ମୁତାବକ କଣ୍ଟାପାଟଣା ଗ୍ରାମର ପ୍ରମୋଦ କୁମାର ସ୍ୱାଇଁଙ୍କ ଘରକୁ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ଶନିବାର ବାରଙ୍ଗ ବିଦ୍ୟୁତ ସେକସନର କର୍ମଚାରୀମାନେ ଆସିଥିଲେ ।ଅପରାହ୍ନ ସମୟରେ ଆସିଥିବା କର୍ମଚାରୀମାନଙ୍କ ମଧ୍ୟରେ ଦାରୁଠେଙ୍ଗ ଗ୍ରାମର ନିରଞ୍ଜନ ସେଠ୍(୨୩) ନାମକ କର୍ମଚାରୀ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ଚଢ଼ି ଘରକୁ ବିଦ୍ୟୁତ୍ ସଂଯୋଗ ଦେଉଥିଲେ।ଏହିସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ହଠାତ୍ ତଳକୁ ଖସି ପଡ଼ିଥିଲେ।ଯାହାଫଳରେ ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗି ଗୁରୁତର ହୋଇପଡିଥିଲେ ।ତଳେଥିବା ଅନ୍ୟ କର୍ମଚାରୀମାନେ ନିରଞନକୁ ଚିକିସ୍‌ାପାଇଁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନେଇଯାଇଥିଲେ । ନୂତନ ବିଦ୍ୟୁତ୍ ସଂଯୋଗ ଦେବା ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ରଖାଯିବା କଥା।କିନ୍ତୁ ତାହା କରାନଯାଇ କର୍ମଚାରୀମାନେ କିଭଳି ବିଦ୍ୟୁତଖୁଂଟରେ ଚଢିଲେ ଓ କିଏ ଏଭଳିକାର୍ଯ୍ୟ କରିବାକୁ ସାହସ ଦେଲା ତାହା ଏଠାରେ ଏବେ ଭଳି ସମ୍ବେଦନଶୀଳକାର୍ଯ୍ୟ କରୁଥିବାବେଳେ କର୍ମଚାରୀ ମାନେ କିଭଳି ହେଲମେଟ,ହାତରେ ଗ୍ଲୋଭସ,ଖୁଣ୍ଟ ଉପରେ ଚଢ଼ିଲେ ସୁରକ୍ଷା ବେଲ୍ଟ ଆଦି ବ୍ୟବହାର କରୁନାହାନ୍ତି ଓ ଊପରିସ୍ଥ ଅଧିକାରୀମାନେ ଏଥିପ୍ରତି କିପରି ଦୃଷ୍ଟିଦେଉନାହାନ୍ତି ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.