ଅସଦାଚରଣ କରି ଫେରାରଥିବା ଅଭିଯୁକ୍ତ ଧରାପଡିଲା

ବାରଙ୍ଗ,୩ା୭(ଏସଏସନିଉଜ) ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ଜୋରଜବର ଦସ୍ତ ପଶି ଛୁରି ଦେଖାଇ ଭୟଭୀତ କରିବା ସହିତ ଅସଦାଚରଣ କରିଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ସୋମବାରଦିନ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସିଏହେଉଛନ୍ତି ରଘୁନାଥପୁର ଗାଁର କିଶନପାଣି ।ଗତ ୧୦ଅକ୍ଟୋବର୨୧ ରାତିରେ କିଶନ ପାଣି ରଘୁନାଥପୁର ଗାଁରେ ଭଡାରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଯାଇ କବାଟ ବାଡେଇଥିଲେ ।କବଟା ଖୋଲିବାକ୍ଷଣି ଜବରଦସ୍ତ ଘରେ ପଶି ଏକ ଛୁରି ଦେଖାଇ ଭୟଭୀତ କରିବା ସହିତ ଅସଦାଚରଣ କରିଥିବାର ମହିଳାଜଣଙ୍କ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୧୨/୨୧ କେଶନଂ ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ସେହିଦିନଠାରୁ କିଶନ ଫେରାର ହୋଇଯାଇଥିଲା ।ଆଜି ପୋଲିସ କିଶାନକୁ ଧରି କୋର୍ଟଚାଳଣ କରିଛି ।

- Advertisement -

Leave A Reply

Your email address will not be published.