୨୦୨୩ମସିହା ଜୁଲାଇମାସ ୪ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୧୫/୫୦ ,ସୂର୍ଯ୍ୟାସ୍ତ- ଘ୬/୨୫/୪୬ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ତିଥି- ପ୍ରତିପଦ୍ ଦିବା ଘ୧/୩୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ୮/୫୯ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼ା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ। ଦିବା ଘ୧/୩୮ମିପରେ ଉତ୍ତରଦିଗରେ। ମଙ୍ଗଳବାର, ତିଥିଦୋଷ, ବୈଧୃତିଯୋଗ, ରବିସପ୍ତ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର, ଦିବା ଘ୨/୧୮ମି ପରେ ସିଂହ ରାଶିର ଘାତଚନ୍ଦ୍ର। ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦ ଓ ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ପାଣିକଖାରୁ, ଦିବା ଘ୧/୩୮ମି ପରେ ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୬/୫୬ମି ରୁ ଘ୮/୩୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୪୭ମି ରୁ ଘ୯/୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୪୧ମି ମଧ୍ୟେ, ଦିବା ଘ୧୦/୫୩ମି ରୁ ଘ୧୧/୪୧ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୪ମି ରୁ ରାତ୍ରି ଘ୭/୧୪ମି ମଧ୍ୟେ, ରାତ୍ରି ଘ୧୨/୫୦ମି ରୁ ଘ୩/୧୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୧୦/୫ମି ରୁ ଘ୧୦/୫୩ମି ମଧ୍ୟେ, ଘ୧୧/୪୧ମି ରୁ ଘ୧୨/୨୯ମି ମଧ୍ୟେ, ରାତ୍ରି ଘ୮/୫୦ମି ରୁ ଘ୧୦/୨୬ମି ପର୍ଯ୍ୟନ୍ତ। ଶୁଭକର୍ମ:- ଆବଶ୍ୟକ ସ୍ଥଳେ ଉତ୍ତରାଷାଢା ନକ୍ଷତ୍ରେ ଦିବା ଘ୮/୫୯ମି ଗତେ ରାତ୍ରିଶେଷ ପର୍ଯ୍ୟନ୍ତ ବିବାହ ଓ ପାଣିଗ୍ରହଣ, ଚୂଡ଼ାକରଣ, ନାମକରଣ, ଯାନପୂଜା, ଯାନକ୍ରୟ।
ମେଷ-ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକସ୍ଥଳକୁ ଯାତ୍ରା କରିପାରନ୍ତି।
ବୃଷ-ଆଜିରଦିନ, ଚାକିରିକରୁଥିବା ଲୋକମାନଙ୍କ ପାଇଁ ଶୁଭ ଅଟେ। ନୂଆ କାର୍ଯ୍ୟର ଆୟୋଜନ ସଫଳତାପୂର୍ବକ କରି ପାରିବେ। ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ମଧ୍ୟ ହୋଇପାରେ। ଗୃହସ୍ଥଜୀବନରେ ମଧୁରତା ଆସିବ। ଆପଣଙ୍କ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।
ମିଥୁନ-କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଶରୀରରେ ବ୍ୟଥା ଏବଂ ଆଳସ୍ୟ ରହିବାରୁ କାର୍ଯ୍ୟ କରିବାପାଇଁ ଉତ୍ସାହ ହେବନାହିଁ। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
କର୍କଟ- ଆଜି ସାବଧାନପୂର୍ବକ ବ୍ୟବହାର କରିବାକୁ ପଡ଼ିବ। ପାରିବାରିକସଦସ୍ୟମାନଙ୍କ ସହିତ ବାଦବିବାଦ କରନ୍ତୁନାହିଁ। ବାଣୀ ତଥା କ୍ରୋଧଉପରେ ନିୟନ୍ତ୍ରଣ ରଖିବେ। ଅଧିକଖର୍ଚ୍ଚ ହେବାର ଆଶଙ୍କାଅଛି। ଈଶ୍ଵରଙ୍କର ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।
ସିଂହ-ବୈବାହିକଜୀବନରେ ନିଜନିଜଭିତରେ କଳହହେବାରୁ ପତି-ପତ୍ନୀଙ୍କ ମଧ୍ୟରେ ଚିନ୍ତାହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ବିଗିଡ଼ିପାରେ। ନିଜରଭାଗିଦାରୀ ତଥା ବ୍ୟାପାରିମାନଙ୍କ ସହିତ ଶାନ୍ତମନରେ କାମ କରନ୍ତୁ। ସମ୍ଭବହେଲେ ନିରର୍ଥକଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁନାହିଁ।
କନ୍ୟା-ଆଜିରଦିନ ଆପଣ ଫୂର୍ତ୍ତି ତଥା ସୁସ୍ଥ ଅନୁଭବକରିବେ। ଘର ତଥା ଚାକିରିସ୍ଥଳର ବାତାବରଣ ଆନନ୍ଦଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ। ଶ୍ୱଶୁରଘରପକ୍ଷରୁ ଭଲସମାଚାର ମିଳିବ। କାର୍ଯ୍ୟ ସଫଳ ହେବାଯୋଗୁଁ ଆପଣଙ୍କୁ ଯଶ ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ।
ତୁଳା-ଆପଣଙ୍କଦିନ ମଧ୍ୟମ ଫଳଦାୟୀ ହେବ। ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଦ-ବିବାଦ କିମ୍ବା ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିବା ପରେ, ତାହା ସଫଳ ହେବାର ସମ୍ଭାବନା କମ ହେବ। କୌଣସି ପ୍ରିୟଜନଙ୍କର ସହିତ ଭେଟ ହେବ। ମାନଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ।
ବିଛା- ନିଜ-ସମ୍ବନ୍ଧୀମାନଙ୍କସହିତ ମନମାଳିନ୍ୟ ହୋଇପାରେ। ଆର୍ଥିକ କ୍ଷତିର ଆଶଂକା ଅଛି। କୌଣସି ପ୍ରକାରର କାଗଜପତ୍ରକୁ ସମ୍ଭାଳିକରି ରଖିବେ। ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ପକାଇପାରେ, ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ।
ଧନୁ-ନୂଆକାର୍ଯ୍ୟର ପ୍ରାରମ୍ଭପାଇଁ ଆଜିର ଦିନ ଶୁଭ ଅଟେ। ଭାଇ-ବନ୍ଧୁଙ୍କ ସହିତ ମିଳାମିଶାରେ ବୃଦ୍ଧି ହେବ ତଥା ପରିଜନମାନଙ୍କର ସହିତ ଯାତ୍ରାକରିବାପାଇଁ ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ସଫଳତା ମିଳିବ।
ମକର- ପରିଜନମାନଙ୍କସହିତ କଳହର ପ୍ରସଙ୍ଗ ନହେଉ, ଏହାର ଧ୍ୟାନରଖିବେ। ବାଣୀଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ପ୍ରତ୍ୟେକ ଅସୁବିଧା ଦୂର ହେବ। ଶେୟାର-ସଟ୍ଟାରେ ପୁଞ୍ଜି-ନିବେଶ କରିବାର ଆୟୋଜନ ଆପଣ କରି ପାରିବେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି।
କୁମ୍ଭ-ଆଜିରଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣଙ୍କୁ ଭଲ ଅନୁଭବ ହୋଇପାରେ। ପରିଜନମାନଙ୍କ ସହିତ ପ୍ରବାସରେ ଭୋଜନ କରିବା ତଥା ଉପହାର ମିଳିବା ଉପରେ ଆପଣ ଆନନ୍ଦିତ ହେବେ।
ମୀନ-ଲୋଭ କରନ୍ତୁନାହିଁ। ଆର୍ଥିକବିଷୟରେ ବହୁତ ସାବଧାନରୁହନ୍ତୁ। ଶାରୀରିକସ୍ଵାସ୍ଥ୍ୟ ବିଗିଡ଼ିପାରେ। ଏକାଗ୍ରତା ମଧ୍ୟ କମ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି।

ନୀତିବାଣୀ-ଉପଦେଶଦେବା ସହଜ କିନ୍ତୁ ଉପାୟବତାଇବା ଭାରିକଷ୍ଟ। ଅନ୍ୟର ଦୁଃଖକୁଦେଖି ଅନେକ ଦୁଃଖୀହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବାପାଇଁ ଆଗେଇ ଆସନ୍ତିନାହିଁ !
ବାସ୍ତୁଟିପ୍ପଣୀ-ଭୁଲିରେ ବି ପର୍ସରେ ରଖନ୍ତୁନାହିଁ ଏହି ଜିନିଷ, ଅନ୍ୟଥା କାଙ୍ଗାଳ ନିଶ୍ଚିତ!
ଲାଇଫଷ୍ଟାଇଲ-ସମସ୍ତେ ଚାହାଁନ୍ତିଯେ, ପର୍ସରେ ସର୍ବଦା ଟଙ୍କାଭରି ରହିଥାଉ। ଯାହାଦ୍ବାରା ସହଜରେ ଆରାମଦାୟକ ଜିନିଷ କିଣିପାରିବା। କିନ୍ତୁ ବେଳେବେଳେ ଏମିତିହୁଏ, ବହୁତ କଠିନ ପରିଶ୍ରମପରେ ସତ୍ତ୍ବେ ଅର୍ଥର ଅଭାବ ଦେଖାଦିଏ। ତେବେ ଜାଣିଶୁଣି କିମ୍ବା ଅଜାଣତରେ ଆପଣ କିଛିଭୁଲ୍ ଏହାର କାରଣ ହୋଇପାରେ। ଅନେକଥର ଆମେ ଏପରି ଜିନିଷକୁ ଆମପର୍ସରେ ରଖୁ, ଯାହାର ଆବଶ୍ୟକ ନଥାଏ ଏବଂ ଉଚିତ୍ ମଧ୍ୟ ନୁହେଁ। ବାସ୍ତୁଶାସ୍ତ୍ରୀଅନୁଯାୟୀ, ଏପରିକିଛି ଜିନଷ ରହିଛି ଯାହା ପର୍ସରେ ବିଲକୁଲ୍ ରହିବା ଉଚିତ୍ ନୁହେଁ।
ଦେବୀଦେବତାଙ୍କର ଚିତ୍ର-ପ୍ରାୟତଃ ଲୋକମାନେ ପର୍ସରେ ଦେବତା ଏବଂ ଦେବୀଙ୍କଚିତ୍ର ରଖନ୍ତି। ଏହାକୁ ରଖିବାରେ କିଛି ଭୁଲ ନାହିଁ । କିନ୍ତୁ ଧ୍ୟାନରଖିବା ଉଚିତଯେ, ଫଟୋଟି ଯେପରି କୌଣସିସ୍ଥାନରେ ଛିଣ୍ଡା କିମ୍ବା ଫଟା ହୋଇନଥିବ । ଏହା ବ୍ୟତୀତ ପୁରୁଣାଫଟୋ ରଖିବା ମଧ୍ୟ ଅନୁଚିତ୍ ।
ସ୍ବର୍ଗୀୟ ପିତୃପୁରୁଷଙ୍କଫଟୋ- ଅନେକଲୋକ ଅଛନ୍ତି ଯେଉଁମାନେ ସ୍ବର୍ଗୀୟ ପିତୃପୁରୁଷଙ୍କ ଫଟୋଚିତ୍ର ନିଜ ପର୍ସରେ ରଖନ୍ତି। କିନ୍ତୁ ବାସ୍ତୁଶାସ୍ତ୍ରହିସାବରେ, ତାହା କରିବା ଅଶୁଭବୋଲି ଧରାଯାଏ। ଏହା କାର୍ଯ୍ୟରେ ବାଧା ଏବଂ ବିଫଳତାକୁ ଟାଣିଆଣେ ବୋଲି କୁହାଯାଏ।
ନୋଟ୍ ଏବଂ ମୁଦ୍ରା ଏକାଠିରଖିବା- ଲୋକମାନେ ପର୍ସରେ ନୋଟ୍ ଏବଂ ମୁଦ୍ରା ଏକାଠିରଖନ୍ତି । କିନ୍ତୁ ଏହାଦ୍ବାରା ଅର୍ଥ ସମ୍ବନ୍ଧୀୟସମସ୍ୟା ସୃଷ୍ଟିହୋଇଥାଏ। ଏଭଳିପରିସ୍ଥିତିରେ ଦେବୀଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁହେଲେ ନୋଟ୍ ଏବଂ ମୁଦ୍ରାକୁ ପର୍ସର ଅଲଗାଅଲଗା ପକେଟରେରଖନ୍ତୁ। ଏଥିସହ ଧ୍ୟାନଦିଅନ୍ତୁ ଯେ ପର୍ସରେ ପଡ଼ିଥିବା ଏହି ମୁଦ୍ରାଗୁଡ଼ିକ ଯେପରି ଶବ୍ଦ ନକରେ, ଆର୍ଥିକଅବସ୍ଥା ଦୁର୍ବଳ ହୋଇପାରେ।
ଅନାବଶ୍ୟକକାଗଜ-କଦାପି ଅଦରକାରୀ ଏବଂ ଅନାବଶ୍ୟକ କାଗଜପତ୍ର ପର୍ସରେ ରଖନ୍ତୁ ନାହିଁ। ଏହା ପର୍ସରେ ନକାରାତ୍ମକତାଉର୍ଜା ସୃଷ୍ଟି କରେ। ଏଥିସହ ହାତକୁ ଟଙ୍କା ଆସିବା ପରିବର୍ତ୍ତେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

