ଆଜିର ରାଶିଫଳ

0 210

୨୦୨୩ମସିହା ମଇମାସ ୨୧ ତାରିଖ ରବିବାର।ଦ୍ବିତୀୟାର ଚନ୍ଦ୍ରଦର୍ଶନ,ପୂଜା ଓ ଅର୍ଘ୍ୟଦାନ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୫୨,ସୂର୍ଯ୍ୟାସ୍ତ- ଘ୬/୧୩/୧୮,ଜ୍ୟେଷ୍ଠ ମାସ,ଶୁକ୍ଳପକ୍ଷ,ତିଥି- ଦ୍ବିତୀୟା ରାତ୍ରି ଘ୯/୫୪ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧୦/୧୭ମି ପରେ ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ବିଛା ରାଶିର ରାତ୍ରି ଘ୧୦/୧୭ମି ପରେ କନ୍ୟା ରାଶିର ଘାତଚନ୍ଦ୍ର ।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବୋଇତାଳୁ, ରାତ୍ରି ଘ୯/୫୪ମି ପରେ ପଟୋଳ  ଭକ୍ଷଣ ନିଷେଧ।ଅଶୁଭ ବେଳା- ବାର ଓ କାଳବେଳାଦିବା ଘ୧୦/୫ମି ରୁ ଘ୧୧/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୭ମି ରୁ ଘ୨/୨୭ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ଦିବା ଘ୬/୪୮ମି ରୁ ଘ୯/୧୨ମି ମଧ୍ୟେ, ଘ୧୧/୩୬ମି ରୁ ଘ୨/୦ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୭/୫୧ମି ମଧ୍ୟେ, ଘ୧୧/୩୦ମି ରୁ ଘ୧/୨୭ମି ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା:-  ଦିବା ଘ୩/୩୬ମି ରୁ ଘ୪/୨୪ମି ପର୍ଯ୍ୟନ୍ତ।ଶୁଭକର୍ମ:- ଅଦ୍ୟ ଉଚ୍ଚସ୍ଥ ଚ଼ନ୍ଦ୍ର ଯୋଗୁଁ ରୋହିଣୀ ଓ ମୃଗଶିରା ନକ୍ଷତ୍ରେ ଶୁଭ ବିବାହ, ବ୍ରତୋପନୟନ, ବୃକ୍ଷରୋପଣ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଦୀକ୍ଷାଗ୍ରହଣ, ନବାନ୍ନ, ନାଟ୍ୟାରମ୍ଭ, ଦେବତାଗଠନ ଓ ପ୍ରତିଷ୍ଠା, ରାଜଦର୍ଶନ, ନବଦୋଳା ଦ୍ୟାରୋହଣ, ନୂତନ ଗୃହ ପ୍ରବେଶ ଓ ପ୍ରତିଷ୍ଠା, ବିଦ୍ୟାରମ୍ଭ, ହଳପ୍ରବାହ, ବୀଜବପନ, ଜଳାଶୟ ପ୍ରତିଷ୍ଠା, ନୌକାଯାତ୍ରା ଓ ଗଠନ, ଔଷଧକରଣ ଓ ସେବନ, ତୈଳରନ୍ଧନ, ନବବସ୍ତ୍ରାଳଙ୍କାରଧାରଣ, ନିଷେକ, ନବବଧୂଯାତ୍ରା।

🐏ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇ ପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।

🐮ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।

👩‍❤️‍👨ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।

🦀କର୍କଟ- ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।

🦁ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।

🙎‍♀️କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।

⚖️ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।

🦂ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|

🏹ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।

🐊ମକର-ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍‍ଫୁଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।

🏺କୁମ୍ଭ- ଦେବ-ଗୁର- ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।

🐟ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍‍ପଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।

 

📚【ନୀତିବାଣୀ】📚ଜୀବନରେ ସବୁ କିଣି ପାରିବେ, କିନ୍ତୁ ଆଶୀର୍ବାଦ ଓ ଭଲପାଇବା କିଣି ପାରିବେନାହିଁ। ଏହା ଆପଣଙ୍କୁ କମାଇବାକୁ ପଡ଼ିଥାଏ।

✡️【ବାସ୍ତୁ ଟିପ୍ପଣୀ】✡️ସକାଳେ ଘରର ମୁଖ୍ୟ କବାଟ ଖୋଲିବା ପରେ କରନ୍ତୁ ଏହି ଛୋଟ କାମ, ଘରକୁ ଆସିବ ସୁଖ ସମୃଦ୍ଧି◆◆◆ଆମ ଜୀଵନରେ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଅଛି । ଶାସ୍ତ୍ର ରେ ମନୁଷ୍ୟର ସମସ୍ତ ବିଷୟ ସମ୍ପର୍କରେ ସୂଚନା ଦିଆ ଯାଇଥାଏ ।  ବାସ୍ତୁଶାସ୍ତ୍ର ଅନୁସାରେ ଘରତିଆରି କରିବା ଉଚିତ । ଘରେ ସୁଖ ଶାନ୍ତି ରହିବାକୁ ହେଲେ କେତେକ ଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ଦ୍ୱାରର ମୁହଁ ର ମଧ୍ୟ ମହତ୍ୱ ରହିଛି । ଘରର ମୁଖ୍ୟଦ୍ୱାରର ବହୁତ ମହତ୍ୱ ରହିଥାଏ ।ଯଦି ଘରର ଦ୍ୱାରମୁହଁ ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ସେହି ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହି ଘରେ ରହୁଥିବା ଲୋକଙ୍କ ସୁଖ ସମୃଦ୍ଧି ବଢିଯାଏ । ଶାସ୍ତ୍ର ରେ ମୁଖ୍ୟ ଦ୍ୱାର କୁ ଗ୍ରହ ମାନଙ୍କ ଦ୍ୱାର ବୋଲି ମନାଯାଏ ।ଭାରତୀୟ ହିନ୍ଦୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର କୁ କଳସ,ଆମ୍ବପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଯାଇବାର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଘରର କିଛି ସମସ୍ୟା ଦୂର କରିବା ପାଇଁ ଉପାୟ । ଘର ର ଦ୍ଵାର ମୁହଁରେ ଏହି ଦୁଇଟି ଉପାୟ କରିବା ଦ୍ଵାରା ଘର ର ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ମୁଖ୍ୟ ଦ୍ୱାର ଅନେକ ଗୁଡିଏ ଦୋଷରୁ ଦୂର କରିଥାଏ । ଯଦି ଆପଣ କିଛି ଛୋଟ ବଡ ଅସୁବିଧା କୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବା ଦ୍ୱାରା ତାହା ଦୂର ହୋଇଯିବ ।ଯେତେବେଳ ଆପଣ ଦ୍ୱାର ମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗା ଜଳ ଆଣିକି ଛିଞ୍ଚନ୍ତୁ । ଘର ର କବାଟରେ ସ୍ୱସ୍ତିକ ଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁର ଦ୍ଵାରା କରନ୍ତୁ । ଏବଂ ବନ୍ଧୁଗଣ ଆପଣ ଏହାକୁ ସୂର୍ଯ୍ୟ ଉଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘର ର ଦ୍ଵାର ମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେ ବାନ୍ଧି ଘର ର ଦୁଆର ମୁହଁରେ ଲଗାନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଘରକୁ କୋୖଣସି ଖରାପ ଶକ୍ତି ପ୍ରଵେଶ କରିପାରିବ ନାହିଁ ।ଏପରି କରିବା ଦ୍ୱାରା ଆପଣଙ୍କ ର କୌଣସି ସମସ୍ୟା ରହିବ ନାହିଁ । ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ । କେବେ ମଧ୍ୟ କାହାର କୌଣସି ଅସୁବିଧା କିମ୍ବା ଅଭାବ ରହିବ ନାହିଁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିବ ନାହିଁ ପତି ପତ୍ନୀ ଙ୍କ ମଧ୍ୟ ରେ ସମ୍ପର୍କ ଖୁବ ଭଲ ରହିବ । ଆପଣଙ୍କ ଘର ଉପରେ କୌଣସି କୁ ଦୃଷ୍ଟି ପଡିବ ନାହିଁ । ଯଦି ଆପଣ ଏହି ନିୟମ ଗୁଡିକୁ ମାନି ଚଳିବେ ତେବେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ର ବିନାଶ ଘଟିବ ।ଯଦି ଆପଣଙ୍କର ଦ୍ୱାର ସବୁ ବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟ ଦ୍ୱାର ମାଧ୍ୟମ ରେ ଘରକୁ ସମସ୍ତ ପ୍ରକାର ଭଲ ଶକ୍ତି ପ୍ରବେଶ କରିଥାନ୍ତି । ଏହା ଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ସବୁବେଳେ ଖୁସି ରେ ରହିଥାନ୍ତି । ଘର ର ମୁଖ୍ୟ ଦ୍ୱାର ଉପରେ କେବେ ମଧ୍ୟ କୌଣସି ପ୍ରକାର ବୃକ୍ଷ ର ଛାଇ ପଡିବା ଉଚିତ ନୁହେଁ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.