ଆଜିର ରାଶିଫଳ

0 236

୨୦୨୩ମସିହା ମଇମାସ ୨୯ତାରିଖ ସୋମବାର।ସୁର୍ୟ୍ୟୋଦୟ- ପ୍ରାତଃ ଘ୫/୧୧/୮ ,ସୂର୍ୟ୍ୟାସ୍ତ- ଘ୬/୧୬/୩୨ାଜ୍ୟେଷ୍ଠ ମାସ ,ଶୁକ୍ଳପକ୍ଷ ,ଚ଼ନ୍ଦ୍ର ବାସ ,ତିଥି- ନବମୀ ଦିବା ଘ୧୨/୧୧ମି ପର୍ୟ୍ୟନ୍ତ ତଦନ୍ତେ ଦଶମୀ।ରିକ୍ତାତିଥି, ଶନିସପ୍ତ ହେତୁ ଦିବା ଘ୧୨/୧୧ମି ପରେ ରାତ୍ରି ଶେଷ ପର୍ୟ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଏବଂ ଦିବା ଘ୯/୫୭ମି ପରେ ବୃଷ ରାଶିର ଘାତଚନ୍ଦ୍ର ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୧୨/୧୧ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳ ପ୍ରାତଃ ଘ୬/୪୯ମି ରୁ ଘ୮/୨୮ମି ପର୍ୟ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୨୩ମି ରୁ ଘ୧୧/୪୪ମି ପର୍ୟ୍ୟନ୍ତ।ଶୁଭବେଳା- ଅମୃତ ଦିବା ଘ୮/୨୩ମି ରୁ ଘ୯/୫୯ମି ମଧ୍ୟେ, ରାତ୍ରି ଘ୯/୩୦ମି ରୁ ଘ୧୨/୪୨ମି ମଧ୍ୟେ, ଘ୨/୧୮ମି ରୁ ଘ୩/୩୫ମି ପର୍ୟ୍ୟନ୍ତ।ମାହେନ୍ଦ୍ରବେଳା:- ରାତ୍ରି ଘ୪/୪୨ମି ରୁ ନିଶାନ୍ତ ଘ୫/୧୧ମି ପର୍ୟ୍ୟନ୍ତ। ଶୁଭକର୍ମ:- ଦିନ ଓ ରାତ୍ରିଶେଷ ପର୍ୟ୍ୟନ୍ତ ପର୍ୟ୍ୟନ୍ତ ୧୨ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)। ମିତ୍ର କ୍ଷେତ୍ରସ୍ଥ ହେତୁ ଚ଼ନ୍ଦ୍ର ପାପସପ୍ତ ଦୋଷ ନୁହେଁ। ଦିବା ଘ୧୨/୧୧ମି ପରେ ୧୨ ନକ୍ଷତ୍ରେ ଚତୁର୍ବେଦୀ ବ୍ରତ (ଉପନୟନ), ଗୃହପ୍ରବେଶ (ପ୍ରତିଷ୍ଠା), ଦେବତା ଗଠନ ଓ ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ବୃକ୍ଷରୋପଣ, ନବାନ୍ନ, ଅନ୍ନପ୍ରାଶନ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ ଓ ସେବନ,ବାଣିଜ୍ୟ କରଣ, କର୍ଣ୍ଣବେଧ, ଦୀକ୍ଷା ଗ୍ରହଣ, ଗ୍ରହଯାଗ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ହଳପ୍ରବାହ, ବୀଜବପନ, ରାତ୍ରୌ ନିଷେକ।
ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ :-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ :-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ :- କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ :- ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା :-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା :-ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା :- ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ :- ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର :- ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ :- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ :- ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ବାସ୍ତୁଟିପ୍ପଣୀ- ଆଜିଜାଣିବା ସ୍ୱପ୍ନରେ କାନ୍ଦିବା କେତେ ଶୁଭ ଓ ଅଶୁଭ
ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକବ୍ୟକ୍ତି ଶୋଇବାପରେ ଯେକୌଣସି ସ୍ୱପ୍ନ ଦେଖିଥାଏ। କାହାରସ୍ୱପ୍ନ ମନେରହେ କାହାର ରୁହେନି। ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡିତ ବୋଲି ମଧ୍ୟ କୁହାଯାଏ। ଏଭଳି କିଛିସ୍ୱପ୍ନ ମଧ୍ୟରୁ ଗୋଟିଏସ୍ୱପ୍ନ ହେଉଛି ନିଜକୁ କିମ୍ବା ଅନ୍ୟଙ୍କୁ କାନ୍ଦିବା ଅବସ୍ଥାରେ ଦେଖିବା। ମାତ୍ର ବାସ୍ତବରେ ଏହାର ଅର୍ଥ ଅନେକ ଜାଣିନଥିବେ। ଶାସ୍ତ୍ରଅନୁଯାୟୀ, କାନ୍ଦିବାର ଉଭୟ ଶୁଭ ଓ ଅଶୁଭ ଅର୍ଥ ରହିଛି। ଜାଣନ୍ତୁ..ସ୍ୱପ୍ନରେ ନିଜକୁ ଏକାକି କାନ୍ଦୁଥିବା ଦେଖିଲେ, ଏହାରଅର୍ଥ ଶୁଭ ବୋଲି କୁହାଯାଏ। ଏହି ସ୍ୱପ୍ନରଅର୍ଥ ଜୀବନରେ କୌଣସି ବଡପରିବର୍ତ୍ତନ ହେବା ସହ ଆପଣଙ୍କ ଜୀବନରେ ଖୁସି ଓ ସୁଖସମୃଦ୍ଧି ଭରି ଯିବ।
❣ଘରଲୋକଙ୍କ ସହ ନିଜକୁ କାନ୍ଦୁଥିବାରଦେଖିଲେ, ଏହାରଅର୍ଥ ଆପଣଙ୍କ ପରିବାରରେ କେହି ନୂଆସଦସ୍ୟ ଆସିବାସହ ଜମିକିଣିବାର ସୁଯୋଗ ମିଳିବ।
❣ସ୍ୱପ୍ନରେ କୌଣସି ଶିଶୁକୁ କାନ୍ଦୁଥିବାଦେଖିଲେ, ଏହାରଅର୍ଥ ଜୀବନରେ କୌଣସିସମସ୍ୟା ଆସିପାରେ କିମ୍ବା ଧନହାନୀହେବାର ସମ୍ଭବନା ଥାଏ।
❣ସ୍ୱପ୍ନରେ ଅନ୍ୟବ୍ୟକ୍ତିଙ୍କୁ କାନ୍ଦୁଥିବାଦେଖିଲେ, ଏହାରଅର୍ଥ ଯେଉଁକଥା କିମ୍ବା କାମକୁ ନେଇ ଅନେକଦିନରୁ ଚିନ୍ତିତଥିଲେ, ସେଥିରୁ ମୁକ୍ତିମିଳିବ। ସମସ୍ୟା ଦୂର ହେବ।
ହିନ୍ଦୁଧର୍ମରେ ପ୍ରକୃତିରେ ଥିବା ପ୍ରତୋକଜିନିଷ ଜୋତିଷ ବାସ୍ତୁଶାସ୍ତ୍ରର ଅଂଶ ହେଇଥାଏ ।ଯାହାଦ୍ୱାରା କି ପ୍ରକୃତିରେ ଘଟିବାକୁ ଥିବା ଘଟଣାର କୌଣସି ନା କୌଣସି ସଂକେତ ରହିଥାଏ । ଏପରି କିଛି ସଂକେତଦେଖି ଆପଣ ଆଗାମୀ ଜୀବନରେ ଘଟିବାକୁଥିବା ଅଘଟଣ ବିଷୟରେ ଜାଣିପାରିବେ ।
ଘରେ ବାଦୁଡ଼ିବସା କରିବା ଅଶୁଭ ହେଇଥାଏ ।ମୟୁର ଘରେନାଚିବା ଅତ୍ୟନ୍ତ ଶୁଭ ହେଇଥାଏ , ମୟୁରର ଶବ୍ଦ ମଧ୍ୟ ଆପଣ ଙ୍କର ଆଗାମୀ ଜୀବନର ସୁଖମୟ ହେବାର ସଂକେତ ହେଇଥାଏ .କିନ୍ତୁ ମୟୁର କାନ୍ଦିବା କୌଣସି ଦୁଃଖର କାରଣ ହେଇଥାଏ ।ମହୁମାଛି ଘରେ ଆସି ବସାକରିବା ଶୁଭ ହେଇଥାଏ କିନ୍ତୁ ଜନ୍ଦାଘରେ ବସା ବାନ୍ଧିବାଦ୍ୱାରା ଘରେ ନାନାବିବାଦ ଉତ୍ପରଃନ ହେଇଥାଏ ,ଛୋଟପାଖି ଏକତ୍ର ହେଇ ପାଟି କରିବାର ଅର୍ଥ ହେଇଥାଏ ସେହି ପାଖରେ କୌଣସି ବିଷାକ୍ତ ଯିବ ରହିଛି ।ଘରଉପରେ ଆସି ଚଢେଇ ଡେଇଁବା ସମ୍ପତିପ୍ରାପ୍ତିର ସଂକେତ ହେଇଥାଏ , ସମାଜରେ ମାନସଂମାନ ମଧ୍ୟ ବୃଦ୍ଧି ପାଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.