ଆଜିର ରାଶିଫଳ

0 201

୨୦୨୩ମସିହା ଜୁନ୍ ମାସ ୩୦ତାରିଖ ଶୁକ୍ରବାର।
ରଥ ଉପରେ ଶ୍ରୀଜୀଉଙ୍କର ଅଧରପଣା, ରାମାନୁଜ ବୈଷ୍ଣବ ସମ୍ମତ ଏକାଦଶୀ, ଶିବ ଶୟନ ଯାତ୍ରା, ଶ୍ରୀଗରୁଡ଼ ଶୟନ ଉତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୪/୩୧,ସୂର୍ଯ୍ୟାସ୍ତ- ଘ୬/୨୫/୩୧ ,ଆଷାଢ଼ ମାସ,,ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ଦ୍ବାଦଶୀ ରାତ୍ରି ଘ୧/୨୧ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।
ଘାତଚନ୍ଦ୍ର–ନାହିଁ,ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ପୂତିକା (ପୋଇଶାଗ) ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୫ମି ରୁ ଘ୧୧/୫୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୯ମି ରୁ ଘ୧୦/୩୦0ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ଦିବା ଘ୧୧/୩୯ମି ରୁ ଘ୨/୩ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୬ମି ରୁ ରାତ୍ରି ଘ୮/୫୦ମି ମଧ୍ୟେ, ଘ୧/୩୮ମି ରୁ ଘ୪/୨ମି ମଧ୍ୟେ, ଘ୪/୫୦ମି ରୁ ରାତ୍ରିଶେଷ ଘ୫/୧୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ପ୍ରାତଃ ଘ୬/୩ମି ରୁ ଘ୬/୫୧ମି ମଧ୍ୟେ, ଘ୯/୧୫ମି ରୁ ଘ୧୦/୩ମି ପର୍ଯ୍ୟନ୍ତ।ଶୁଭକର୍ମ:- ୧୭ ନକ୍ଷତ୍ରର ୧ମ ପାଦକୁ ଶୁକ୍ରବେଧ ହେତୁ ରାତ୍ରି ଘ୧୦/୩୩ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ୧୭ ନକ୍ଷତ୍ରେ ବିବାହ ଓ (ପାଣିଗ୍ରହଣ)। ଦିବା ଘ୪/୫୧ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୧୭ ନକ୍ଷତ୍ରେ ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ଦେବତାଗଠନ ଓ ଦେବତା ପ୍ରତିଷ୍ଠା, ବିଷ୍ଣୁ ପ୍ରତିଷ୍ଠା, ତଋ ଓ ଋଦ୍ର ପ୍ରତିଷ୍ଠା, ବୃକ୍ଷରୋପଣ, ନୌକାଗଠନ, ନବାନ୍ନ, ଅନ୍ନପ୍ରାଶନ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ, ଦୀକ୍ଷାଗ୍ରହଣ, ଗ୍ରହଯାଗ, ହୋମାଦିସ୍ବସ୍ତ୍ୟୟନ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ଅଦ୍ୟ ୧୬ ଓ ୧୭ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ହଳପ୍ରବାହ, ବୀଜବପନ, ବାଣିଜ୍ୟ କରଣ, ଧାନ୍ୟଚ୍ଛେଦନ।
🐏ମେଷ👉ନିଜର କାର୍ଯ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
🐮ବୃଷ👉ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ପରିବାର ଓ କର୍ମ କ୍ଷେତ୍ରର ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି। ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
👩‍❤️‍👨ମିଥୁନ👉ଲୁଚି ରହିଥିବା ମନର ଦୁଃଖକୁ ଲୁଚାଇ ବନ୍ଧୁ ମାନଙ୍କ ସମ୍ମୁଖରେ ହସି ହସି କଥା କହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
🦀କର୍କଟ👉ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ମୁକାବିଲା କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
🦁ସିଂହ👉ପାରିବାରିକ କ୍ଷେତ୍ରର ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରି ନେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। କେତେକ କ୍ଷେତ୍ରରେ ଆତ୍ମ ତ୍ନିର୍ଭରଶୀଳ ହୋଇପାରନ୍ତି। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
🙎‍♀️କନ୍ୟା👉ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କ ର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ଈର୍ଷାା ପରାୟଣ ମନୋଭାବ ନେଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
⚖️ତୁଳା👉ପରିସ୍ଥିତିକୁ ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିବେ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରି ବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି।
🦂ବିଛା👉ସାଧାରଣ ଘଟଣାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେଇପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ଜ୍ୟେଷ୍ଠାନକ୍ଷତ୍ର ସକାଶେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ।
🏹ଧନୁ👉ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ଉତ୍ତରା ଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅଫିସିଆଲି କାମରେ ଅପରାହ୍ନରେ ସମସ୍ୟା ର ସମାଧାନ ହୋଇଯିବ।
🐊ମକର👉ପ୍ରିୟଜନଙ୍କ ସହ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଅବଶ୍ୟ ପାରିବାରିକ ସ୍ଥିତିରେ ଉନ୍ନତି କରିବେ। ତଥାପି ମାନସିକ ଅସ୍ଥିରତା କାରଣରୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତt ହୋଇପାରନ୍ତି।
🏺କୁମ୍ଭ👉କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ବନ୍ଧୁଙ୍କ ସହାୟତା ରେ ହଠାତ୍‌ ହୋଇଯିବ। ବନ୍ଧୁମାନଙ୍କ ଗହଣରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
🐟ମୀନ👉ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହେବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଦୀର୍ଘଦିନର କ୍ରନିକ୍‌ ରୋଗର ପ୍ରାଦୁର୍ଭାବ ଫଳରେେ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁମାନେ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ସମାଲୋଚ ନାମତ୍କ କଥା କହିପାରନ୍ତି।
!!ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.