ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

0 136

ଭୁବନେଶ୍ୱର,୨୧।୫(ଏସଏସ ନିଉଜ)ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟ କଙ୍କ ଉପସ୍ଥିତିରେ ସକାଳ ୯:୫୦ରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି ।ତେବେ ଆଜି କିଛିମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୧୨ତାରିଖ ସନ୍ଧ୍ୟାରେ ହଠାତ ବାଚସ୍ପତି ବିକ୍ରମ ଆରୁଖ, ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରଠାରୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।ଏବେ ମନ୍ତ୍ରୀପଦ ହତେଇବାକୁ ଦୌଡ଼ ଆରମ୍ଭ ହୋଇଯାଇ ଥିବାବେଳେ ବରିଷ୍ଠତା ଭିତ୍ତିରେ ବାଚସ୍ପତି ପଦ ନିମନ୍ତେ ଦେବୀ ମିଶ୍ର ଏବଂ ଅମର ଶତପଥୀଙ୍କ ନାଁ ରେସରେ ଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.