ଥାନାପାଖରୁ ମିଳିଲା ନବଜାତକନ୍ୟାସନ୍ତାନ

0 209

ବାରଙ୍ଗ,୨୯ା୬(ଏସଏସନିଉଜ)ଗୁରୁବାର ବଢିଭୋର ସମୟରେ ନନ୍ଦନକାନନଥାନାପାଖ ଦଳଭିତରୁ ଏକ ନବଜାତକନ୍ୟାସନ୍ତାନ ମିଳିଛି ।ନନ୍ଦନକାନନଥାନାପଛପଟ ଲେବରବ୍ୟାରାକରେ ରହୁଥିବା ପବିତ୍ରଦାସ ନାମକ ନନ୍ଦନକାନନର ଅସ୍ତାୟୀ କର୍ମଚାରୀ ଏହି ଛୁଆଟିକୁ ପାଇଛନ୍ତି ।ସବୁଦିନଭଳି ନନ୍ଦନକାନନ ଜୀବଜନ୍ତୁମାନଙ୍କ ପାଇଁ ପବିତ୍ର ଘାସକାଟିବାକୁ ଯାଇଥିବାବେଳେ ଥାନାପାଖରେ ଥିବା ବ୍ରିଜ ଉପର କିଛିସମୟପାଇଁ ଛିଡାହୋଇଥିଲେ ।ଏହି ସମୟରେ ବ୍ରିଜ ତଳେଥିବା ଘାସ ଓ ଦଳଉପରେ ଛୋଟପିଲାର କୁଆଁକୁଆଁ କାନ୍ଦ ଶୁଣବାକୁପାଇଥିଲେ ।କୈାତୁହଳର ସହ କାନ୍ଦକୁ ଅନୁସରଣ କରି ପବିତ୍ର ବ୍ରିଜ ତଳକୁ ଓହ୍ଲାଇ ଦଳଭିତରୁ ନବଜାତକନ୍ୟାସନ୍ତାନକୁ ଉଦ୍ଧାର କରିଥିଲେ ।କିନ୍ତୁ ନବଜାତ ଛୁଆଟିର ଶରୀରର କେତେକ ସ୍ଥାନରେ ସାମାନ୍ୟ କ୍ଷତ ଥିବାର ଦେଖିବାକୁ ପାଇଥିଲେ ।ଗୋଟେପଟେ ଅଭାବ ଭିତରେ କାଳତିପାତ କରୁଥିବାବେଳେ ନିଜର ଝିଅ ନଥିବାରୁ ଏହା ଭଗବାନଙ୍କ ଦାନ ଭାବି ଝିଅଟିକୁ ଅତିଶ୍ରଦ୍ଧାର ସହ ଘରକୁ ନେଇଆସିଥିଲେ ।ପିଲାଟିକୁ ରଖିବାର ପରିବାରଲୋକଙ୍କ ସହମତି ମିଳିବାପରେ ସପରିବାରେ ଛୋଟଝିଅକୁ ନେଇ ଏକ ଘରୋଇଡାକ୍ତରଖାନାକୁ ଯାଇଥିଲେ ।ସେଠାରେ ଅଧିକ ଅର୍ଥ ଖର୍ଚ୍ଚହେବାକୁଥିବାରୁ ପ୍ରାଥମିକ ଚିକିସ୍‌ାପରେ ଡାକ୍ତରଙ୍କ ପରାମର୍ଶକ୍ରମେ କ୍ୟାପିଟାଲ ହସ୍ପିଟାଲକୁ ପିଲାଟିକୁ ନେଇଯାଇଥିଲେ । ପିଲାଟିକୁ ଏକ ପରିତ୍ୟକ୍ତଜାଗା ଦଳମଧ୍ୟରୁ ପାଇଥିବାର ଡାକ୍ତରଙ୍କୁ ସୁଚନା ଦେବାପରେ ଡାକ୍ତରଖାନାକର୍ମଚାରୀମାନେ ବିରକ୍ତ ପ୍ରକାସ କରିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।ଏହାପରେ ପିଲାଟିର ଜୀବନ ବଂଚାଇବା ପାଇଁ ନେହୁରାହେବାରୁ ଆୟୁସିୟୁରେ ପିଲାଟିକୁ ଭର୍ତିକରିଦେଇଥିଲେ । କିନ୍ତୁ ପରବର୍ତି ସମୟରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଜାଣିବା ଓ ପିଲାଟିକୁ ଦେଖିବାପାଇଁ ଡାକ୍ତରଖାନାକର୍ମଚାରମାନେ ଅସହଯୋଗ କରୁଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

 

Leave A Reply

Your email address will not be published.