ସୋମନାଥଙ୍କ ପୀଠରେ ଦୀପଦାନ

0 132

ବାରଙ୍ଗ,୪ା୬(ଏସଏସନିଉଜ) ବାଲେଶ୍ଵର ସୋରର ବାହାନଗା ଅଂଚଳରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶ୍ରୁଆରୋଗ୍ୟ କାମନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି ସାମୁହିକ ଭାବେ ଦୀପଦାନ କରାଯାଇଛି ।ରବିବାର ସନ୍ଧ୍ୟାରେ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମକର୍ତାମାନେ ରାଜଧାନୀ ଉପକଣ୍ଠ ବାବାସୋମନାଥ ମନ୍ଦିରରେ ଏକାଠି ହୋଇଥିଲେ । ଟ୍ରେନ ଦୁର୍ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ଅମରଆତ୍ମର ସଦଗତି ନିମନ୍ତେ ନିରବପ୍ରାର୍ଥନା କରିବା ସହ ସାମୁହିକ ଦ୍ଵୀପଦାନ କରି ଆହତ ମାନଙ୍କର ଆଶୁଆରୋଗ୍ୟ କାମନା କରିଥିଲେ ।ଏଥିରେ ବାବା ସୋମନାଥସେନା ର ସଭାପତି ଲିଙ୍ଗରାଜ ରାଉତ ,ଉପସଭାପତି

ଅମୀୟ କୁମାର ଜେନା, ଉମାକାନ୍ତହାତୀ, ଗୁରୁଚରଣ ରାଉତ, ଅଜୟ କୁମାର ବେହେରା, ସଂଜୟ ପତି, କମଳାକାନ୍ତ ସାସମଲ,କିଶୋର ରାଉତ, ମଳୟ ସ୍ୱାଇଁ ଓ ନାରୀ ଜାଗରଣ ମଂଚର ସଭାନେତ୍ରୀ ଝୁନା ରାଉତ, ସମ୍ପାଦିକା ସୁନିତାପରିଡାଙ୍କ ସମେତ ଉଭୟ ଅନୁଷ୍ଠାନ ର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.