ଗାଇପାଟିରେ ଫୁଟିଲା ବୋମା

ବାରଙ୍ଗ,୩ା୭(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଗୋଡିସାହିଗ୍ରାମର ପ୍ରମୋଦ କୁମାର ବେହେରାଙ୍କ ଗାଇ ଚରିବାକୁଯାଇଥିବାବେଳେ ଏକ ଅଫୁଟା ବୋମା ଖାଇଦେବାରୁ ତାର ଅବସ୍ଥା ସଙ୍କଟାପର୍ଣ ହୋଇଯାଇଛି ।ଗାଇଟି ସୋମବାର ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିଲା ।ଜଙ୍ଗଲରେ ଚରୁଥିବାବେଳେ କେହି ଶିକାରୀ ବାରହା ଶିକାର କରିବାପାଇଁ ଖଞିଥିବା ଅଫୁଟା ବୋମାଟିକୁ ଗାଇଟିଖାଇଦେଇଥିଲା ।ବୋମାଟିକୁ ଖାଇବାକ୍ଷଣି ଗାଇପାଟିରେ ଫାଟିଯିବାରୁ ତାର ଅବସ୍ଥା ଗୁରୁତର ହୋଇଛି ।ଖବରପାଇ ବାରଙ୍ଗରୁ ପ୍ରାଣୀଧନ ଚିକିତ୍ସାକ ମାନେ ଘଟଣାସ୍ଥଳ ରେ ପହଁଚି ଗାଇଟିର ଚିକିସ୍। ଆରମ୍ଭ କରିଛନ୍ତି ।

- Advertisement -

Leave A Reply

Your email address will not be published.