ଆଜିର ରାଶିଫଳ

0 170

୫-୬-୨୦୨୩(ସୋମବାର) ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୬।୪୮ ଗତେ ଘ୮।୨୬ ମଧ୍ୟେ କାଳବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୭ ମଧ୍ୟେ କାଳରାତ୍ରି । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତିକଖାରୁ ଭକ୍ଷଣ ନିଷେଧ । ତୁହ୍ୟସ୍ପର୍ଶ ତିଥିର ଗ୍ରହପୂଜା ହୋମାଦି କରଣୀୟ ।ଅମୃତ– ଦିବା ଘ୮।୨୨ ଗତେ ଘ୯।୫୮ ମଧ୍ୟେ ରାତ୍ରି ଘ୯।୩୧ ଗତେ ଘ୧୨।୪୩ ମଧ୍ୟେ ଘ୨।୧୯ ଗତେ ଘ୩।୫୫ ମଧ୍ୟେ ।ମାହେନ୍ଦ୍ର – ରାତ୍ରି ଘ୪।୪୩ ଗତେ ଘ୫।୧୦ ମଧ୍ୟେ ।
ମେଷ:- ନିଜର ବିଚାରକୁ ନିର୍ଭୀକ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ, କିନ୍ତୁ ସ୍ପଷ୍ଟ ରୂପେ କୁହନ୍ତୁ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ବକେୟା ଅର୍ଥ ପାଇବେ।
ବୃଷ:- ଘରେ ସନ୍ତୁଷ୍ଟି ଭରା ଦିନଟିଏ ଅତିବାହିତ କରିବେ। ସ୍ବାଦିଷ୍ଠ ଭୋଜନ କରିବେ। ବ୍ୟବସାୟ କାମରେ ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ।
ମିଥୁନ:- ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ। ଆଶାଠୁଁ ଅଧିକ ଲାଭ ପାଇବେ।
କର୍କଟ:- ପୂର୍ବ ମନୋକାମନା ପୂରଣ ହେବ। ମହିଳାମାନଙ୍କ ଲାଗି ଦିନଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ।
ସିଂହ:- କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ।
କନ୍ୟା:- ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ନିଜର ବ୍ୟବହାରରେ ଟିକେ ବିନମ୍ରତା ରଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ।
ତୁଳା:- ଆର୍ଥିକ ସ୍ଥିତି ଅନୁଯାୟୀ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ। ଅନ୍ୟ ରାଜ୍ୟରେ ବେପାର ବିସ୍ତାର କରିବା ଲାଗି ପ୍ରୟାସ କରିବେ। ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ବିଛା:-ଖୋଦକୁ ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର କରିବେ। ବିଦେଶରେ ଚାକିରି କରିବାକୁ ଇଚ୍ଛୁକ ବ୍ୟକ୍ତି କିଛି ଦିନ ଧୈର୍ଯ୍ୟ ଧରି ରୁହନ୍ତୁ।
ଧନୁ:- ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ବେପାର ବୃଦ୍ଧି ଲାଗି କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ପିତାମାତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।
ମକର:- ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଘର ପାଇଁ କୌଣସି ପ୍ଲାଷ୍ଟିକ ଜିନିଷ କିଣିବେ।
କୁମ୍ଭ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
ମୀନ:- ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ।!!ଜୟ ଜଗନ୍ନାଥ, ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.