ମୋବାଇଲ ଚୋରିକରି ବନ୍ଧା ହେଲେ ଯୁବକ

0 110

ଯାଁଳା,୨୦।୫(ଏସଏସନିଉଜ )ଶନିବାର ରାଜଧାନୀ ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ କଡରେ ଯାଁଳା ଅଞ୍ଚଳର ଗଙ୍ଗପଡା ନିକଟରୁ ମୋବାଇଲ୍ ଚୋରି କରିଥିବା ଅଭିଯୋଗରେ ଜଣକୁ ପୋଲିସ୍ ଧରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଗତ ୨ ତାରିଖ ରାତିରେ ଗଙ୍ଗପଡା ଓ ଗ୍ରାମଡିହ ମଧ୍ୟରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ଭଡାଘରେ ରହୁଥିବା ସୁବ୍ରତ କୁମାର ନାୟକଙ୍କ ଘରୁ ତିନୋଟି ମୋବାଇଲ୍ ଫୋନ୍,ଗୋଟିଏ ସ୍ମାର୍ଟ ଘଣ୍ଟା ଓ ୧୫୦୦ ଟଙ୍କା ବିଶ୍ବଜିତ୍ ମହାନ୍ତି ନାମକ ବ୍ୟକ୍ତି ଚୋରି କରି ନେଇଯାଇଥିଲା । ଏନେଇ ଇମ୍ଫୋଭ୍ୟାଲି ଥାନାରେ ଅଭିଯୋଗ ହୋଇଥିଲା । ଆଜି ବିଶେଷ୍ ସୂତ୍ରରୁ ପୋଲିସ୍ ଖବର ପାଇ ଗୋଟିଏ ଚୋରା ମୋବାଇଲ୍ ଫୋନ୍ ସହ କେନ୍ଦ୍ରାପଡ଼ାର ବିଶ୍ବଜିତ୍ମହାନ୍ତିଙ୍କୁ କାବୁ କରିଥିଲା । ପଚରା ଉଚରା ସମୟରେ ସେ ନିଜର ସବୁ ଦୋଷ ମାନିଯାଇଥିଲା । ୧୩୨/୨୩ କେଶ ନମ୍ବର ରେ ଏକ ମକଦମା ରୁଜୁକରି ପୋଲିସ କୋର୍ଟ ଚାଲଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.