ସ୍କୁଟିଥୋଇ କୁଆଡେଗଲେ ଯୁବତୀ ?

0 142

ବାରଙ୍ଗ,୨୦।୫(ଏସ ଏସନିଉଜ) ଶନିବାର ରାତିରେ ମୁଣ୍ଡଳୀ ବ୍ରିଜ ଉପରେ ଥୁଆ ହୋଇଥିବା ଏକ ସ୍କୁଟିକୁ ଗୋଡିସାହି ଫାଣ୍ଡି ପୋଲିସ ଉଦ୍ଧାର କରିଛି।ସ୍କୁଟିକୁ ନେଇ ଆସିଥିବା ଯୁବତୀ ଜଣଙ୍କ ମହାନଦୀ କୁ ଡେଇଲେ ନା କୁଆଡେ ଗଲେ ତାହା ଏବେ ସନ୍ଦେହ ମଧ୍ୟରେ ରହିଛି ।ତେବେ ପୋଲିସ ଥୁଆହୋଇଥିବା ସ୍କୁଟି ନମ୍ବର ଆଧାରରେ ଯୁବତୀର ପରିଚୟ ଜାଣିବା ସହ ତାର ପରିବାର ଲୋକଙ୍କୁ ସୂଚନା ଦେଇଛି।ନିଖୋଜ ଯୁବତୀ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ଐଶ୍ୱରୀୟା ପରିଜା ବୋଲି ଜଣାପଡ଼ିଛି।ଯୁବତୀ ଜଣଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଛନ୍ତି।ଶନିବାର ରାତିରେ ଓଡ଼ି ୦୨ଵିଇ-୦୩୯୬ ନମ୍ବର ସ୍କୁଟିରେ ହେଲମେଣ୍ଟ ଟଙ୍ଗାଯାଇ ବହୁ ସମୟ ଧରି ଥୁଆହେବା ସହ କେହି ନେଇନଥିଲେ।ସ୍ଥାନୀୟ ଲୋକମାନେ ସନ୍ଦେହ କରି ଗୋଡିସାହି ଫାଣ୍ଡି ପୋଲିସକୁ ଖବର ଦେବାପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।ତେବେ ନିଖୋଜ ଯୁବତୀ ଜଣଙ୍କ ର ପତା ମିଳିପାରିନାହିଁ।
ତେବେ ଯୁବତୀ ଜଣଙ୍କ ମହନଦୀକୁ ଡେଇପଡିଲେ ନା ଗାଡି ଥୋଇ କେଉଁଆଡ଼େ ପଳାଇଗଲେ ତାହାକୁନେଇ ଖୋଲତାଡ଼ ଆରମ୍ଭ କରିଛି ପୋଲିସ।ନିଖୋଜ ଯୁବତୀର ପରିବାର ଲୋକ ଆସି ପହଁଚିଲେ ପୋଲିସକୁ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.